ETV Bharat / state

ପୋଖରୀ ପୁନଃଉଦ୍ଧାର ନାଁରେ ୩ ଲକ୍ଷ ଚଳୁ, ଲୋକାୟୁକ୍ତଙ୍କ ତଦନ୍ତ ଆରମ୍ଭ - କଳାପାଞ୍ଚଣ ପଞ୍ଚାୟତରେ ଦୁର୍ନୀତି

ଆଦର୍ଶ ପୋଖରୀ ପୁନଃଉଦ୍ଧାର ପାଇଁ ଆସିଥିବା ଲକ୍ଷଲକ୍ଷ ଟଙ୍କା ଚଳୁ କରିଦେଲେ । ଲୋକାୟୁକ୍ତରେ ଫେରାଦ ପରେ ଆରମ୍ଭ ହେଲା ତଦନ୍ତ । ଅଧିକ ପଢ଼ନ୍ତୁ

Nimapada Money laundering Case: ପୋଖରୀ ପୁନଃଉଦ୍ଧାର ଟଙ୍କା ଚଳୁ କରିଦେଲେ, ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ

author img

By

Published : Nov 25, 2021, 5:26 PM IST

ନିଆଳି: ଆଦର୍ଶ ପୋଖରୀ ପୁନଃଉଦ୍ଧାର ନାମରେ ଲକ୍ଷଲକ୍ଷ ଟଙ୍କା ଚଳୁ କରିଦେଲେ(Three Lakh Rupees Fraud in The Name of Pond Rescue) । ପୁରୀ ନିମାପଡ଼ା ବ୍ଲକ କଳାପାଞ୍ଚଣ ପଞ୍ଚାୟତ ଗଡ ଇଟାପୋଖରୀ ଗାଁରୁ ଏଭଳି ଏକ ଅଭିଯୋଗ ଆସିଛି । ଗାଁରେ ଥିବା ବଡ଼ ପୋଖରୀ ପାଇଁ ଆସିଥିଲା ତିନି ଲକ୍ଷ ଟଙ୍କା ଅର୍ଥ ଅନୁମୋଦନ ହୋଇଥିଲା । ପୋଖରୀରୁ ପଙ୍କ ଉଦ୍ଧାର, ଦଳ ଉଦ୍ଧାର ସହ ବନ୍ଧ ନିର୍ମାଣ କାର୍ଯ୍ୟରେ ଏହି ଅର୍ଥ ବିନିଯୋଗ ହେବାର ଥିଲା ।

Nimapada Money laundering Case: ପୋଖରୀ ପୁନଃଉଦ୍ଧାର ଟଙ୍କା ଚଳୁ କରିଦେଲେ, ତଦନ୍ତ ଆରମ୍ଭ କଲେ ଲୋକାୟୁକ୍ତ

ହେଲେ ଟଙ୍କାଟିଏ ମଧ୍ୟ ପୋଖରୀରେ ଖର୍ଚ୍ଚ ନକରି କିଛି ପ୍ରଭାବଶାଳୀ ବ୍ୟକ୍ତି ଓ ପ୍ରଶାସନ ଅଧିକାରୀ ଏହି ଟଙ୍କା ଚଳୁ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗଡ଼ ଇଟାପୋଖରୀ ଗାଁର ଧନେଶ୍ୱର ପାତ୍ର ଭୁବନେଶ୍ୱର ଲୋକାୟୁକ୍ତଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ । ୨୦୨୧ ମସିହା ଆର୍ଥିକ ବର୍ଷରେ CFC ଫଣ୍ତ ଯୋଜନାରେ ଅନୁମୋଦନ ହୋଇଥିଲା ତିନି ଲକ୍ଷ ଟଙ୍କା । ଏହି ଟଙ୍କାରେ ଦୁଇ ଏକର ୮୮ ଡେସିମିଲ ପରିମିତ ବଡ଼ ପୋଖରୀର ପୁନରୁଦ୍ଧାର କାର୍ଯ୍ୟ ହେବାର ଥିଲା । କିନ୍ତୁ ଏହି ଅର୍ଥ ସଠିକ କାର୍ଯ୍ୟରେ ବିନିଯୋଗ ହୋଇନଥିଲା ।

ସନ୍ଦେହ ହେବାରୁ ଏହି ଘଟଣାକୁ ନେଇ ଲୋକ ଅଦାଲତରେ ପହଞ୍ଚିଥିଲେ ଗାଁର ଜଣେ ଜନୈକ ବ୍ୟକ୍ତି । ପରେ ଆଜି ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଲୋକ ଅଦାଲତଙ୍କ ସମେତ ନିମାପଡ଼ା ବ୍ଲକ ପ୍ରଶାସନ ଅଧିକାରୀ ଓ ରାଜ୍ବସ୍ବ ନୀରିକ୍ଷକ ଏବଂ କଳାପାଞ୍ଚଣ ପଞ୍ଚାୟତ ସରପଞ୍ଚଙ୍କ ଉପସ୍ଥିତରେ ପୋଖରୀ ମାପଚୁପ ହୋଇଛି । ପୋଖରୀ ପୁନଃଉଦ୍ଧାର ଦୁର୍ନୀତିକୁ ସରପଞ୍ଚ ଅସ୍ବୀକାର କରିଛନ୍ତି । ଲୋକାୟୁକ୍ତଙ୍କ ତଦନ୍ତ ରିପୋର୍ଟ ଆସିଲା ପରେ ଆର୍ଦଶ ପୋଖରୀ ପାଇଁ ଆସିଥିବା ଟଙ୍କା ପ୍ରକୃତରେ କେଉଁଠି ଖର୍ଚ୍ଚ ହୋଇ ତାହା ଜଣାପଡ଼ିବ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.