ପୁରୀ: ପୁରୀରେ ଭାରତୀୟ ସ୍ଥଳ ସେନାର ଲେଫ୍ଟନାଣ୍ଟ ଜେନରାଲ ସତିନ୍ଦର କୁମାର ସଇନି । ପରିବାର ସହ ସେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରୁ ପତିତପାବନଙ୍କ ଦର୍ଶନ କରି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି ।
ଲେଫ୍ଟନାଣ୍ଟ ଜେନେରାଲ ସତିନ୍ଦର କୁମାର ସଇନି ଶ୍ରୀମନ୍ଦିର ନିକଟରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଭବତାରଣ ସାହୁ ତାଙ୍କୁ ସ୍ବାଗତ କରିଥିଲେ । ଅରୁଣସ୍ତମ୍ଭ ନିକଟରୁ ସେ ପତିତପାବନଙ୍କୁ ଦର୍ଶନ କରିଛନ୍ତି । ବର୍ତ୍ତମାନ ସେ ନୂଆଦିଲ୍ଲୀର ଆର୍ମି ହେଡକ୍ୱାର୍ଟରରେ ପ୍ରିନ୍ସପାଲ ଷ୍ଟାଫ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ