ETV Bharat / state

Pana Sankranti 2023: ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ, ଆଜିଠୁ ନୂଆ ପାଞ୍ଜି

author img

By

Published : Apr 14, 2023, 1:56 PM IST

ମହାବୀର ଜୟନ୍ତୀ ଓ ପଣା ସଂକ୍ରାନ୍ତିକୁ ନେଇ ଉତ୍ସବ ମୁଖର ଶ୍ରୀକ୍ଷେତ୍ର । ଏନେଇ ଆଜି ପୁରୀ ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ

Pana Sankranti
Pana Sankranti
Pana Sankranti

ପୁରୀ: ଶ୍ରୀକ୍ଷେତ୍ର ପୁରୀର ପରମ୍ପରା ନିଆରା । ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଜଡିତ ପ୍ରତ୍ୟେକ ଅନୁଷ୍ଠାନର ରୀତିନୀତି ମଧ୍ୟ ସ୍ୱତନ୍ତ୍ର । ପବିତ୍ର ପଣା ସଂକ୍ରାନ୍ତି ଅବସରରେ ପୁରୀ ସହରରେ ଥିବା ବିଭିନ୍ନ ଜାଗା ଆଖଡାରେ ମହାବୀରଙ୍କ ପୂଜାର୍ଚ୍ଚନା କରାଯାଇଛି । ପରେ ସେବାୟତ ଘରର ଯୁବକମାନେ ପାରମ୍ପରିକ କୁସ୍ତି ଯୁଦ୍ଧ କଳା ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ବ୍ୟାୟାମ କସରତ ପ୍ରଦର୍ଶନ ମଧ୍ୟ କରିଛନ୍ତି । ପରେ ପଣା ଛତୁଆ ଖାଇ ମହାବୀରଙ୍କ ଆଶୀର୍ବାଦ ନେଇଛନ୍ତି ।

କୁସ୍ତି ପରମ୍ପରାର କିମ୍ବଦନ୍ତୀ: ଅତୀତରେ ରାଜା ମହାରାଜାଙ୍କ ଶାସନ ସମୟରେ ସେବାୟତ ଘରର ଯୁବକମାନେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ନେଉଥିଲେ । ଏଥି ପାଇଁ ନିଜ ଶରୀରଚର୍ଯ୍ୟାକୁ ବଜାୟ ରଖିବା ପାଇଁ ବିଭିନ୍ନ ବ୍ୟାୟାମ କସରତ କରିବା ସହ ପାରମ୍ପରିକ କୁସ୍ତି ଯୁଦ୍ଧ ବିଦ୍ୟା ଶିକ୍ଷା ଗ୍ରହଣ କରୁଥିଲେ । ସେଥିପାଇଁ ଶ୍ରୀମନ୍ଦିର ଚାରିପାଖରେ ବିଭିନ୍ନ ସାହିରେ ଜାଗା ଆଖଡା ଘର ନିର୍ମାଣ ହୋଇଥିଲା । ସେଠାରେ ସେବାୟତ ଘରର ଯୁବକମାନେ ବିଭିନ୍ନ ବ୍ୟାୟାମ କରି ନିଜ ଶରୀରକୁ ଶକ୍ତିଶାଳୀ କରି ବିଭିନ୍ନ ଯୁଦ୍ଧ ବିଦ୍ୟାର ଜ୍ଞାନ ଆରୋହଣ କରୁଥିଲେ। ସେହି ପରମ୍ପରାକୁ ଉଜ୍ଜିବିତ ରଖିବା ପାଇଁ ଆଜି ପଣା ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ ବିଭିନ୍ନ ଜାଗା ଘରେ ପ୍ରଭୁ ହନୁମାନଙ୍କୁ ପ୍ରଥମେ ପୂଜାର୍ଚ୍ଚନା ପରେ ବିଭିନ୍ନ କୁସ୍ତି କସରତ ବ୍ୟାୟାମ ଅନୁଷ୍ଠିତ ହୋଇଥାଏ ।

ହନୁମାନ ଜୟନ୍ତୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକ୍ରାନ୍ତି: ଆଜି ମହାବିଷୁବ ସଂକ୍ରାନ୍ତି । ଓଡିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଏ । ଆଜିର ଦିବସକୁ ଓଡ଼ିଆ ନୂଆ ବର୍ଷ ଭାବେ ପାଳନ କରାଯାଏ । ଆଜି ମଧ୍ୟ ହନୁମାନ ଜୟନ୍ତୀ । ଏଣୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିଶେଷ ନୀତି ଅନୁଷ୍ଠିତ ହୋଇଥାଏ । ସକାଳ ଧୂପ ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ଆସିଥାଏ ଶ୍ରୀମନ୍ଦିର ଭିତରେ ଥିବା ବିଭିନ୍ନ ହନୁମାନ ମନ୍ଦିରକୁ । ସେଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହୋଇଥାଏ । ସେହିପରି ଆଜି ପଣା ସଂକ୍ରାନ୍ତି ଠାରୁ ଶ୍ରୀମନ୍ଦିରରେ ନୂଆ ପଞ୍ଜିକା କାର୍ଯ୍ୟକାରି ହୋଇଥାଏ । ଦୋଳ ପୂର୍ଣ୍ଣିମାରେ ନୂତନ ପଞ୍ଜିକା ମହାପ୍ରଭୁଙ୍କ ଠାରେ ପୂଜା ପାଇଁ ଲାଗି ହୋଇଥାଏ । ଆଜି ଠାରୁ ନୂତନ ପଞ୍ଜିକା ଅନୁଯାୟୀ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ନେଇ ଦିନ ଧାର୍ଯ୍ୟ କରାଯାଇଥାଏ ।

ପଣା ସଂକ୍ରାନ୍ତି ଅଵସରରେ ନୂତନ ପଞ୍ଜିକା ଓଡିଶାରେ ଲାଗୁ ହେଉଥିବା ଯୋଗୁଁ ଏହାକୁ ଓଡ଼ିଆ ନବ ବର୍ଷ ଭାବେ ସାରା ଓଡ଼ିଶାରେ ପାଳନ କରାଯାଏ । ଏଥିପାଇଁ ଆଜି ଶ୍ରୀମନ୍ଦିରରେ ଅନେକ ଭକ୍ତଙ୍କ ଭିଡ଼ ଲାଗିଛି । ମହାପ୍ରଭୁଙ୍କ ଦର୍ଶନ ପାଇ ଭକ୍ତ ବେଶ ଆନନ୍ଦିତ ହୋଇଥିବା କଥା କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.