ETV Bharat / state

ପୁଣି ଅଶାନ୍ତ ପୁରୀ ସହର, ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ - puri businessman attack news

ପୁରୀରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର ହେଲେ ଆହତ ବ୍ୟବସାୟୀ । ଅଧିକ ପଢନ୍ତୁ

miscreants attacked businessman in puri
miscreants attacked businessman in puri
author img

By

Published : Jul 27, 2023, 8:07 AM IST

miscreants attacked businessman in puri

ପୁରୀ: ଅଶାନ୍ତ ଜଗନ୍ନାଥ ଧାମ ପୁରୀ । ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଗୁଳି ଫୁଟାଇ ଭୟଭୀତ କରିବା ସହ କାଠ ଫାଳିଆ ଓ ଚେୟାରରେ ଆକ୍ରମଣ । ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଗଲେ ବ୍ୟବସାୟୀ ସୋମନାଥ ସାହୁ ଓରଫ କପ । ସୋମନାଥଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାରୁ ଏହି ଘଟଣା ଘଟିଥିବା ବେଳେ କେଉଁ ମାନେ ଏହି କାଣ୍ଡ ଭିଆଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।

ବୁଧବାର ସନ୍ଧ୍ୟା ସମୟରେ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ରେଡକ୍ରସ ରୋଡ ପାଣି ଗୋଦାମ ନିକଟରେ ଏପରି ଘଟଣା ଘଟିଛି । ଚାରି ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ, ସିଟି ଡିଏସପି ଓ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-Polasara Firing Case: ଶାଳକ ଶ୍ବଶୁରକୁ ଗୁଳିମାଡ ଘଟଣାରେ ଅଭିଯୁକ୍ତ ଗିରଫ

ଗତ ସନ୍ଧ୍ୟାରେ ୪ ଜଣ ଦୁର୍ବୃତ୍ତ ସୋମନାଥଙ୍କ ଗୋଦାମ ନିକଟକୁ ଆସିଥିଲେ । ଦୁଇ ଜଣ ଦୁର୍ବୃତ୍ତ ବାହାରେ ଥିବାବେଳେ ଆଉ ଦୁଇଜଣ ଦୁର୍ବୃତ୍ତ ଭିତରକୁ ପଶି ଏଭଳି କାଣ୍ଡ ଭିଆଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସୋମନାଥଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଓ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟ ଓଟିରେ ଭର୍ତ୍ତି କରାଇଥିଲେ । ପରେ ଆମ୍ବୁଲାନ୍ସ ଯୋଗେ ପୁରୀରୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି ।

ଗୋଦାମରେ ବନ୍ଧୁକ ପଡ଼ିଥିବା ସୂଚନା ପାଇ ପୋଲିସ ଛାନଭିନ କରୁଛି । ଗୁଳିକାଣ୍ଡ ହୋଇଛି କି ନାହିଁ ତାର ତଦନ୍ତ ଚାଲିଥିବା ବେଳେ ପ୍ରତ୍ୟକ୍ଷଦର୍ଶୀ ଓ ପଡୋଶୀଙ୍କୁ ପଚରାଉଚରା କରାଯାଉଛି‌ ବୋଲି କହିଛନ୍ତି ଅତିରିକ୍ତ ଏସପି ସୁଶୀଲ କୁମାର ମିଶ୍ର । ଏଥିସହ ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରାଯିବ । ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୂର୍ବ ଶତ୍ରୁତାରୁ ଦୁର୍ବୃତ୍ତ ମାନେ ବନ୍ଧୁକ ଦେଖାଇ ସୋମନାଥଙ୍କୁ ଭୟଭୀତ କରିବା ସହ କାଠ ଫାଳିଆ ଓ ଚେୟାରରେ ଆକ୍ରମଣ କରିଥିବା ଜଣାପଡିଛି ।

ଏନେଇ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ‘ବୁଧବାର ସନ୍ଧ୍ୟା 5ଟା ସମୟରେ ମୁଁ ସେ ରାସ୍ତା ଦେଇ ଯାଉଥିଲୁ । ଏହି ସମୟରେ ଗୁଳି ଫୁଟିବାର ଶବ୍ଦ ହୋଇଥିଲା । ଏହି ସମୟରେ ଆହତ ବ୍ୟବସାୟୀଙ୍କ ମୁଣ୍ଡରୁ ରକ୍ତ ବାହାରୁଥିଲା । ଦୁଇ ଜଣ ଯୁବକ ସଙ୍ଗେ ସଙ୍ଗେ ବାଇକ ଧରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ତାଙ୍କୁ ମୁଁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରିଥିଲି ।’

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.