ETV Bharat / state

ରେଲୱେ ଓଭର ବ୍ରିଜ ନିର୍ମାଣ ବିରୋଧରେ ତହସିଲ ଅଫିସ ଆଗରେ ଧାରଣା - ରେଳ ଓଭର ବ୍ରିଜ୍ ପ୍ରକଳ୍ପକୁ ବିରୋଧ

ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ପ୍ରବଳ ବିରୋଧ କରାଯାଉଛି । ଏହି ପ୍ରକଳ୍ପକୁ ସ୍ଥାନାନ୍ତର କରିବାକୁ ଦାବି କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ରେଲୱେ ଓଭର ବ୍ରିଜ ନିର୍ମାଣ ବିରୋଧରେ ତହସିଲ ଅଫିସରେ ଧାରଣା

author img

By

Published : Oct 28, 2021, 6:37 PM IST

ପୁରୀ: ସାକ୍ଷୀଗୋପାଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ରେଳ ଓଭର ବ୍ରିଜ୍ ପ୍ରକଳ୍ପ ପ୍ରବଳ ବିରୋଧ କରାଯାଉଛି । ଏହି ପ୍ରକଳ୍ପକୁ ସ୍ଥାନାନ୍ତର କରିବାକୁ ଦାବି କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ଏହାକୁ ନେଇ ପୁରୀ ଜିଲ୍ଲା ସତ୍ୟବାଦୀ ଗୋପାଳଜୀଉ ମନ୍ଦିର ଠାରୁ ବ୍ୟବସାୟୀ ସଂଘ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ତହସିଲ ସମ୍ମୁଖରେ ଧାରଣା ଦେଇଥିଲେ ।

ରେଲୱେ ଓଭର ବ୍ରିଜ ନିର୍ମାଣ ବିରୋଧରେ ତହସିଲ ଅଫିସରେ ଧାରଣା

ସାକ୍ଷୀଗୋପାଳ ବଜାର ମଧ୍ୟରେ ଯେଉଁ ରାସ୍ତା ଉପରେ ରେଳଓ୍ଵେ ଓଭର ବ୍ରିଜ ନିର୍ମାଣ ହେବ, ତାହା ଦ୍ବାରା ଜନଜୀବନ ପ୍ରଭାବିତ ହେବ । ଏହି ରାସ୍ତାର ଉଭୟ ପାର୍ଶ୍ବକୁ 10ଟି ସାହିକୁ ରାସ୍ତା ଲାଗି ଥିବାରୁ ସ୍ଥାନୀୟ ଲୋକଙ୍କ ଜୀବନଯାପନ ପ୍ରଭାବିତ ହେବାନେଇ ଅଭିଯୋଗ ହୋଇଛି । ଏହି ପ୍ରକଳ୍ପ ହେଲେ ବଜାର ଉପରେ ନିର୍ଭର କରି ଚଳୁଥିବା ପ୍ରାୟ 50 ଗ୍ରାମର ଅଧିବାସୀ, 300 ଚାଷୀ, ଉଠା ଦୋକାନୀଙ୍କୁ ଏକ ହଜାରରୁ ଊର୍ଦ୍ଧ୍ବ ବ୍ୟବସାୟୀ ନିଜର ବେଉସା ହରାଇବେ ।

ଏହାସହିତ ରେଲଓ୍ଵେ ଓଭର ବ୍ରିଜ ନିର୍ମାଣ ହେଲେ ଚାଷ ପ୍ରଭାବିତ ହେବ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ଲୋକଙ୍କର ଦୈନଦିନ ସମସ୍ୟାକୁ ଦ୍ବିଗୁଣିତ କରିବା ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲା ବ୍ୟବସାୟୀ ସଂଘ । ଅନ୍ୟ ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ବ୍ୟବସାୟୀ ଦାବି କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.