ETV Bharat / state

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ପ୍ରତିକୃତି - jagannath statue in icecream stick

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ଚମତ୍କାର ପ୍ରତିକୃତି ତିଆରି କଲେ ବିଶ୍ବଜିତ । ଚାରିଆଡୁ ଛୁଟିଛି ପ୍ରଶଂସାର ସୁଅ । ଅଧିକ ପଢନ୍ତୁ...

ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ପ୍ରତିକୃତି
ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ପ୍ରତିକୃତି
author img

By

Published : Dec 30, 2020, 10:03 PM IST

ପୁରୀ: ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ଚମତ୍କାର ପ୍ରତିକୃତି । ପୁରୀର ଶିଳ୍ପୀ ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ବିଶ୍ବନିୟନ୍ତା ଜଗନ୍ନାଥଙ୍କ ପ୍ରତିକୃତି ନିର୍ମାଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ନୂଆବର୍ଷ ଆସୁଥିବାରୁ ୧,୩୭୫ଟି ଆଇସକ୍ରିମ କାଠିରେ ମହାବାହୁଙ୍କ ପ୍ରତିକୃତି ନିର୍ମାଣ କରି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୧୬ ଇଞ୍ଚ ଲମ୍ବ ଓ ୩୦ ଇଞ୍ଚ ଚଉଡାର ମହାପ୍ରଭୁଙ୍କ ଏହି ପ୍ରତିକୃତି ତିଆରି କରିବାକୁ ବିଶ୍ବଜିତଙ୍କୁ ପାଖାପାଖି ୬ ଦିନର ସମୟ ଲାଗିଛି। ପୂର୍ବରୁ ସେ ଆଇସକ୍ରିମ କାଠି ଦ୍ବାରା ପ୍ରସ୍ତୁତ କରିଥିବା ବିଭିନ୍ନ କଳା ପାଇଁ ଇଣ୍ଡିଆ ବୁକ ଓ ଏସିଆ ବୁକ୍ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ।

କେତେବେଳେ ରଥଯାତ୍ରା ସମୟରେ ଆଇସକ୍ରିମ କାଠିରେ କୁନି ନନ୍ଦିଘୋଷ ରଥ ତିଆରି କରିବା ହେଉ ତ ଆଉ କେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କୁ ପବିତ୍ର ନାଗାର୍ଜୁନ ବେଶରେ ଆଇସକ୍ରିମ କାଠି ଦ୍ବାରା ସଜେଇ ଵେଶ ପ୍ରଶଂସା ସାଉଁଟିଛନ୍ତି ବିଶ୍ବଜିତ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.