ETV Bharat / state

ପୌଷ ପୂର୍ଣ୍ଣିମା: ସ୍ୱର୍ଗଦ୍ୱାର ବେଳାଭୂମିରେ ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ

ପବିତ୍ର ପୌଷ ପୂର୍ଣ୍ଣିମା ଅବସରରେ ସ୍ବର୍ଗଦ୍ବାର ବେଳାଭୂମିରେ ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ ହୋଇଛି । ମହୋଦଧି ନିତ୍ୟ ସନ୍ଧ୍ୟା ଆଳତୀର ୧୭ତମ ବାର୍ଷିକ ମହୋତ୍ସବରେ ଗଜପତି ମହାରାଜ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ତୀର୍ଥରାଜ ମହୋଦଧି ଆଳତୀ କରଯାଇଥିଲା । ଅଧିକ ପଢ଼ନ୍ତୁ

ପୁରୀରେ ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ
ପୁରୀରେ ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ
author img

By

Published : Jan 6, 2023, 10:36 PM IST

ତୀର୍ଥରାଜ ମହୋଦଧି ଆଳତୀ ଅନୁଷ୍ଠିତ

ପୁରୀ: ପୌଷ ପୂର୍ଣ୍ଣିମା ଅବସରରେ ସ୍ବର୍ଗଦ୍ବାର ବେଳାଭୂମିରେ ଅନୁଷ୍ଠିତ ହୋଇଛି ମହୋଦଧି ଆଳତୀ ।‌ ଏହି ଅବସରରେ ପୁରୀ ଗୋବର୍ଦ୍ଧନ ମଠ ପକ୍ଷରୁ ଶଙ୍କରାଚାର୍ଯ୍ୟଙ୍କ ପୀଠ ଆନୁକୂଲ୍ୟରେ ତୀର୍ଥରାଜ ଶ୍ରୀମହୋଦଧି ନିତ୍ୟ ସନ୍ଧ୍ୟା ଆଳତୀର ୧୭ତମ ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ମହାରାଜ ଓ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ପୌଷ ପୂର୍ଣ୍ଣିମା ଅବସରରେ ତୀର୍ଥରାଜ ମହୋଦଧି ଆଳତୀ ଉତ୍ସବରେ ପୁରୀ ଗୋବର୍ଦ୍ଧନ ପୀଠାଧିଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ, ଗଜପତି ମହାରାଜ ଦିବ୍ୟସିଂହ ଦେବ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ପ୍ରମୁଖ ଯୋଗ ଦେଇଥିଲେ। । ଦେଶର ବିଭିନ୍ନ ସ୍ଥାନରୁ ସାଧୁସନ୍ଥମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ତୀର୍ଥରାଜ ମହୋଦଧି ଆଳତୀ କରଯାଇଥିଲା । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଅନେକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ତେବେ ସମୁଦ୍ର ତଟରେ ଅଶ୍ଳୀଳତାର ପ୍ରବେଶ ନହେଉ, ସେଥିପାଇଁ ୧୭ ବର୍ଷ ପୂର୍ବରୁ ଏହି ସନ୍ଧ୍ୟା ଆଳତୀ ଆରମ୍ଭ ହୋଇଥିବା ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଜୀ ମହାରାଜ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.