ETV Bharat / state

ପୁରୀରେ ମାସ୍କ ଚେକିଂ କଡାକଡି - strictly Mask checking

ପୁରୀ ପୋଲିସ ପକ୍ଷରୁ ପୁଣି ଥରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ଶ୍ରୀକ୍ଷେତ୍ରର ପ୍ରମୁଖ ଛକରେ ସକାଳେ ଓ ସନ୍ଧ୍ୟାବେଳେ ଦୁଇଥର କଡାକଡି ଚେକିଂ କରାଯାଉଛି । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ସାମ୍ନାରେ ଚାଲିଛି ଚେଂକି
ଶ୍ରୀମନ୍ଦିର ସାମ୍ନାରେ ଚାଲିଛି ଚେଂକି
author img

By

Published : Mar 24, 2021, 4:48 PM IST

ପୁରୀ: ରାଜ୍ୟରେ ପୁଣି ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଧର୍ମ ଓ ପର୍ଯ୍ୟଟନର ସହର ପୁରୀରେ କୋରୋନା ମୁକାବିଲା ପାଇଁ ତତ୍ପର ହୋଇଉଠିଛି ପ୍ରଶାସନ । ଏନେଇ ପୁରୀ ପୋଲିସ ପକ୍ଷରୁ ପୁଣିଥରେ ମାସ୍କ ଚେକିଂକୁ କଡାକଡି କରାଯାଇଛି ।

ଶ୍ରୀମନ୍ଦିର ସାମ୍ନାରେ ଚାଲିଛି ଚେଂକି
ଶ୍ରୀମନ୍ଦିର ସାମ୍ନାରେ ଚାଲିଛି ଚେଂକି

ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ଶ୍ରୀକ୍ଷେତ୍ରର ପ୍ରମୁଖ ଛକରେ ସକାଳେ ଓ ସନ୍ଧ୍ୟାବେଳେ ଦୁଇଥର କଡାକଡି ଚେକିଂ କରାଯାଉଛି। ଲୋକଙ୍କୁ ସଚେତନ ରହିବା ସହ ମାସ୍କ ପିନ୍ଧିବା ଉପରେ ତାଗିଦ କରାଯାଇଛି ।

ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ମାସ୍କ ପିନ୍ଧିବା ସହ କୋଭିଡ ନିୟମାବଳୀକୁ ପାଳନ କରିବାକୁ ପୁରୀ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହା ପରେ ଏନଫୋର୍ସମେଣ୍ଟକୁ କଡାକଡି କରାଯିବ। ପୁରୀର ପ୍ରବେଶ ପଥ ଅଠରନଳା, ସୁବାଷବୋଷ ଛକ, ମଙ୍ଗଳାଘାଟ ଛକରେ ଜୋରଦାର ଚେକିଂ ଆରମ୍ଭ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.