ETV Bharat / state

ଶ୍ରୀକ୍ଷେତ୍ରରେ ଗୁଳିକାଣ୍ଡ ପରେ ବୋମାମାଡ଼: ହତ୍ୟାକାଣ୍ଡର ସାଖୀଙ୍କ ଘର ଉପରକୁ ବମ୍ ଫିଙ୍ଗିଲେ ଦୁବୃର୍ତ୍ତ - bomb hurls on crime witness house

ଗୁଳିକାଣ୍ଡ ଘଟଣାକୁ 24 ଘଣ୍ଟା ନପୁରୁଣୁ ପୁରୀ ସହରରେ ପୁଣି ବୋମାମାଡ଼ ହୋଇଛି । ଏହି ବୋମାମାଡ ଘଟଣାକୁ ନେଇ ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଅଧିକ ପଢନ୍ତୁ

ଗୁଳିକାଣ୍ଡ ପରେ ଗୁଳିମାଡ଼
ଗୁଳିକାଣ୍ଡ ପରେ ଗୁଳିମାଡ଼
author img

By

Published : Jul 27, 2023, 10:28 PM IST

ଗୁଳିକାଣ୍ଡ ପରେ ବୋମାମାଡ଼

ପୁରୀ: ଗୁଳିକାଣ୍ଡ ପରେ ଅଶାନ୍ତ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ବୁଧବାର ରାତିରେ ଗୁଳି କରି ହତ୍ୟା ଉଦ୍ୟମ ପରେ ଆଜି ହୋଇଛି ବୋମା ମାଡ଼ । ଗୁଳିକାଣ୍ଡ ଘଟଣାକୁ 24 ଘଣ୍ଟା ନପୁରୁଣୁ ପୁରୀ ସହରରେ ପୁଣି ବୋମାମାଡ ହୋଇଛି । ଯାହାକୁ ନେଇ ସହରବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ମୁତାବକ, ମୁକୁନ୍ଦ ମିଶ୍ର ନଗରର ବିଜୟ ଖୁଣ୍ଟିଆଙ୍କ ଘର ଉପରେ ବୋମାମାଡ ହୋଇଛି । ତେବେ ବୋମାମାଡ଼ ଯୋଗୁଁ କାହାର କୌଣସି କ୍ଷତି ହୋଇନଥିଲେ ମଧ୍ୟ ବିଜୟଙ୍କ ଘରର କାଚ ସମେତ ଅନ୍ୟାନ୍ୟ ସରଞ୍ଜାମ ଭାଙ୍ଗିଯାଇଛି । 2 ଜଣ ବ୍ୟକ୍ତି ଆସି ଏହି ବୋମାମାଡ଼ କରିଥିବା ବିଜୟ ଅଭିଯୋଗ କରିଛନ୍ତି ।

ବିଜୟଙ୍କ କହିଛନ୍ତି, "ଗତ 3 ବର୍ଷ ତଳେ ତାଙ୍କ ପୁଅକୁ କିଛି ବ୍ୟକ୍ତି ହତ୍ୟା କରିଥିଲେ। ସେହି ଅଭିଯୁକ୍ତମାନଙ୍କ ନାଁରେ ମାମଲା ମଧ୍ୟ ରହିଛି । ଆସନ୍ତା ମାସ 10 ତାରିଖରେ ଏହି ମାମଲାରେ କୋର୍ଟରେ ସାକ୍ଷ୍ୟ ଗ୍ରହଣ ରହିଛି । ତେବେ ଏହା ପୂର୍ବରୁ ତାଙ୍କ ପରିବାରକୁ ଭୟଭୀତ କରିବା ପାଇଁ ସେହି ଅଭିଯୁକ୍ତଙ୍କ କିଛି ସାଥୀ ଯୋଜନାବଦ୍ଧ ଭାବେ ଏହି ବୋମାମାଡ଼ କରିଛନ୍ତି ।" ଏହାସହ ତାଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ କିଛି ଅପରାଧୀ ଟାର୍ଗେଟ କରିଥିବା କହିଛନ୍ତି ବିଜୟ । ତେବେ ଅପରାଧୀମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜୟ ପୋଲିସକୁ ନିବେଦନ କରିଛନ୍ତି ।

ଏହି ବୋମାମାଡ଼ ଘଟଣାକୁ ନେଇ ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଦିନ ଦ୍ଵିପ୍ରହରରେ ଅପରାଧୀମାନେ ବୋମାମାଡ଼ କରି ପୁରୀ ପୋଲିସକୁ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ପୁରୀ ରେଡ୍‌ କ୍ରସ୍ ରୋଡରେ ବ୍ୟବସାୟୀ ସୋମନାଥ ସାହୁଙ୍କୁ କିଛି ଦୁବୃର୍ତ୍ତ ଗୁଳି କରି ହତ୍ୟା ଉଦ୍ୟମ କରିଥିଲେ । ପରେ ସୋମନାଥଙ୍କୁ ଗୁରୁତର ଅବସ୍ଥାରେ ଅଧିକ ଚିକିତ୍ସା ପାଇଁ କଟକ ମେଡ଼ିକାଲ ରେଫର କରାଯାଇଥିଲା ।

ଏହା ବି ପଢନ୍ତୁ...ପୁଣି ଅଶାନ୍ତ ପୁରୀ ସହର, ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ

ତେବେ ପୂର୍ବ ଶତୃତାକୁ ନେଇ ଏହି ହତ୍ୟା ଉଦ୍ୟମ ହୋଇଥିବା କୁହାଯାଉଛି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବାବେଳେ ଆଜି ପୁଣି ଥରେ ମୁକୁନ୍ଦ ମିଶ୍ର ନଗର ବାସିନ୍ଦା ବିଜୟ ଖୁଣ୍ଟିଆଙ୍କ ଘରେ ବୋମାମାଡ଼ ହୋଇଛି । ଯାହାକି ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି । ପୁରୀରେ ଅପରାଧୀଙ୍କ ପ୍ରତି ପୋଲିସର ଜିରୋ ଟୋଲେରାନ୍ସ ନୀତି ଥିବାବେଳେ ଏହି ଦୁଇଟି ଘଟଣାରେ କେବେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି । ବାରମ୍ବାର ପୁରୀ ସହରରେ ଘଟୁଥିବା ଅପରାଧକୁ ନେଇ ପୁରୀ ସହରବାସୀ ଭୟର ବାତାବରଣ ମଧ୍ୟରେ ରହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.