ETV Bharat / state

ପୁରୀର ଯୁବ ବ୍ୟବସାୟୀ ସୋମନାଥ ସାହୁ ହତ୍ୟା ଉଦ୍ୟମ ଘଟଣା, 3 ଗିରଫ

author img

By

Published : Aug 4, 2023, 10:41 PM IST

ପୁରୀରେ ଯୁବ ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ 3 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ପୋଲିସ। ଅଧିକ ପଢନ୍ତୁ

ସୋମନାଥ ସାହୁ ହତ୍ୟା ଉଦ୍ୟମ ଘଟଣାରେ 3 ଗିରଫ
ସୋମନାଥ ସାହୁ ହତ୍ୟା ଉଦ୍ୟମ ଘଟଣାରେ 3 ଗିରଫ
ସୋମନାଥ ସାହୁ ହତ୍ୟା ଉଦ୍ୟମ ଘଟଣାରେ 3 ଗିରଫ

ପୁରୀ: ଯୁବ ବ୍ୟବସାୟୀ ସୋମନାଥ ସାହୁ ଓରଫ କପଙ୍କୁ ହତ୍ୟା ଉଦ୍ୟମ ଘଟଣାରେ 3 ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏହି 3 ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୁମ୍ଭାରପଡ଼ା ଥାନା ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କପ ସାହୁଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଜାଣିବାକୁ ପାଇଛି ପୋଲିସ । ପୂର୍ବ ଶତୃତାକୁ ନେଇ କପଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଗିରଫ ହୋଇଥିବା 3 ଜଣ ଅଭିଯୁକ୍ତ ହେଉଛନ୍ତି ଅବକାଶ ଲେନର ବାବୁ ପ୍ରଧାନ, ପିକେଡିଏ କଲୋନୀର ସୁନୀଲ କୁମାର ପ୍ରଧାନ ଓ ଚନ୍ଦ୍ରକାନ୍ତ ଜେନା । ପୋଲିସ ଏମାନଙ୍କଠାରୁ ଗୋଟିଏ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ କରିଛି ।

ସୂଚନା ଅନୁସାରେ, ଗତ ୨୬ ତାରିଖ ସନ୍ଧ୍ୟା ସମୟରେ ରେଡ୍‌କ୍ରସ୍‌ ରୋଡରେ ସୋମନାଥ ସାହୁ ତାଙ୍କ ଗୋଦାମ ଘରେ ବସିଥିଲେ । ସେହି ସମୟରେ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ବନ୍ଧୁକରେ ଆକ୍ରମଣ ସହ କାଠ ଫାଳିଆରେ ପିଟି ହତ୍ୟା ଉଦ୍ୟମ କରି ଫେରାର ହୋଇଯାଇଥିଲେ । ତେବେ ଅଭିଯୁକ୍ତମାନେ ରାଜ୍ୟ ବାହାରକୁ ଯିବା ପାଇଁ ଯୋଜନା କରୁଥିବାବେଳେ କୁମ୍ଭାରପଡା ପୋଲିସ ସହ ସ୍ୱତନ୍ତ୍ର ଟିମ୍ ସେମାନଙ୍କୁ ଅନୁଗୋଳରୁ ଗିରଫ କରିଥିଲେ।

ଏହା ମଧ୍ୟ ପଢନ୍ତୁ...ପୁରୀ ଆଶ୍ରମରେ ସାଧୁସନ୍ଥ: ତନ୍ତ୍ର ସାଧନା ନା ଲୁଚାଇଛନ୍ତି ପରିଚୟ ?

3 ଅଭିଯୁକ୍ତଙ୍କୁ ଗିରଫ ପରେ ପ୍ରେସମିଟ୍ କରିଛି ପୋଲିସ । ଏନେଇ ସିଟି ଡିଏସ୍‌ପି ପ୍ରଶାନ୍ତ କୁମାର ସାହୁ କହିଛନ୍ତି,"ଅଧିକ ତଦନ୍ତ ପାଇଁ ଅଭିଯୁକ୍ତମାନଙ୍କୁ ପୋଲିସ ରିମାଣ୍ଡରେ ନେବ ।" ତେବେ ପୂର୍ବ ଶତୃତାକୁ ନେଇ କପଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ପୁରୀ ଏସପି ଡଃ କନୱର ବିଶାଳ ସିଂ ଓ ସିଟି ଡିଏସପି ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି । ସେପଟେ "ପୁରୀକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଥିବା ବେଳେ, ଗତ 1 ମାସ ମଧ୍ୟରେ ୬୦ ଜଣ ଅପରାଧୀଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି" ବୋଲି ସିଟି ଡିଏସପି କହିଛନ୍ତି ।

ତେବେ ସୋମନାଥଙ୍କୁ ହତ୍ୟା କରିବା ପଛରେ ଆହୁରି ଏକାଧିକ ବ୍ୟକ୍ତିଙ୍କ ହାତ ରହିଥିବା ପୋଲିସ ସନ୍ଦେହ କରୁଛି । ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଗଣମାଧ୍ୟମରେ ଏନେଇ ଅଧିକ ତଥ୍ୟ ଦେବା ପାଇଁ ପୋଲିସ ପକ୍ଷରୁ ପ୍ରକାଶ କରାଯାଇଛି । ସେହିପରି "ବନ୍ଧୁକ କେଉଁଠାରୁ ଆସିଛି ? କିଏ ଦେଇଛି ?" ତାହାର ଖୋଳତାଡ଼ କରାଯିବ । ଏହାସହ ଏହି ଅପରାଧରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପରେ ଅଧିକ ସୂଚନା ଦିଆଯିବ" ବୋଲି ପୁରୀ ସିଟି ଡିଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.