ETV Bharat / state

ବନ୍ୟା ପରେ ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା, ଏକର ଏକର ଚାଷ ଜମି ନଷ୍ଟ - ପୁରୀ ବନ୍ୟା ସ୍ଥିତି

ବନ୍ୟା ପରେ ଚିନ୍ତାରେ ଚାଷୀ । ଶହ ଶହ ଏକର ଚାଷ ଜମିରେ ବାଲି ଚରିଯିବା ସହିତ ଫସଲ ନଷ୍ଟ ହୋଇଇଛି । ଅନେକ ସ୍ଥାନରେ ଏବେ ମଧ୍ୟ ଚାଷ ଜମିରେ ଲହରୀ ଭାଙ୍ଗୁଛି ବନ୍ୟା ଜଳ । ସ୍ଥିତି ଅନୁଧ୍ୟାନ ତୁରନ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି । ଅଧିକ ପଢନ୍ତୁ

ବନ୍ୟା ପରେ ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା, ଏକର ଏକର ଚାଷ ଜମି ନଷ୍ଟ

author img

By

Published : Aug 28, 2022, 5:23 PM IST

ପୁରୀ: ବନ୍ୟା ଛାଡିଯାଇଥିଲେ ମଧ୍ୟ ବଢିଛି ଚାଷୀଙ୍କ ଦୁର୍ଦ୍ଦଶା । ବନ୍ୟା ପରେ ଚିନ୍ତାରେ ଚାଷୀ । ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ଅଞ୍ଚଳରେ ବନ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ବନ୍ୟା ପାଣିରେ ଶହ ଶହ ଏକର ଚାଷ ଜମିରେ ବାଲି ଚରିଯିବା ସହିତ ଫସଲ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ତେବେ ଏନେଇ ଚାଷୀମାନେ ସରକାରଙ୍କ ଠାରୁ କ୍ଷତିପୂରଣ ପାଇବା ଆଶାରେ ରହିଛନ୍ତି ।

ବନ୍ୟା ପରେ ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା

ପୁରୀ ଜିଲ୍ଲା ପିପିଲି ଓ ଡେଲାଙ୍ଗ ବ୍ଲକର ୧୯ ପଞ୍ଚାୟତର ପ୍ରାୟ ୮୫ରୁ ଅଧିକ ଗ୍ରାମ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛି । ପିପିଲି ବ୍ଲକରେ ୨୫ ଗ୍ରାମ ଓ ଡେଲାଙ୍ଗ ବ୍ଲକର ୬୦ ଗୋଟି ଗାଁ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଶହ ଶହ ଏକର ଜମିରେ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ବିଶେଷ କରି ପିପିଲିର ପୋପରଙ୍ଗା, ହାଟ ସାହି, କଣ୍ଟି, ପାଣିଦୋଳ, ଭାରତୀ ପୁର ଅଞ୍ଚଳରେ ବନ୍ୟାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି । ପିପିଲି ବ୍ଲକରେ ଛତୁ, ପୋଟଳ, କାଙ୍କଡ଼, ବାଇଗଣ, କଲରା, ଭେଣ୍ଡି ଓ ଧାନ ଚାଷ ବନ୍ୟା ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଜମିରେ ୪ ଇଞ୍ଚରୁ ପ୍ରାୟ ୨ଫୁଟ ପର୍ଯ୍ୟନ୍ତ ବାଲି ଚରିଯାଇଛି । ଗୋଟିଏ ପଟେ ଚାଷ ନଷ୍ଚ ହୋଇ ଯାଇଥିବା ବେଳେ ଚାଷୀର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି । ସେପଟେ ଚାଷ ଜମିରୁ ବାଲି ଉଠାଇବା ପାଇଁ ଚାଷୀ ହାତରେ ସମ୍ବଳ ନାହିଁ । ଚାଷ ଜମିରୁ କିଭଳି ବାଲି ଉଠାଯିବ ଆଉ କିପରି ପୁଣିଥରେ ଜମିରେ ଚାଷ କରାଯିବ ସେନେଇ ଚିନ୍ତାରେ ଚାଷୀ ।

ଏହାବି ପଢ଼ନ୍ତୁ...କ୍ଷୀର ଜାତୀୟ ଦ୍ରବ୍ୟ ବିକ୍ରିରେ ବନ୍ୟା ସାଜିଛି ବାଧକ, କ୍ଷତି ସହୁଛନ୍ତି ଗୋଚାଷୀ

ସେହିପରି ଡେଲାଙ୍ଗ ବ୍ଲକର କଲ୍ୟାଣପୁର, ମୁନିନ୍ଦା, ସିମ୍ବରପୁର, ଚାଇଁପୁର, ସୁଜନପୁର, କୋଠବାଡ଼ ଆଦି ପଞ୍ଚାୟତରେ ଅନେକ ଚାଷ ଜମିରେ ଏବେ ମଧ୍ୟ ବନ୍ୟା ଜଳ ଲହରୀ ଭାଙ୍ଗୁଥିବା ଦେଖିବାକୁ ମିଳୁଛି । ବହୁ କଷ୍ଟରେ ଚାଷ କରିଥିବା କୃଷକ କିଭଳି ପୁଣିଥରେ ଚାଷ କାର୍ଯ୍ୟ ଆରମ୍ଭ କରିବେ ସେନେଇ ଚିନ୍ତାରେ ରହିଛନ୍ତି । ସେପଟେ ନଷ୍ଟ ହୋଇଥିବା ଚାଷ ପାଇଁ କରିଥିବା ଋଣ କିପରି ପରିଶୋଧ ହେବ, ତାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଚାଷୀ । ତୁରନ୍ତ ପ୍ରଶାସନ ପକ୍ଷରୁ ସ୍ଥିତି ଅନୁଧ୍ୟାନ କରାଯାଇ କ୍ଷତି ସହିଥିବା ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.