ପୁରୀ: ନବକଳେବର ରୋଡରେ ଭୟାବହ ଅଗ୍ନିକାଣ୍ଡ । କାଠ ଫର୍ଣ୍ଣିଚର ଗୋଦାମରେ ଲାଗିଲା ନିଆଁ । ନିଆଁ ଆଁରେ ଲକ୍ଷାଧିକ ଟଙ୍କାର କାଠ ପୋଡ଼ି ପାଉଁଶ ହୋଇଯାଇଥିବା ସୂଚନା ।
ଏହା ମଧ୍ୟ ପଢନ୍ତୁ: ବିଜେପିରେ ମିଶିଲେ ମେଘାଳୟର ୪ ବିଧାୟକ
ସୂଚନାଅନୁସାରେ, ଗତକାଲି(ବୁଧବାର) ବିଳମ୍ବିତ ରାତିରେ ପୁରୀ ନବକଳେବର ରୋଡରେ ଥିବା କାଠ ଫର୍ଣ୍ଣିଚର ଗୋଦାମରେ ନିଆଁ ଲାଗିଯାଇଥିଲା । ପାଖରେ ଜନବସତି ଓ ମେଡିକାଲ କ୍ଲିନିକ୍ ଥିବାରୁ ଭୟଭୀତ ହୋଇ ପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଛି । ଦୀର୍ଘ 5 ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ଇଟିଭି ଭାରତ, ପୁରୀ