ETV Bharat / state

ଗ୍ରାହକ ବେଶରେ ଆସି ସୁନା ଅଳଙ୍କାର ଲୁଟିଲେ ଦୁବୃର୍ତ୍ତ

ଗ୍ରାହକ ବେଶରେ ସୁନା କିଣିବା ବାହାନାରେ ଦୋକାନକୁ ଆସିଲେ । ମୁଣ୍ତରେ ବନ୍ଧୁକ ରଖି ସୁନା ରୂପା ଅଳଙ୍କାର ଲୁଟିନେଲେ ଦୃବୁର୍ତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚାରିଛକ ଫାଣ୍ତି ହାଣ୍ତିଆପଡା ଗାଁରେ । ଅଧିକ ପଢନ୍ତୁ

ଗ୍ରାହକ ବେଶରେ ଆସିଲେ: ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟିଲେ ଦୃବୁର୍ତ୍ତ

author img

By

Published : Dec 22, 2021, 5:08 PM IST

Updated : Dec 22, 2021, 9:11 PM IST

ପୁରୀ : ଗ୍ରାହକ ବେଶରେ ସୁନା କିଣିବା ବାହାନାରେ ଦୋକାନକୁ ଆସିଲେ । ମୁଣ୍ତରେ ବନ୍ଧୁକ ରଖି ସୁନା ରୂପା ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଚାରିଛକ ଫାଣ୍ତି ହାଣ୍ତିଆପଡା ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ହାଣ୍ତିଆପଡା ଗାଁର ନରେନ୍ଦ୍ର କୁମାର ସାହୁ । ନିଜ ଘର ନିକଟରେ ଏକ ଅଳଙ୍କାର ଦୋକାନ ଖୋଲି ସୁନା, ରୂପା ବିକ୍ରୟ କରିବା ସହ ମରାମତି କରିଥାନ୍ତି ।

ଗ୍ରାହକ ବେଶରେ ଆସିଲେ: ବନ୍ଧୁକ ଦେଖାଇ ସୁନା ଅଳଙ୍କାର ଲୁଟିଲେ ଦୃବୁର୍ତ୍ତ

ହେଲେ ମଙ୍ଗଳବାର ସନ୍ଧ୍ୟାରେ ୫ ଜଣ ଦୁବୃର୍ତ୍ତ ସୁନା ନେବା ବାହାନାରେ ଆସି ଦୋକାନ ଖୋଲିବା ପାଇଁ କହି ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇଥିଲେ । ଏବଂ ଦୋକାନରେ ଥିବା ସୁନା, ରୂପା, ଟଙ୍କା ନରେନ୍ଦ୍ରଙ୍କ ପତ୍ନୀ ପିନ୍ଧିଥିବା ସୁନା ଓ ରୂପା ମଧ୍ୟ ଲୁଟ କରି ଫେରାର ହୋଇଯାଇଛନ୍ତି ଦୁବୃର୍ତ୍ତ । ଲୁଟ ହୋଇଥିବା ସମ୍ପର୍କରେ ନରେନ୍ଦ୍ର ଚାରିଛକ ଫାଣ୍ତିରେ ଏତଲା ଦାୟର କରିଛନ୍ତି । ପୁରୀ ଜିଲ୍ଲା ଅତିରିକ୍ତ ଏସପି, ନିମାପଡ଼ା ଏସଡିପିଓ, ଆଇଆଇସି ଓ ଚାରିଛକ ଫାଣ୍ତି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଏହାସହ ତଦନ୍ତ ଆରମ୍ଭ କରିଛି ପୋଲିସ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Dec 22, 2021, 9:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.