ETV Bharat / state

ଅଲାରନାଥଙ୍କୁ ଲାଗି ହେଲା ସୁବର୍ଣ୍ଣ ଚିତା

ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ଅଲାରନାଥଙ୍କୁ ଶ୍ରାବଣ ମାସର ଅମାବାସ୍ୟା ଦିନ ସୁବର୍ଣ୍ଣ ଚିତା ଲାଗି ହେବା ସହ ଚିତଉ ପିଠା ଓ କ୍ଷୀର ଭୋଗ ଲାଗି କରାଯାଇଛି। ଏହା ଶ୍ରାବଣ ଅମାବାସ୍ୟାରେ ଶ୍ରୀ ଅଲାରନାଥଙ୍କ ସ୍ବତନ୍ତ୍ର ନୀତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Aug 2, 2019, 4:00 AM IST

ବ୍ରହ୍ମଗିରି: ଶ୍ରାବଣ ଅମାବାସ୍ୟାରେ ଶ୍ରୀ ଅଲାରନାଥଙ୍କ ସ୍ବତନ୍ତ୍ର ନୀତି । ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରିଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ଅଲାରନାଥଙ୍କୁ ଶ୍ରାବଣ ମାସର ଅମାବାସ୍ୟା ଦିନ ସୁବର୍ଣ୍ଣ ଚିତା ଲାଗି ହେବା ସହ ଚିତଉ ପିଠା ଓ କ୍ଷୀର ଭୋଗ ଲାଗି କରାଯାଇଛି।

ଵ୍ରହ୍ମଗିରିର ପ୍ରସିଦ୍ଧ ପ୍ରଭୁ ଅଲାରନାଥଙ୍କ ଗୁରୁବାର ଦିନ ଭୋର 5 ଟାରୁ ଦୁଆର ଫିଟାଯାଇ ଥିଲା। ଠାକୁରଙ୍କ ଅବକାଶ, ବେଶ, ଚନ୍ଦନ ଲାଗି ଓ ତୁଳସୀ ଲାଗି ଆଦି ନୀତିକାନ୍ତି ପରେ ଦର୍ଶନ ଦିଆଯାଇଥିଲା। ଗୁରୁବାର ଦିନ ଶ୍ରାବଣ ମାସର ଅମାବାସ୍ୟା ତିଥି ଅନୁଯାୟୀ ମଧ୍ୟାନ ଧୂପ ପରେ ଏକ ସ୍ଵତନ୍ତ୍ର ଧୂପରେ ଠାକୁରଙ୍କ ମସ୍ତକରେ ଚିତା ଲାଗି ହେବା ସହ କ୍ଷୀର ଓ ଚିତଉ ପିଠା ଅର୍ପଣ କରଯାଇଥିଲା। ଠାକୁରଙ୍କ ଉକ୍ତ ବେଶ ଦର୍ଶନ ପାଇଁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ସୂଚନା ଥାଉକି, ରଥଯାତ୍ରା ପୂର୍ବରୁ ସ୍ନାନଯାତ୍ରା ପଡେ । ଆଉ ଏହି ସ୍ନାମଯାତ୍ରା ପରେ ଶ୍ରୀଜୀଉମାନେ ଜ୍ବରରେ ପଡନ୍ତି । ଏହି ସମୟରେ ତିନିଠାକୁର ଭକ୍ତଙ୍କୁ ଦର୍ଶନ ଦେଇପାରନ୍ତି ନାହିଁ । ଠିକ ଏହି ସମୟରେ ଭକ୍ତମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିନପାରି ବ୍ରହ୍ମଗିରିର ଶ୍ରୀଅଲାରନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିଥାନ୍ତି । ତେଣୁ ଅଲାରନାଥ ମନ୍ଦିର ପୁରୀରେ ପ୍ରସିଦ୍ଧ ବୋଲି କୁହାଯାଏ ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.