ETV Bharat / state

ଲୁଟେରାଙ୍କ ଟାର୍ଗେଟରେ ଲୋକନାଥ ମନ୍ଦିର, ଜାଗର ଭିଡରେ ଝାମ୍ପୁଥିଲେ ସୁନାଚେନ

author img

By

Published : Mar 1, 2022, 12:55 PM IST

ଲୁଟେରାଙ୍କ ଟାର୍ଗେଟରେ ପୁରୀ ଲୋକନାଥ ମନ୍ଦିର। ପୁଣି ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ। ମନ୍ଦିରର ଗର୍ଭଗୃହ ଭିତରେ ମହିଳାଙ୍କ ବେକରୁ ସୁନାଚେନ ଲୁଟିବାକୁ ଉଦ୍ୟମ କରିବାବେଳେ ଜଣେ ଦୁର୍ବୃତ୍ତ ଧରା ପଡ଼ିଛି । ଅଧିକ ପଢ଼ନ୍ତୁ

loot in lokanath temple in puri
ଜାଗର ଭିଡ଼ରେ ଲୋକନାଥ ମନ୍ଦିରରେ ମାତିଲେ ଲୁଟେରା

ପୁରୀ: ଲୁଟେରାଙ୍କ ଟାର୍ଗେଟରେ ପୁରୀ ଲୋକନାଥ ମନ୍ଦିର। ପୁଣି ମନ୍ଦିର ଭିତରେ ଲୁଟର ଶିକାର ହେଲେ ମହିଳା ଭକ୍ତ। ମନ୍ଦିରର ଗର୍ଭଗୃହ ଭିତରେ ମହିଳାଙ୍କ ବେକରୁ ସୁନାଚେନ ଲୁଟିବାକୁ ଉଦ୍ୟମ କରିବାବେଳେ ଜଣେ ଦୁର୍ବୃତ୍ତ ଧରା ପଡ଼ିଛି ।

ଆଜି ପ୍ରବିତ୍ର ମହାଶିବରାତ୍ରୀ ନେଇ ପୁରୀର ପ୍ରସିଦ୍ଧ ଶୈବପୀଠ ଲୋକନାଥ ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି। ଗହଳିର ଫାଇଦା ନେଇ ମନ୍ଦିର ଭିତରେ ଲୁଟେରା ମାତିଛନ୍ତି । ଜଣେ ମହିଳା ଭକ୍ତ ନିଜ ପରିବାର ସହ ବାବା ଲୋକନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ମନ୍ଦିରର ଗର୍ଭଗୃହ ଭିତରେ ତାଙ୍କ ବେକରୁ ୧୪ ଭରିର ସୁନା ଚେନ ଦୁର୍ବୁତ୍ତ ଲୁଟି ନେଇଥିବା ସୂଚନା ମିଳିଛି। ଏହି ଘଟଣା ନେଇ ତାଙ୍କ ସ୍ବାମୀ ବାସେଳୀ ସାହି ଥାନା ପୋଲିସରେ ଅଭିଯୋଗ କରିଛନ୍ତି। ଲୁଟର ଶିକାର ହୋଇଥିବା ମହିଳା ଜଣକ ବ୍ରହ୍ମଗିରି ବ୍ଲକର ହୋଇଥିବା ଜଣାପଡ଼ିଛି।

ସେହିପରି ଆଜି ଆଉ ଜଣେ ବୃଦ୍ଧାଙ୍କ ବେକରୁ ଜଣେ ମହିଳା ଲୁଟେରା ଚେନ ଲୁଟ କରୁଥିବା ବେଳେ ବୃଦ୍ଧା ଜଣକ ତାଙ୍କୁ ଧରିବାରେ ସକ୍ଷମ ହୋଇଛନ୍ତି। ସେ ଜଗତସିଂହପୁରରୁ ଲୋକନାଥ ମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ମନ୍ଦିର ସମ୍ମୁଖରୁ ଭୋଗ କିଣୁଥିଲେ। ତେବେ ସେହି ସମୟରେ ଜଣେ ମହିଳା ଲୁଟେରା ଅଞ୍ଜନାଙ୍କ ବେକରୁ ଚେନ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଅଞ୍ଜନା ସମ୍ପୃକ୍ତ ଲୁଟେରାଙ୍କୁ କାବୁ କରି ପୋଲିସରେ ଜିମା ଦେଇଛନ୍ତି।

ଏହି ଘଟଣାକୁ ପୋଲିସ ଗୁରୁତର ସହ ନେଇଥିବା ବେଳେ ଜଣେ ମହିଳା ଲୁଟେରାକୁ ଅଟକ ରଖିଯାଇଥିବା ଅତିରିକ୍ତ ଏସପି ମିହିର କୁମାର ପଣ୍ଡା ସୂଚନା ଦେଇଛନ୍ତି। ସେପଟେ ଲୋକନାଥ ମନ୍ଦିରରେ ସାଧା ପୋଷାକରେ ପୋଲିସ ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ଆଜିର ଦିନରେ ମନ୍ଦିର ଗହଳି ହେବା ଜାଣିବା ସତ୍ତ୍ବେ ପୋଲିସ ପ୍ରଶାସନର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଛନ୍ତି ଜନସାଧାରଣ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.