ପୁରୀ: ଜିଲ୍ଲାରେ ଲଜ୍ୟା । ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ । ଘଟଣାରେ ପୀଡିତାଙ୍କ ବଡବାପାଙ୍କ ପୁଅ ଅଟକ ରହିଥିବା ସୂଚନା ମିଳିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୀଡିତାଙ୍କ ବାଡବାପା ପୁଅ ଅଟକ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସୂଚନା ଅନୁସାରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗଡ଼ଗୋପାଳପୁର ଗ୍ରାମରେ ଜଣେ ଦିବ୍ୟାଙ୍ଗ ନାବାଳିକା(15)ଙ୍କୁ ତାଙ୍କ ନିଜ ବଡବାପା ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର । ଏନେଇ ଅସ୍ତରଙ୍ଗ ଥାନାରେ 14/23 ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ବଡବାପା ପୁଅକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅସ୍ତରଙ୍ଗ ପୋଲିସ । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ଥାନାରେ ଦ୍ବାରସ୍ଥ ହୋଇଥିବା କହିଛନ୍ତି ତାଙ୍କ ବାପା । ତେବେ ପୋଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ଘଟଣା ସାମ୍ନାକୁ ଆସିବ ।
ଏହା ବି ପଢନ୍ତୁ..ବାର ଓ ରେସ୍ତୋରାଁ ବନ୍ଦ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର
ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଗଡଗୋପାଳପୁର 15 ବର୍ଷର ଦିବ୍ୟାଙ୍ଗ ଝିଅ ମୋବାଇଲ ଦେଖୁଥିବା ସମୟରେ ସେହି ଗ୍ରାମର ଚାରିଜଣ ଯୁବକ ବଳପୂର୍ବକ ଉଠାଇ ନେଇ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ମାଆ । ଅଭିଯୋଗ ପରେ ଅସ୍ତରଙ୍ଗ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଅନ୍ୟମାନଙ୍କୁ ଖୁବୁଶ୍ରୀଘ୍ର ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି । ସେପଟେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ପୋଲିସ ଅଭିଯୁକ୍ତଙ୍କୁ ଧରି କଡ଼ା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି । ସେପଟେ ଅଭିଯୁକ୍ତ ମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ଅସ୍ତରଙ୍ଗ ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଇଟିଭି ଭାରତ, ପୁରୀ