ETV Bharat / state

ପୁରୀ ପୋଲିସର ଦାଦାଗିରି, ମାସ୍କ ଚେକିଂ ଆଳରେ ଦୁର୍ବ୍ୟବହାର ଅଭିଯୋଗ - puri news

ପୁଣି ଥରେ ଜିଲ୍ଲା ପୋଲିସ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । କୋଭିଡ ଗାଇଡଲାଇନ ଅନୁଯାୟୀ ମାସ୍କ ଚେକିଂବେଳେ ସାଧାରଣ ଲୋକଙ୍କୁ ମାଡ ମାରିବା ସହ ଅଶାଳୀନ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

ପୁରୀ ପୋଲିସର ଦାଦାଗିରି, ମାସ୍କ ଚେକିଂ ଆଳରେ ଦୁର୍ବ୍ୟବହାର ଅଭିଯୋଗ

author img

By

Published : Oct 5, 2020, 7:18 PM IST

ପୁରୀ: ପୁଣି ଥରେ ଜିଲ୍ଲା ପୋଲିସ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ । କୋଭିଡ ଗାଇଡଲାଇନ ଅନୁଯାୟୀ ମାସ୍କ ଚେକିଂ ବେଳେ ସାଧାରଣ ଲୋକଙ୍କୁ ମାଡ ମାରିବା ସହ ଅଶାଳୀନ ଭାଷାର ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । କେବଳ ଅଭିଯୋଗ ନୁହେଁ ଜିଲ୍ଲା ପୋଲିସର ଏମିତି କିଛି ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ।

ପୁରୀ ପୋଲିସର ଦାଦାଗିରି, ମାସ୍କ ଚେକିଂ ଆଳରେ ଦୁର୍ବ୍ୟବହାର ଅଭିଯୋଗ

ଶନିବାର ବଡ଼ ଶଙ୍ଖ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ ଉକ୍ତ ରାସ୍ତା ଦେଇ ଜଣେ ଯୁବକ ଯାଉଥିଲେ । ହେଲେ ସେ ମାସ୍କ ପିନ୍ଧିଥିଲେ ମଧ୍ୟ ପୋଲିସ ତାଙ୍କୁ ଠିକ୍ ସେ ମାସ୍କ ପିନ୍ଧିନଥିବା କହି ମାଡ ମାରିବା ସହ କୁମ୍ଭାରପଡା ଥାନାକୁ ନେଇଯାଇଥିଲା । ଏସମ୍ପର୍କରେ ଉକ୍ତ ଯୁବକଙ୍କ ପତ୍ନୀ ଖବର ପାଇ ଥାନାକୁ ଘଟଣା ସମ୍ବନ୍ଧରେ ବୁଝିବାକୁ ଯାଇଥିବାବେଳେ କୁମ୍ଭାରପଡା ଥାନା ଅଧିକାରୀ ତାଙ୍କ ପତ୍ନୀର ଚରିତ୍ରକୁ ଆକ୍ଷେପ କରି କଟୁ ଭାଷା କହିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଜଣେ ମାସ୍କ ପିନ୍ଧିବା ସତ୍ତ୍ବେ ମାସ୍କ ଚେକିଂ ଆଳରେ ମାଡ ମାରିବା ଏବଂ ଥାନାରେ ତାଙ୍କ ପତ୍ନୀଙ୍କ ସହ ଅଶାଳୀନ ବ୍ୟବହାର କରିବା କେତେ ଯୁକ୍ତିଯୁକ୍ତ ।

ପ୍ରକାଶ ଥାଉ କି, ପୂର୍ବରୁ ପୁରୀ ପୋଲିସ ନିଜ ଉତ୍ତମ ବ୍ୟବହାର ପାଇଁ ପ୍ରଶଂସା ସାଉଣ୍ଟିଛି । ହେଲେ ଗତ କିଛି ଦିନ ହେବ ପୁରୀ ପୋଲିସର ହାବଭାବ ବଦଳିଯାଇଛି । କେତେବେଳେ ଅଭିଯୁକ୍ତକୁ ଘରକୁ ଧରିବାକୁ ଯାଇ ଅଭିଯୁକ୍ତର ଘର ଲୋକଙ୍କୁ ମାଡ଼ ମାରୁଚି ତ କେତେବେଳେ ବୃଦ୍ଧ ଓ ନାବାଳିକା ଏହି ମାଡ଼ରୁ ବର୍ତ୍ତୁନାହାନ୍ତି । କେବଳ ସେତିକି ନୁହେଁ, ଶ୍ରୀମନ୍ଦିରରେ କୋଭିଡ ଗାଇଡ଼ କଡାକଡି ଥିବା ବେଳେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ଠିକ୍ ଭାବେ ମାସ୍କ ପିନ୍ଧୁନାହାଁନ୍ତି । ଜଣେ ଆଇନ ରକ୍ଷକ ହୋଇ ପୋଲିସ କର୍ମଚାରୀ ନିୟମ ଭାଙ୍ଗୁ ଥିବାବେଳେ ସାଧାରଣ ଲୋକଟିଏ ମାସ୍କ ପିନ୍ଧିଥିଲେ ମଧ୍ୟ ବିଭିନ୍ନ ଆଳ ଦେଖାଇ ଜୋର ଜବରଦସ୍ତ ଫାଇନ ଆଦାୟ ସହ ଦୁର୍ବ୍ୟବହାର ମଧ୍ୟ ଦେଖାଉଛି । ସାମ୍ପ୍ରତିକ ପରିସ୍ଥିତିରେ ପୋଲିସ ଲୋକଙ୍କ ବନ୍ଧୁ ହୋଇ କାର୍ଯ୍ୟ କରିବାକୁ ସରକାର କହୁଥିବାବେଳେ ପୁରୀ ପୋଲିସ ଅଧିକାରୀ ଓ କର୍ମଚାରୀ ଗତ କିଛି ମାସ ହେବ କାହିଁକି ନିରୀହ ଲୋକଙ୍କ ଉପରେ ଦବଙ୍ଗଗିରି ଦେଖାଉଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.