ETV Bharat / state

ମନ୍ଦିର ହୁଣ୍ଡି ଭାଙ୍ଗି ୨୦ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟ - ଜୟଦୁର୍ଗା ମନ୍ଦିରରୁ ଚୋରୀ

ମନ୍ଦିର ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିଲା ଦୁର୍ବୃତ୍ତ । ଚୋରୀ ହୋଇଥିବା ଜଣା ପଡ଼ିବା ପରେ ଥାନାରେ କରାଯାଇଛି ଲିଖିତ ଅଭିଯୋଗ । ଅଧିକ ପଢ଼ନ୍ତୁ

ମନ୍ଦିର ହୁଣ୍ଡି ଭାଙ୍ଗି ୨୦ ହଜାରରୁ ଅଧିକ ଟଙ୍କା ଲୁଟ

author img

By

Published : Jul 12, 2022, 7:53 PM IST

ବ୍ରହ୍ମଗିରି : ମନ୍ଦିର ହୁଣ୍ଡି ଭାଙ୍ଗି ୨୦ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରୀ । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଭଣ୍ଡାରୀକୁଦା ଗାଁ ଜୟଦୁର୍ଗା ମନ୍ଦିରରେ । ଏହି ମନ୍ଦିରରେ ଥିବା ଦାନବାକ୍ସରୁ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଦାନ ବାକ୍ସରେ ୨୦ହଜାର ଟଙ୍କାରୁ ଅଧିକ ଟଙ୍କା ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।

ମନ୍ଦିର ହୁଣ୍ଡି ଭାଙ୍ଗି ୨୦ ହଜାରରୁ ଅଧିକ ଟଙ୍କା ଲୁଟ

ରାତିରେ କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ଦାନ ବାକ୍ସ ଭାଙ୍ଗି ସମସ୍ତ ଟଙ୍କା ଲୁଟ କରିଥିବା ଜଣାପଡ଼ିଛି । ସକାଳୁ ଗାଁ ଲୋକେ ଦେଖି ବ୍ରହ୍ମଗିରି ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଏ ସମ୍ପର୍କରେ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବ୍ରହ୍ମଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.