ETV Bharat / state

Mangal Alati: ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ, ଦେଖନ୍ତୁ ଅପୂର୍ବ ଦୃଶ୍ୟ - ମଙ୍ଗଳ ଆଳତୀ

ପ୍ରଭାତରୁ ଦର୍ଶନ କରନ୍ତୁ ପତିତପାବନଙ୍କ ମଙ୍ଗଳ ଆଳତୀ । ମହାପ୍ରଭୁଙ୍କ ଆଳତୀ ଦର୍ଶନ ଦ୍ବାରା ଦିନ ସାରା ଶୁଭମୟ ହେବ ବୋଲି ବିଶ୍ବାସ ରହିଛି ।

Mangal Alati
Mangal Alati
author img

By

Published : Jan 30, 2023, 7:03 AM IST

Updated : Jan 30, 2023, 7:39 AM IST

ମଙ୍ଗଳ ଆଳତୀ

ପୁରୀ: ଓଁ ନମୋ ଭଗବତେ ବାସୁଦେବାୟ । ଜୟ ଜଗନ୍ନାଖ ସ୍ବାମୀ ନୟନ ପଥଗାମୀ ଭବ ତୁମେ । କୋଟି ଓଡିଆଙ୍କ ମଉଡ ମଣି ସେ ମହାପ୍ରଭୁ ଜଗନ୍ନାଥ । ଭାବର ଠାକୁର ଭାବ ବିନୋଦିଆ ସେ କଳାଠାକୁର । ନିରାଶର ଆଶା ସେ ଅନାଥର ନାଥ ମହାପ୍ରଭୁ ଜଗନ୍ନାଥ । ତାଙ୍କର ଦର୍ଶନ ପାଇଁ ସଭିଏଁ ଚାତକ ପରି ଚାହିଁ ରହିଥାନ୍ତି । ସମଗ୍ର ବିଶ୍ବର ମଙ୍ଗଳ କାମନା କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ମଙ୍ଗଳ ଆଳତୀ କରାଯାଏ । ସବୁଦିନ ପରି ଆଜି ମଧ୍ୟ ସେବାୟତଙ୍କ ଦ୍ବାରା ବଡି ଭୋରରୁ ଶ୍ରୀମନ୍ଦିର ଦ୍ବାର ଫିଟା ଯାଇଛି । ଏହାସହ ଧୂପ, ଘଣ୍ଟି ଓ ମନ୍ତ୍ରୋଚାରଣ ସହ ସମ୍ପନ୍ନ ହୋଇଛି ପ୍ରଭୁ ପତିତପାବନଙ୍କ ମଙ୍ଗଳ ଆଳତୀ ନୀତି । କୁହାଯାଏ ଯେ, ମଙ୍ଗଳ ଆଳତୀ ଦର୍ଶନ କଲେ ଜୀବନର ସମସ୍ତ ପାପ କ୍ଷୟ ହୋଇ ଅପାର କରୁଣା ଓ ପୂଣ୍ୟପ୍ରାପ୍ତି ହୋଇଥାଏ ।

ସକାଳୁ ସକାଳୁ ପ୍ରଭୁ ଜଗନ୍ନାଥଙ୍କ ଆଳତୀ ଦର୍ଶନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ବାସ ରହିଛି । ପ୍ରତିଟି ଭକ୍ତ ଆଳତୀ ନେବା ପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଭିଡ ଜମାଇଥାନ୍ତି । କଥାରେ ଅଛି ପତିତପାବନଙ୍କ ଆଳତୀ ଭାଗ୍ୟରେ ଥିଲେ ମିଳେ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନେକ ନାମ । କିଏ କାଳିଆ ସାଆନ୍ତେ ତ ଆଉ କିଏ ନଟଖଟିଆ, ମହାବାହୁ ପୁଣି କିଏ ବଡ ଠାକୁର ନାମରେ ତାଙ୍କୁ ଡାକନ୍ତି । ତାର ଚକା ଆଖିକୁ ଦେଖିଲେ ଭାବ ବିହ୍ବଳ ହୋଇ ପଡନ୍ତି ଭକ୍ତ । ସମସ୍ତ ପାପ-ତାପ ନାଶନ ଏହି ବଡ ଦେଉଳରେ ଅବସ୍ଥାପିତ ବଡଠାକୁର । ପରମ ପାବନ ପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ର ପୁରୀ । ତାଙ୍କୁ ଥରୁଟିଏ ଦେଖିବାକୁ ଭକ୍ତ ଯେମିତି ଆତୁର ହୋଇଯାଏ । ପୁରୀରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଦେଶ ବିଦେଶର ପର୍ଯ୍ୟଟକଙ୍କ ସୁଅ ଛୁଟେ । ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଏଠାରେ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଜମିଥାଏ ।

ଚାରି ଧାମ ମଧ୍ୟରୁ ଜଗନ୍ନାଥ ଧାମ ଅନ୍ୟତମ । ଭକ୍ତଙ୍କ ଭାବରେ ବନ୍ଧା କାଳିଆ ଠାକୁର । ମହାବାହୁଙ୍କ ସବୁଠାରୁ ବଡ ପର୍ବ ହେଉଛି ଘୋଷ ଯାତ୍ରା । ବର୍ଷକ ଥରୁଟିଏ ଶ୍ରୀମନ୍ଦିର ବାହାରକୁ ଆସି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ମହାବାହୁ । ଏହାପରେ ନିଜ ମାଉସିଙ୍କ ଘରକୁ ଯାତ୍ରା କରିଥାନ୍ତି । ୯ ଦିନର ଯାତ୍ରା ପରେ ପୁଣି ଶ୍ରୀମନ୍ଦିରକୁ ବାହୁଡିଥାନ୍ତି ମହାବାହୁ । କାହିଁକି ନା ବିଶ୍ବ ନିଅନ୍ତା ବି ସମୟ ଡୋରରେ ବନ୍ଧା । ଏହାକୁ ବାହୁଡା ଯାତ୍ରା କୁହାଯାଏ । ଏହି ଯାତ୍ରା ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Jan 30, 2023, 7:39 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.