ETV Bharat / state

ବିବାହ ବନ୍ଧନରେ ଆବଦ୍ଧ ହେଲେ ବୃଷଭ ଓ ଗୋମାତା

author img

By

Published : Feb 29, 2020, 3:02 PM IST

ମଣିଷଙ୍କ ବିବାହ କଥା ତ ସମସ୍ତେ ଜାଣିଛନ୍ତି । ହେଲେ ଏଠି ବିବାବ ଚାଲିଛି ଗୋମାତାଙ୍କ । ତାହା ପୁଣି ବହୁ ଆଡମ୍ବରରେ । ଭୋଜିଭାତର ଆୟୋଜନ ମଧ୍ୟ ହୋଇଛି । କେଉଁଠି ଚାଲିଛି ଏମିତି ବାହାଘର ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

marriage ceremony of cow and buffalo in puri
ବିବାହ ବନ୍ଧନରେ ଆବଦ୍ଧ ହେଲେ ବୃଷଭ ଓ ଗୋମାତା

ପୁରୀ: ବାଜୁଛି ସାହାନାଇ । ପାରମ୍ପରିକ ବାଦ୍ୟ ଶଙ୍ଖ, ସଂକୀର୍ତ୍ତନ, ଦୁଲୁଦୁଲିରେ ଫାଟି ପଡୁଛି ସାରା ପରିବେଶ । ଏସବୁ ଆଡମ୍ବର କୌଣସି ସାଧାରଣ ଲୋକଙ୍କ ପାଇଁ ନୁହେଁ, ଏସବୁ ଆୟୋଜନ ବୃଷଭ ମହାରାଜଙ୍କ ପାଇଁ । ବଡ ଧୁମଧାମରେ ପୁରୀରେ ଆୟୋଜନ ହୋଇଛି ବୃଷଭ ଓ ଗୋମାତାଙ୍କ ବିବାହ ।

କୌଣସି କୋଟିପତି ପରିବାରର ବିବାହ ଆୟୋଜନ ଠାରୁ କମ ନଥିଲା ବାହାଘର । ପାରମ୍ପରିକ ବାଦ୍ୟ ଶଙ୍ଖ, ସଂକୀର୍ତ୍ତନ, ଦୁଲୁଦୁଲି, ଧୁଡୁକି, ସିଙ୍ଘବାଜା, ପାଇକ ଅଖଡା, ଆଦିବାସୀ ନାଚରେ କମ୍ପିଥିଲା ଶ୍ରୀକ୍ଷେତ୍ରର ପବିତ୍ର ବଡଦାଣ୍ଡ । ପାଞ୍ଚଶହରୁ ଅଧିକ ବରଯାତ୍ରୀ ନାଚଗୀତରେ ମସଗୁଲ ହୋଇଥିଲେ ।

ବିବାହ ବନ୍ଧନରେ ଆବଦ୍ଧ ହେଲେ ବୃଷଭ ଓ ଗୋମାତା

ଯିଏ ବି ଏହି ବାହାଘର ରୋଷଣୀ ଦେଖୁଥିଲା ଆଖି ଲାଖି ଯାଉଥିଲା । କେବଳ ସେତିକି ନୁହେଁ ବରଯାତ୍ରୀ ଓ ନିମନ୍ତ୍ରିତ ଅତିଥିଙ୍କୁ ଆପ୍ୟାୟିତ କରିବା ପାଇଁ ବିରାଟ ଭୋଜିର ମଧ୍ୟ ହୋଇଥିଲା ଅୟୋଜନ । ତେବେ ଏହା କୌଣସି ମନୁଷ୍ୟର ବିବାହ ନ ଥିଲା । ଏହି ସବୁ ଆଡମ୍ବର ପୂର୍ଣ୍ଣ ଆୟୋଜନ ଏକ ଷଣ୍ଢ ବିବାହ ନେଇ । ଯାହାକି ଚର୍ଚ୍ଚାର ବିଷୟ ଏବେ ପାଲଟିଛି । ବୈଦିକ ରୀତିନୀତି ଅନୁଯାୟୀ ବାହାଘର ହୋଇଥିଲା । ବୃଷଭ ନନ୍ଦି ମହାରାଜ ପାରମ୍ପରିକ ବୈଦିକ ରୀତିରେ ଗୋମାତା ସୌରଭିଙ୍କ ହାତ ଧରିଥିଲେ । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମ ପାଇଁ ବୃଷଭ ନନ୍ଦି ଓ ଗୋମାତା ସୌରଭି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ବୃଷଭ ମହାରାଜ ନନ୍ଦି ଏକ ଟାଟା ଏସିରେ ଠିଆ ହୋଇ ଗୋମାତା ସୌରଭିଙ୍କ ମୁଣ୍ଡରେ ସିନ୍ଦୁର ପିନ୍ଧାଇଥିଲେ । ପୁରୀର ଆଳପୁର ସୂର୍ଯ୍ୟୟନ ଗୋ-ଆଶ୍ରମ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧା ବାଲି ଠାରେ ବୃଷଭଙ୍କ ଆଡମ୍ବରପୂର୍ଣ୍ଣ ବିବାହ ଆୟୋଜନ କରାଯାଇଥିଲା । ଅୟୋଜକ କମିଟିର ସଂଯୋଜକ ଶରତ ଜୟସିଂ ଏନେଇ କୁହନ୍ତି, ଏହି ବିବାହ ଉତ୍ସଵ କେବଳ ଗୋମାତାଙ୍କ ସୁରକ୍ଷା ପାଇଁ କରାଯାଇଛି । ଗୋମାତା ସକଳ ଶକ୍ତିର ଆଧାର । ତେଣୁ ସେମାନଙ୍କ ସୁରକ୍ଷା ଜରୁରୀ । ଏହି ବାର୍ତ୍ତାନେଇ ଏଭଳି ବିବାହ ଉତ୍ସବ ଅୟୋଜନ କରାଯାଇଛି । ମନୁ ସ୍ମୃତି ଅନୁଯାୟୀ ଏହି ବାହାଘର ଅନୁଷ୍ଠିତ ହୋଇଥିଲା । କ୍ରିୟା ଯୋଗ ଆଶ୍ରମ ପକ୍ଷରୁ ଗୋମାତାଙ୍କୁ ଅଣାଯାଇଥିଲା । ପରେ ଏକ ସାଧୁ ସନ୍ଥ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.