ETV Bharat / state

Hera Panchami: ଆଜି ହେରାପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ଅଭିମାନିନୀ ମା’ ଲକ୍ଷ୍ମୀ - Ratha Yatra 2023

ଆଜି ହେରାପଞ୍ଚମୀ । ରାଗ ଜର୍ଜରିତ ହୋଇ ଆସି ନନ୍ଦିଘୋଷ ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ । ଅଧିକ ପଢନ୍ତୁ

Hera Panchami Rituals
Hera Panchami Rituals
author img

By

Published : Jun 24, 2023, 10:53 AM IST

Updated : Jun 24, 2023, 4:13 PM IST

Hera Panchami Rituals

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ରାଗ ଜର୍ଜରିତ ହୋଇ ଆସି ନନ୍ଦିଘୋଷ ରଥ ଭାଙ୍ଗିବେ ମା’ ମହାଲକ୍ଷ୍ମୀ । ଗତ ରୁକ୍ମିଣୀ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଗଇଁଠାଳ ଫିଟି ନଥିବା ବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଥିଲେ । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ଏଥିପାଇଁ ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ସେହି କ୍ରମରେ ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମା’ ଲକ୍ଷ୍ମୀ ।

ସେପଟେ ମହାଲକ୍ଷ୍ମୀଙ୍କ ଆଗମନ ଖବର ପହଞ୍ଚିବା ପରେ ମହାପ୍ରଭୁଙ୍କ ଗତକାଲି ବନକଲାଗି ସମ୍ପନ୍ନ ହୋଇଛି । ଆଜି ସଂଧ୍ୟା ଆରତୀ ପରେ ବିମାନରେ ଏକ ଭବ୍ୟ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତିମହାପାତ୍ର ସେବାୟତ ବନ୍ଦାପନା ନୀତି କରିବେ । ଅନ୍ୟପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବା ବେଳେ ମହାପ୍ରଭୁଙ୍କ ଠାରୁ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ । ସନ୍ଧ୍ୟାଧୂପ ଟେରା ପଡ଼ିଥିବା ହେତୁ ଦର୍ଶନ ନ କରିପାରି ମହାପ୍ରଭୁଙ୍କ ଅଧର ମାଳା ପାଇ ମହାଲକ୍ଷ୍ମୀ କ୍ରୋଧରେ ପ୍ରତ୍ୟାବର୍ତ୍ତନ କରିବେ ଶ୍ରୀମନ୍ଦିରକୁ । ଅଭିମାନିନୀ ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ । ଏହାପରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବାର ପରମ୍ପରା ରହିଛି ।

ସେହିପରି ଆଜି ହେରା ପଞ୍ଚମୀ ନୀତି ପରେ ଆସନ୍ତାକାଲି(ରବିବାର) ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ଵାରରେ ଲାଗିବ ତିନି ରଥ । ତିନି ରଥକୁ ମହାପ୍ରଭୁଙ୍କ ଆଜ୍ଞା ମାଳ ବିଜେ ପରେ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାରରେ ଲଗାଯିବ । ତିନି ରଥକୁ ପୋଲିସ୍ କର୍ମଚାରୀ ଓ ଭୋଇ ସେବକ ମାନେ ଗୁଣ୍ଡିଚା ମନ୍ଦିରର ସିଂହଦ୍ଵାରରୁ ତିନି ରଥକୁ ଟାଣି ଟାଣି ନାକଚଣା ଦ୍ଵାରରେ ଲଗାଇବେ । ତେବେ ରଥର ଏହି ଦକ୍ଷିଣ ମୋଡ଼ର ଦୃଶ୍ୟ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । ସେହିପରି ରଥ ଦକ୍ଷିଣମୋଡ ହେବା ପରେ ବାହୁଡ଼ା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଥାଏ ।

ଇଟିଭି ଭାରତ, ପୁରୀ

Last Updated : Jun 24, 2023, 4:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.