ETV Bharat / state

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି: ଦାନବାକ୍ସରୁ ଟଙ୍କା, ସୁନା ଧରି ଛୁ' - ପୁରୀ ଖବର

Loot in Sakhigopal Temple: ଭଗବାନଙ୍କୁ ବି ଛାଡିଲେନି ଦୁର୍ବୃତ୍ତ । ସାକ୍ଷୀଗୋପାଳ ମଦନମୋହନ ମନ୍ଦିରର ଦାନବାକ୍ସରୁ ଚୋରି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Dec 17, 2023, 12:47 PM IST

ସାକ୍ଷୀଗୋପାଳ ମନ୍ଦିରରୁ ଚୋରି

ପୁରୀ: ଜିଲ୍ଲା ସାକ୍ଷୀଗୋପାଳର ମଦନ ମୋହନ ମନ୍ଦିରରୁ ଚୋରି । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଏହି ଚୋରି ହୋଇଛି । ମନ୍ଦିରର ତାଲା ଭାଙ୍ଗି ଦାନବାକ୍ସରେ ଥିବା ସୁନା ଅଳଙ୍କାର, ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ମନ୍ଦିରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମନ୍ଦିର ପରିସରରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଇଛି । କିଛି ବ୍ୟକ୍ତି ମନ୍ଦିର ଭିତରେ ପଶି ଚୋରି କରିଥିବା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ତେବେ କିଏ ସେ ଦୁର୍ବୃତ୍ତ ଏବଂ କେଉଁଠାରୁ ଆସିଥିଲେ ସେନେଇ କିଛି ଜଣାପଡ଼ିନଥିବା ବେଳେ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ଦୁର୍ବୃତ୍ତ ଧରାପଡିବେ ବୋଲି ପୁରୀ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପତି କହିଛନ୍ତି ।

ସାକ୍ଷୀଗୋପାଳ ମନ୍ଦିର ଚାରିପାଖରେ ସିସିଟିଭି ଲାଗିଥିବା ବେଳେ ସୁରକ୍ଷାକର୍ମୀ ବି ନିୟୋଜିତ ଅଛନ୍ତି । ରାତିରେ ପୋଲିସ୍ ପକ୍ଷରୁ ପାଟ୍ରୋଲିଂ କରାଯାଉଛି । ଏତେ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଭଳି ଦୁର୍ବୃତ୍ତମାନେ ମନ୍ଦିରରେ ପଶି ଚୋରି କଲେ ସେନେଇ ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ଏହି ଲୁଟ ଘଟଣାରେ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତିଙ୍କ ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ଏଣୁ ଗତକାଲି ରାତିରେ ସେହି ଅଞ୍ଚଳରେ କେଉଁମାନେ ବୁଲାବୁଲି କରୁଥିଲେ ସେନେଇ ପୋଲିସ ତଦନ୍ତ କରୁଛି । ସାଇଣ୍ଟିଫିକ ଟିମ୍ ଆସି ଫିଙ୍ଗର ପ୍ରିଣ୍ଟ, ପାଦ ଚିହ୍ନ ଏବଂ ଅନ୍ୟ କିଛି ପ୍ରମାଣ ଏକାଠି କରିଥିବା ବେଳେ ଏହି ସୁରାକ ବଳରେ ପୋଲିସ ଅପରାଧିଙ୍କ ପାଖରେ ପହଞ୍ଚି ପାରିବ କି ନାହିଁ ସେନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ: ଶାରଳା ମନ୍ଦିରର ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି, ୩ ଅଟକ

ଗତ କିଛି ମାସ ତଳେ ପୁରୀର ଗ୍ରାମାଞ୍ଚଳରେ କିଛି ଦୁର୍ବୃତ୍ତ ମନ୍ଦିରରେ ପଶି ସିରିଜ ଲୁଟ୍‌ କରିଥିଲେ । ହେଲେ ସେହି ଅପରାଧିଙ୍କୁ ଧରିବାରେ ସଫଳ ହୋଇନଥିଲା ପୋଲିସ୍ । ଯାହାପରେ ଅପରାଧୀମାନେ ଆହୁରି ବେଫିକର ହୋଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ୍‌ ଦେଇ ମନ୍ଦିରରୁ ମୂଲ୍ୟବାନ ସାମଗ୍ରୀ ଲୁଟ କରିବାରେ ଲାଗିଛନ୍ତି । ମନ୍ଦିର ଲୁଟ୍‌ କରିଥିବା ଅପରାଧିଙ୍କୁ ପୁରୀ ପୋଲିସ ଧରିବାରେ କେତେ ସଫଳ ହେଉଛି ସେନେଇ ପ୍ରଶ୍ନବାଚୀ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ମଦନ ମୋହନ ମନ୍ଦିରରୁ ଚୋରି ଘଟଣା ପରେ ସତ୍ୟବାଦୀ ଅଞ୍ଚଳରେ ଥିବା ବିଭିନ୍ନ ପୁରାତନ ମନ୍ଦିରର ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପୋଲିସ ଯଥାଶୀଘ୍ର ମନ୍ଦିର ଲୁଟେରାଙ୍କୁ ଧରିବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.