ETV Bharat / state

ଭୋକରେ ମହାପ୍ରଭୁ ! ଏଯାଏଁ ହୋଇପାରିନି ଗୋପାଳ ବଲ୍ଲଭ ନୀତି - ଭୋକରେ ମହାପ୍ରଭୁ

ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ । ଏଯାଏ ହୋଇପାରିନି ଗୋପାଳ ବଲ୍ଲଭ ନୀତି । ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ଅଧିକ ପଢ଼ନ୍ତୁ

siblings deities starve as ritual gets delayed
ନୀତିରେ ବିଳମ୍ବ ଯୋଗୁଁ ଭୋକରେ ମହାପ୍ରଭୁ
author img

By

Published : Jun 21, 2023, 4:21 PM IST

Updated : Jun 21, 2023, 4:34 PM IST

ପୁରୀ: ରଥ ଉପରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି । ଉପାସରେ ଅଛନ୍ତି ମହାପ୍ରଭୁ । ଏଯାଏ ଗୋପାଳ ବଲ୍ଲଭ ନୀତି ହୋଇପାରିନି । ମଙ୍ଗଳ ଆଳତୀ, ଅବକାଶ ନୀତି ସରିଥିଲେ ବି ଏଯାଏ ଗୋପାଳ ବଲ୍ଲଭ ନୀତି ହୋଇନାହିଁ । ସମନ୍ୱୟ ଅଭାବରୁ ନୀତି ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ରଥ ଯାତ୍ରାରେ ଶୃଙ୍ଖଳିତ ନୀତି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ନୀତି ନିର୍ଘଣ୍ଟ ଚୁଡାନ୍ତ ହୋଇଛି । ସେହିପରି ଅଭିଜ୍ଞ ସେବକଙ୍କୁ ମହାପ୍ରଭୁଙ୍କ ସେବାରେ ରଖାଯାଇଛି । ନୀତି ଶୃଙ୍ଖଳିତ ପାଇଁ ମାଳମାଳ ବରିଷ୍ଠ ସରକାରୀ ଅଧିକାରୀ ଦାୟିତ୍ଵରେ ଅଛନ୍ତି । ହେଲେ ତା' ପରେ ବି ରଥ ଲାଗିବା ପରେ ମଧ୍ୟ ମହାପ୍ରଭୁଙ୍କ ନୀତି ବିଳମ୍ୱ ହୋଇଛି । ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଏତେ ବ୍ୟବସ୍ଥା କାହା ପାଇଁ? କୋଟି କୋଟି ଟଙ୍କା ରଥଯାତ୍ରାରେ ଖର୍ଚ୍ଚ ହେଉଥିବା ବେଳେ ମହାପ୍ରଭୁଙ୍କ ନୀତି କାହିଁକି ଠିକ୍ ସମୟରେ ହୋଇ ପାରୁନାହିଁ । ବରିଷ୍ଠ ସେବାୟତ ଓ ସରକାରୀ ଅଧିକାରୀ କଣ କରୁଛନ୍ତି । ସେପଟେ ଗୁଣ୍ଡିଚା ମନ୍ଦିରରେ ରଥ ଲାଗିବାରେ ବିଳମ୍ୱକୁ ନେଇ ନୀତି ବିଳମ୍ୱ ହୋଇଥିବା ସେବାୟତ କହିଛନ୍ତି । ତେବେ ନୀତି ବିଳମ୍ବ ନେଇ ଶ୍ରୀମନ୍ଦିର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଆଜି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ ଲାଗିଛି । ଗତକାଲି ପ୍ରଭୁ ବଲଭଦ୍ରଙ୍କ ରଥ ଗୁଣ୍ଡିଚା ମନ୍ଦିର ଆଗରେ ଲାଗିଥିଲା । ହେଲେ ରାତି ହୋଇ ଯିବାରୁ ରଥ ଟଣା ପରମ୍ପରା ନ ଥିବାରୁ ଭଉଣୀ ସୁଭଦ୍ରା ଓ ଭାଇ କାଳିଆ ରାସ୍ତାରେ ଅଟକି ଯାଇଥିଲେ । ତେବେ ଆଜି ସକାଳୁ ଅବକାଶ ନୀତି ପରେ ଦିନ 9ଟା ରୁ ରଥଟଣା ଆରମ୍ଭ ହୋଇଥଲା । ବଡଶଙ୍ଖରେ ଠାରେ ଅଟକି ରହିଥିବା ଦର୍ପଦଳନ ରଥକୁ ଭକ୍ତମାନେ ଟାଣିଟାଣି ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ପହଞ୍ଚାଇ ଦେଇଥିଲେ । ସେହିପରି ମାଉସୀ ମା' ମନ୍ଦିର ନିକଟରେ ଅଟକି ଥିବା ନନ୍ଦିଘୋଷ ରଥକୁ ମଧ୍ୟ ଭକ୍ତ ଟାଣିଟାଣି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇ ଦେଇଥିଲେ । ଆଜି ରଥରେ ତିନି ଦିଅଁ ଅବସ୍ଥାନ କରିବେ। ରଥ ଉପରେ ସମସ୍ତେ ନୀତିକାନ୍ତି ଅନୁଷ୍ଠିତ ହେବ । ଆସନ୍ତାକାଲି ସକାଳୁ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଠାରୁ ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି ରଥ ଉପରେ ଅନୁଷ୍ଠିତ ହେବ । ଦିନ 3ଟା ସୁଦ୍ଧା ସବୁ ନୀତି ସରିବା ପରେ ରଥରୁ ଘୋଡ଼ା ଖୋଲାଯାଇ ଚାର ମାର ଲଗାଯିବ । ପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ନୀତି ପରେ ତିନି ଦିଅଁଙ୍କ ଆଡ଼ପ ମଣ୍ଡପ ବିଜେ ଅନୁଷ୍ଠିତ ହେବ । ଦଇତାପତି ସେବକମାନେ ଦାରୁଦିଅଁଙ୍କୁ ରଥ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଇବେ ।

ଇଟିଭି ଭାରତ, ପୁରୀ

Last Updated : Jun 21, 2023, 4:34 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.