ETV Bharat / state

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରି ତେଲ

author img

By

Published : Jun 10, 2020, 8:44 PM IST

ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠରୁ ପ୍ରସ୍ତୁତ ହୋଇଥିବା ଏହି ସ୍ବତନ୍ତ୍ର ଫୁଲୁରି ତେଲ ଆଜି ଶ୍ରୀମନ୍ଦିରରେ ଦିଆଯାଇଛି ।

lord-jagannath-fuluri-tela-niti-complite
ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଲା ଫୁଲୁରି ତେଲ

ପୁରୀ: ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲାଗି ନୀତି ସମ୍ପନ୍ନ ହୋଇଛି । ପରମ୍ପରା ଅନୁଯାୟୀ ବଡ଼ ଓଡ଼ିଆ ମଠରୁ ପ୍ରସ୍ତୁତ ହୋଇଥିବା ଏହି ସ୍ବତନ୍ତ୍ର ଫୁଲୁରି ତେଲ ଆଜି ଶ୍ରୀମନ୍ଦିରରେ ଦିଆଯାଇଛି ।

ଏହି ତେଲ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ପରେ ଠାକୁର ମାନେ ଧୀରେ ଧୀରେ ସୁସ୍ଥ ହେବେ । ଅପରାହ୍ନରେ ଏହି ତେଲ ଶ୍ରୀମନ୍ଦିରକୁ ଦିଆଯାଇଛି । ସ୍ନାନ ପୂର୍ଣ୍ଣମୀରେ ୧୦୮ ଗରା ଜଳ ସ୍ନାନ ପରେ ଏବେ ଜ୍ବରରେ ପୀଡ଼ିତ ଚତୁର୍ଦ୍ଧାମୂରତି । ଆଉ ଏହି ପୀଡ଼ା ଲାଘବ ପାଇଁ ଅଣସରର ପଞ୍ଚମୀ ଦିନ ପ୍ରଭୁଙ୍କ ଦେହରେ ଫୁଲୁରି ତେଲ ଲାଗି ହୁଏ । ଦଇତାପତିମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି ଫୁଲୁରି ତେଲ । ଆଉ ଏହି ଫୁଲୁରି ତେଲକୁ ପରମ୍ପରା ମୁତାବକ ବଡ଼ ଓଡ଼ିଆ ମଠ ପକ୍ଷରୁ ପ୍ରସ୍ତୁତ କରାଯାଇଥାଏ ।

ଏହି ସେବା ପରମ୍ପରା ମୁତାବକ ପଞ୍ଚମୀ ଦିନ ହୁଏ । ଏହି ତେଲ ଆସିଥାଏ ବଡ ଓଡ଼ିଆ ମଠରୁ । ପୂର୍ବବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ନିର୍ମିତ ପାତ୍ରରେ ଘଣାପେଡା ରାଶିତେଲ, ବେଣାଚେର, କେତକୀ ଫୁଲ ସହ ବିଭିନ୍ନ ସୁବାସିତ ଫୁଲ ଓ ଔଷଧୀୟ ସାମଗ୍ରୀ ମିଶ୍ରଣ କରି ଏହି ତେଲ ମାଟିତଳେ ପୋତା ହୋଇ ରହିଥାଏ । ମଠର ମଠାଧୀଶ ଶ୍ରୀମନ୍ଦିରରେ ଏହି ତେଲକୁ ପ୍ରଦାନ କରିବା ପରେ ପତି ମହାପାତ୍ର ସଂସ୍କାର କରିବା ପରେ ଏହାକୁ ମାଲିସ କରାଯାଇଥାଏ । ଏହି ଫୁଲୁରୀ ତେଲକୁ ଦଇତାପତି ସେବକମାନେ ଶ୍ରୀଅଙ୍ଗରେ ମାଲିସ କରିଥାନ୍ତି । ଏହି ତେଲ ମାଲିସ ଦ୍ବାରା ଶ୍ରୀଜିଉ ସ୍ନାନଜନିତ ଶରୀର ପୀଡ଼ାରୁ ମୁକ୍ତି ପାଆନ୍ତି ବୋଲି ବିଶ୍ବାସ ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.