ପୁରୀ: ମଙ୍ଗୁ ମଠ ଓ ପଞ୍ଜାବୀ ମଠ ଉଚ୍ଛେଦୁ ନେଇ ପଞ୍ଜାବରୁ ଆସୁଛି ପ୍ରତିବାଦର ସ୍ବର । ଏହି ମାମଲାରେ ଖୋଦ୍ ପଞ୍ଜାବ ମୁଖ୍ୟମନ୍ତ୍ରୀ ବି କରିଛନ୍ତି ହସ୍ତକ୍ଷେପ । ଏବେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂଙ୍କୁ ଭେଟିଛନ୍ତି ଦିଲ୍ଲୀର ଶିଖ୍ ଗୁରୁଦ୍ବାର ମ୍ୟାନେଜମେଣ୍ଟ୍ କମିଟି । ଶ୍ରୀମନ୍ଦିର ପାଖରେ ଥିବା ମଙ୍ଗୁ ମଠ ଓ ପଞ୍ଜାବୀ ମଠକୁ ଉଚ୍ଛେଦ ସମୟରେ ଉପଯୁକ୍ତ ଧ୍ୟାନ ଦିଆଯିବା ସହ ଏହି ଐତିହାସିକ ମଠ ଗୁଡିକୁ କିଭଳି ସଂରକ୍ଷଣ ହୋଇପାରିବ ସେ ନେଇ କରିଛନ୍ତି ବିଷଦ ଆଲୋଚନା ।
ଶିଖ୍ ଗୁରୁଦ୍ବାର ପରିଚାଳନା କମିଟିର କହିବା କଥା ଗୁରୁ ନାନକ 1508 ମସିହାରେ ପୁରୀ ଆସିଥିବା ବେଳେ ଉକ୍ତ ମଠରେ ଅବସ୍ଥାନ କରିଥିଲେ । ଏଥିପାଇଁ ଶିଖ୍ ମାନଙ୍କ ପାଇଁ ମଙ୍ଗୁ ଓ ପଞ୍ଜାବୀ ମଠ ବହୁତ ଗୁରୁତ୍ବ ବହନ କରେ । ତେବେ ମଙ୍ଗୁ ଓ ପଞ୍ଜାବୀ ମଠର ସଂରକ୍ଷଣ ନେଇ ପୁରୀ ଜିଲ୍ଲାପାଳ ପ୍ରତିଶୃତି ଦେଇ ଥିବା ଦିଲ୍ଲୀ ଶିଖ ଗୁରୁଦ୍ବାର ପରିଚଳନା କମିଟି ସଦସ୍ୟ ପ୍ରକାଶ କରିଛନ୍ତି ।
ସୂଚନା ଅନୁସାରେ 1508 ମସିହାରେ ପୁରୀ ଆସିଥିବା ବେଳେ ଗୁରୁ ନାନକ ଦୁଇ ମାସ ମଙ୍ଗୁ ମଠ ସମେତ ପଞ୍ଜାବୀ ମଠ ଓ ବାଉଳି ମଠରେ ଅବସ୍ଥାନ କରିଥିଲେ । ଏହା ପରେ ଗୁରୁ ନାନକ ଜୀ ଙ୍କ ପୁତ୍ର ବାବା ଶ୍ରୀଚନ୍ଦ୍ର ମଧ୍ୟ ପୁରୀ ଆସିଥିବା ବେଳେ ଏହି ମଠରେ ରହିଥିଲେ । ତେଣୁ ମଙ୍ଗୁ ମଠ ସମେତ ପଞ୍ଜାବୀ ଓ ବାଉଳି ମଠ ଶିଖ୍ ମାନଙ୍କ ପାଇଁ ଏକ ପବିତ୍ର ସ୍ଥାନ । ଆଜି ପର୍ଯ୍ୟନ୍ତ ମଧ୍ୟ ମଙ୍ଗୁ ମଠରେ ବାବା ଶ୍ରୀଚନ୍ଦ୍ର ଜୀ ଙ୍କୁ ପୂଜା କରାଯାଉଛି । ଅନ୍ୟପଟେ ମଙ୍ଗୁ ମଠରେ ପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀମନ୍ଦିରରେ ରୀତିନୀତି ଭଳି ପୂଜାର୍ଚ୍ଚନା କରାଯାଉ ଥିବା ବେଳେ ଶ୍ରୀମନ୍ଦିରରେ ବିଭିନ୍ନ ସେବା ପୂଜାରେ ଜଡିତ ରହିଛି ।
ଏଠାରେ ସୂଚନା ଯୋଗ୍ୟ ଯେ ଶିଖ୍ ଗୁରୁ ନାନକ ଦେବଙ୍କ ସହ ଜଡ଼ିତ ପୁରୀର ମଙ୍ଗୁ ମଠ ନ ଭାଙ୍ଗିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଓଡ଼ିଶା ପ୍ରତିପକ୍ଷ ନବୀନ ପଟ୍ଟନାୟକଙ୍କୁ ଶନିବାର ଅନୁରୋଧ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ