ETV Bharat / state

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭ

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା । ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭ । ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ଅଧିକ ପଢନ୍ତୁ

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭ
ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭ
author img

By

Published : May 2, 2022, 4:25 PM IST

ପୁରୀ: ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା ସହ ଆରମ୍ଭ ହେବ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ଚନ୍ଦନ ଯାତ୍ରା । ଏହି ଅବସରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ହେବା ସହ ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ । ତେବେ ଗତ ଦୁଇବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭକ୍ତଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରସାଶନ, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଦୀର୍ଘ ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ଜଳକ୍ରୀଡା କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ପଞ୍ଚୁପାଣ୍ଡବ ।

ରାତି ପାହିଲେ ପବିତ୍ର ଅକ୍ଷୟ ତୃତୀୟା, ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ କାର୍ଯ୍ୟ ହେବ ଆରମ୍ଭ

ଆସନ୍ତାକାଲି(ମଙ୍ଗଳବାର) ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ସହ ଆରମ୍ଭ ହେବ ଚନ୍ଦନ ଯାତ୍ରା । ଏଥିପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ଗତ ଚୈତ୍ର ପୂର୍ଣ୍ଣିମା ଦିନ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ତମାମ୍ ବୁଡି କରି ରହିଥିବା ନନ୍ଦା, ଭଦ୍ରା ଓ ବଜୟନ୍ତରୀ ଡଙ୍ଗାକୁ କଢାଯିବା ପରେ ବିଶ୍ବକର୍ମା ମହାରଣା, ଭୋଇ ସେବାୟତମାନେ ଡଙ୍ଗା ମରାମତି କରି ନନ୍ଦା ଓ ଭଦ୍ରା ଚାପ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚୁ ପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରିବାକୁ ଥିବାରୁ ଅତି ଉତ୍କଣ୍ଠାର ସହ ନନ୍ଦା ଓ ଭଦ୍ରା ଚାପ ଅପେକ୍ଷା କରି ରହିଛନ୍ତି ।

ସେହିପରି ଚିତ୍ରକର ସେବାୟତମାନେ ମଧ୍ୟ ନରେନ୍ଦ୍ର ପୁଷ୍କରିଣୀ ପରିସରକୁ ଅତି ସୁନ୍ଦର ଭାବେ ଚିତ୍ର ଓ ରଙ୍ଗ କାର୍ଯ୍ୟ କରି ଶେଷ ସ୍ପର୍ଶ ଦେଉଛନ୍ତି । ତେବେ ଗତ ଦୁଇବର୍ଷ ପରେ ଚଳିତ ବର୍ଷ ଭକ୍ତଙ୍କ ଗହଣରେ ଏହି ଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ସେବାୟତମାନେ ବେଶ୍ ଖୁସି ପ୍ରକଟ କରିଥିବା କହିଛନ୍ତି । ‌ସେପଟେ ଆସନ୍ତାକାଲି ଅକ୍ଷୟ ତୃତୀୟା ଅବସରରେ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆସନ୍ତାକାଲି ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ସେବାୟତମାନେ ଏକ ପଟୁଆରରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିକଟକୁ ଆସିବା ପରେ ସେଠାରେ ରଖାଯାଇଥିବା ତିନି ଖଣ୍ଡ ଧଉରା କାଠର ଅନୁକୂଳ ବିଶ୍ଵକର୍ମା ମହାରଣା କରିବେ ।

ତେବେ ଶ୍ରୀନହର ସମ୍ମୁଖରେ ରଥନିର୍ମାଣ ପାଇଁ ରଥଖଳା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ରଥ ଖଳା ଉପରେ ଭୋଇ ସେବକମାନେ ଚାଳି ପକାଇଛନ୍ତି । ଭକ୍ତଙ୍କ ଗହଣରେ ଚଳିତ ବର୍ଷ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ପାଞ୍ଚ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ଅତିରିକ୍ତ ଏସପି, ତିନିଜଣ ଡିଏସପି ଓ ୬ ଜଣ ଆଇଆଇସିଙ୍କୁ ମୁତୟନ‌ କରାଯାଇଥିବାବେଳେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିବା ଏସପି କନଓ୍ବର ବିଶାଳ ସିଂ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.