ETV Bharat / state

ପବିତ୍ର ଦେବ ଦୀପାବଳିରେ ଦୀପମୟ ହେଲା ଶ୍ରୀକ୍ଷେତ୍ର

ବଡ ଦାଣ୍ଡରେ ଲାଗିଲା ହଜାର ହଜାର ଦୀପ । ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ବଡଦାଣ୍ଡରେ ହଜାର ହଜାର ଦୀପ ଆଜି ପ୍ରଜ୍ବଳିତ ହୋଇଛି । ଅଧିକ ପଢ଼ନ୍ତୁ

author img

By

Published : Nov 23, 2022, 9:36 PM IST

lots of diyas lighten as Dev Deepawali observed in Shri mandir
ପବିତ୍ର ଦେବ ଦୀପାବଳିରେ ଦୀପମୟ ହେଲା ଶ୍ରୀକ୍ଷେତ୍ର, ବଡ଼ଦାଣ୍ଡରେ ଲାଗିଲା ଶହଶ୍ରାଧିକ ଦୀପ

ପୁରୀ: ବଡ ଦାଣ୍ଡରେ ଲାଗିଲା ହଜାର ହଜାର ଦୀପ । ଶ୍ରୀମନ୍ଦିରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏଁ ବଡଦାଣ୍ଡରେ ହଜାରହଜାର ଦୀପ ଆଜି ପ୍ରଜ୍ବଳିତ ହୋଇଛି । ଓଡ଼ିଶା ଇଣ୍ଟରନେସନାଲ ସେଣ୍ଟର ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ହଜାର ହଜାର ଭକ୍ତ ସାମିଲ ହୋଇଛନ୍ତି ।

ବଡ଼ଦାଣ୍ଡରେ ଥିବା ପ୍ରତ୍ୟେକ ଘରେ ଓ ସବୁ ବ୍ୟବସାୟିକ ପ୍ରତିଷ୍ଠାନରେ ଆଜି ଦୀପ ପ୍ରଜ୍ବଳିତ ହୋଇଛି । ଦେବ ଦୀପାବଳି ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେଇଥାନ୍ତି । ଏହି ଅବସରରେ ଜଗତର କଲ୍ୟାଣ ସହ ଓଡ଼ିଶାର ଉନ୍ନତି ପାଇଁ ଏହି ଦୀପ ଦାନ କରାଯାଇଛି । 2020ରେ କୋଭିଡ ମହାମାରୀ ଯୋଗୁଁ ଲକ୍ଷଲକ୍ଷ ଲୋକଙ୍କ ଜୀବନହାନୀ ହୋଇଥିଲା ।

ତେବେ ବିଶ୍ଵରୁ କୋଭିଡ ମହାମାରୀ ବିଲୋପ ଉଦ୍ଦେଶ୍ୟରେ 2021ରେ ଓଡ଼ିଶା ଇଣ୍ଟର ନେସନାଲ ସେଣ୍ଟର ପକ୍ଷରୁ ଏହି ନିଆରା ଦୀପଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ ପ୍ରାର୍ଥନା ଯୋଗୁଁ ଭାରତରୁ କୋଭିଡ ମହାମାରୀ ଦୂରେଇ ଯାଇଛି । ଏଣୁ ଜଗତର କଲ୍ୟାଣ ପାଇଁ ଏହି ବିଶାଳ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.