ETV Bharat / state

ମା' ବାଲିହର ଚଣ୍ଡୀଙ୍କ ଷୋଡଶ ଉପଚାର ପୂଜା, ମହାଷ୍ଟମୀ ମଧ୍ୟ ରାତ୍ରରେ ଖିରି-ମାଛ ବେସର ଭୋଗ - ଶାରଦୀୟ ଦୁର୍ଗାପୂଜା

ଷୋଡଶ ଉପଚାର ଓ ପୂଜା ବିଧି ଅନୁଯାୟୀ ପୂଜା ପାଉଛନ୍ତି ମା' ବାଲିହର ଚଣ୍ଡୀ । କୋଭିଡ କଟକଣା ମଧ୍ୟରେ ମନ୍ଦିର ମଧ୍ୟକୁ ମାସ୍କ, ହାତକୁ ସାନିଟାଇଜ କରି ମା'ଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...

କୋଭିଡ କଟକଣାରେ ଚାଲିଛି ମା' ବାଲିହର ଚଣ୍ଡୀଙ୍କ ଷୋଡଶ ଉପଚାର ପୂଜା

author img

By

Published : Oct 12, 2021, 10:30 PM IST

ବ୍ରହ୍ମଗିରି: ପୁରୀ ଜିଲ୍ଲାରେ ଏକାଧିକ ଶକ୍ତି ପୀଠରେ ପୂଜା ପାଉଛନ୍ତି ମା' । ହେଲେ ସେଥି ମଧ୍ୟରୁ ଅନ୍ୟତମ ବ୍ରହ୍ମଗିରିର ମା' ବାଲିହରଚଣ୍ଡୀ ଶକ୍ତିପୀଠ । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ଥିବାବେଳେ ଏହି ପୀଠ ପୁରୀ ରାଜାଙ୍କ ଇଷ୍ଟ ଦେବୀ । ଏଠାରେ ଶାରଦୀୟ ଦୁର୍ଗାପୂଜା ଷୋଡଶ ଉପଚାରରେ ନିଷ୍ଠାର ସହିତ ପାଳନ କରାଯାଉଛି ।

କୋଭିଡ କଟକଣାରେ ଚାଲିଛି ମା' ବାଲିହର ଚଣ୍ଡୀଙ୍କ ଷୋଡଶ ଉପଚାର ପୂଜା

ତେବେ ମୂଳା ଅଷ୍ଟମୀ ଠାରୁ ମହା ଅଷ୍ଟମୀ ତିଥି ପର୍ଯ୍ୟନ୍ତ ପୀଠରେ ମନ୍ଦିର ପୁରୋହିତଙ୍କ ଦ୍ଵାରା ପ୍ରତ୍ୟହ ଚଣ୍ଡୀ ପାଠ କରାଯାଇଥାଏ । ଆଉ ଏହି ଦିନମାନଙ୍କରେ ମାଙ୍କୁ ବିଭିନ୍ନ ବେଶ ଲାଗି କରାଯିବା ସହ ଅଷ୍ଟମୀ ତିଥିରେ ମା'ଙ୍କୁ ମହାକାଳୀ ଏବଂ ମହିଷା ମର୍ଦ୍ଦିନୀ ବେଶରେ ଭୂଷିତ କରାଯାଇଥାଏ । ଏହା ଓଡ଼ିଶାର ସମସ୍ତ ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା ପାଳନ କରାଯାଇଥାଏ କିନ୍ତୁ ଏହି ଶକ୍ତିପୀଠର ପୂଜା ଅନ୍ୟତମ ରହିବା ସହ ପୀଠରେ ବଳିପ୍ରଥା ପ୍ରାୟତଃ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଥିବାବେଳେ ପରମ୍ପରା ଅନୁଯାୟୀ ମା'ଙ୍କ ପାଖରେ ମହାଷ୍ଟମୀ ମଧ୍ୟରାତ୍ରରେ ପଶୁ ବଳି ଦିଆଯାଏ ବୋଲି ସୂଚନା ମିଳିଛି ।

ଏଥିପାଇଁ ଆଜି ସକାଳୁ ମା'ଙ୍କୁ ମଇଲମ ବଲ୍ଲଭ ଚନ୍ଦନ ପୁଷ୍ପ ଲାଗି କରାଯାଇ ଆଳତୀ କରାଯିବା ସହ ବେଶ ଲାଗି କରାଯିବା ସହ ମହାଷ୍ଟମୀ ଦିନ ମଧ୍ୟ ରାତ୍ରରେ ଖେଚୁଡି, ଡାଲି, ଖିରି ଏବଂ ମାଙ୍କ ପ୍ରିୟ ମାଛ ବେସର ଭୋଗ ହୋଇଥାଏ ଯାହାକୁ କି ପରଦିନ ସକାଳୁ ଭକ୍ତଙ୍କୁ ବଣ୍ଟା ଯିବାର ପ୍ରଥା ରହି ଆସିଛି । ତେବେ ମହାଷ୍ଟମୀ ପୂଜା ପାଇଁ ଫଳ, ନୈବେଦ୍ୟ, ଫୁଲ, ଚନ୍ଦନ କାଠ ଏବଂ ପୁରୀ ମହାରାଜାଙ୍କ ଦ୍ଵାରା ଯୋଗାଇଦେବାର ପ୍ରଥା କାହିଁ କେଉଁ କାଳରୁ ରହି ଆସିଛି ବୋଲି ମନ୍ଦିରର ପୂଜକ ସୂଚନା ଦେଇଛନ୍ତି ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.