ପୁରୀ: ଲକ ଡାଉନ ଉଡାଡି ଦେଇଛି ଜୀବନ ଜୀବିକା । ସରକାରଙ୍କ କଟକଣା ଯୋଗୁଁ ସମୁଦ୍ରକୁ ମାଛ ମାରି ବାକୁ ଯାଇ ପାରୁ ନାହାଁନ୍ତି ପୁରୀର ମତ୍ସଜୀବୀ । ମାଛ ମାରି ଯାହା କିଛି ରୋଜଗାର ହୁଏ ସେଥିରେ ପରିବାର ଚଳେ । ତେବେ ଲକଡାଉନକୁ 17 ଦିନ ପୁରିବାକୁ ବସିଥିବା ବେଳେ ଆଗାମୀ ଦିନରେ ଆହୁରି ଏହି ଅବଧି ବଢିବାର ଆଶଙ୍କା କରାଯାଇଛି । ଯଦି ପୁଣି ଲକଡାଉନ ବଢେ ଏହି ମତ୍ସଜୀବୀଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବୁଢିଯିବ । ପୁରୀରେ 5 ହଜାର ମତ୍ସଜୀବୀ ପରିବାର ରହିଛନ୍ତି। ସରକାର ରେସନ କାର୍ଡ଼ ଥିବା ମତ୍ସଜୀବୀଙ୍କୁ ଆଗୁଆ ତିନି ମାସର ଚାଉଳ ଓ ଏକ ହଜାର ଟଙ୍କା ଦେଇଛନ୍ତି ସତ,କିନ୍ତୁ ଅନେକ ମତ୍ସଜୀବୀଙ୍କ ରେସନ କାର୍ଡ଼ ନଥିବା ଜଣା ପଡିଛି ।
ତେବେ, ମତ୍ସଜୀବୀମାନଙ୍କୁ ସରାକାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ପୁରୀ ମତ୍ସଜୀବୀ ସଂଘର ବରିଷ୍ଠ ସଦସ୍ୟ ବାବୁଲା ପ୍ରସାଦ। ଲକ ଡାଉନ ପୁରୀର ମତ୍ସଜୀବୀଙ୍କ ଜୀବନ ଜୀବିକା ଉପରେ କଣ ପ୍ରଭାବ ପଡିଛି ଏ ନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବାଦଦାତା ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ