ETV Bharat / state

ତୃତୀୟ ପର୍ଯ୍ୟାୟ ଲକଡାଉନ ନେଇ ପୁରୀ ଜିଲ୍ଲାପାଳଙ୍କ ବାର୍ତ୍ତା

author img

By

Published : May 2, 2020, 7:38 AM IST

Updated : May 2, 2020, 11:10 AM IST

ଲକଡାଉନ ଅବଧି ବଢିବାନେଇ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି । ପୂର୍ବ ଭଳି ଲକଡାଉନକୁ ଯେଭଳି ଲୋକମାନେ ପାଳନ କରି ଆସୁଛନ୍ତି, ସମାନ ଭାବେ ତୃତୀୟ ପର୍ଯ୍ୟାୟ ଲକଡାଉନ ମାନିବାକୁ ଅନୁରୋଧ କରିଛନ୍ତି ।

Lockdown extended by center, Puri Collector appeal people to continue follow guidelines
ତୃତୀୟ ପର୍ଯ୍ୟାୟ ଲକଡାଉନ ନେଇ ଜିଲ୍ଲାପାଳଙ୍କ ବାର୍ତ୍ତା

ପୁରୀ: ମେ 3ରେ ଶେଷ ହେବନାହିଁ ଲକଡାଉନ । ତୃତୀୟ ପର୍ଯ୍ୟାୟ ଲକଡାଉନ ଲାଗୁ ପାଇଁ କେନ୍ଦ୍ର ସରକାର ପ୍ରେସ ବାର୍ତ୍ତା ମାଧ୍ୟମରେ ଘୋଷଣା କରିଛନ୍ତି । ଏହି ପର୍ଯ୍ୟାୟରେ ଲକଡାଉନର ଅବଧି ଅଧିକ ଦୁଇ ସପ୍ତାହ ଅର୍ଥାତ ମେ 17 ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଛି ।

ତୃତୀୟ ପର୍ଯ୍ୟାୟ ଲକଡାଉନ ନେଇ ପୁରୀ ଜିଲ୍ଲାପାଳଙ୍କ ବାର୍ତ୍ତା

ତେବେ ଲକଡାଉନ ଅବଧି ବଢିବା ନେଇ, ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଜାରି କରିଛନ୍ତି । ପୂର୍ବ ଭଳି ଲକଡାଉନକୁ ଯେଭଳି ଲୋକମାନେ ପାଳନ କରି ଆସୁଛନ୍ତି, ସମାନ ଭାବେ ତୃତୀୟ ପର୍ଯ୍ୟାୟ ଲକଡାଉନ ମାନିବାକୁ ଅନୁରୋଧ କରିଛନ୍ତି । ସାମାଜିକ ଦୂରତ୍ବ ବଜାୟ ରଖିବା, ମାସ୍କ ପିନ୍ଧିବା, ହାତ ସାବୁନରେ ଧୋଇବା ଆଦି କାର୍ଯ୍ୟକୁ ଜାରି ରଖିବା ପାଇଁ ଲୋକଙ୍କୁ କହିଛନ୍ତି ଜିଲ୍ଲାପାଳ ବଲବନ୍ତ ସିଂ। ସେହିପରି ଅତି ଜରୁରୀ ନ ଥିଲେ ଘରୁ ନ ବାହାରି ବାକୁ ମଧ୍ୟ କହିଛନ୍ତି ।

ଏଥିସହିତ ପ୍ରତିଦିନ ଜରୁରୀ କାର୍ଯ୍ୟ ସାରି ଫେରିବା ପରେ, ସ୍ଥାନ ଓ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ନାମ ଠିକଣା ଏକ ଖାତାରେ ଲେଖି ରଖିବାକୁ ଲୋକଙ୍କୁ କହିଛନ୍ତି । ଏହା ଦ୍ବାରା ଭବିଷ୍ୟତରେ ସଂକ୍ରମିତ ଚିହ୍ନଟ ହେଲେ, ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ତଥ୍ୟ ପ୍ରଶାସନ ଜାଣିପାରେ ସହାୟକ ହୋଇପାରିବ । ଫଳରେ ଅଧିକ ସଂକ୍ରମଣର ସମ୍ଭାବନାକୁ ରୋକାଯାଇ ହେବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : May 2, 2020, 11:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.