ପୁରୀ: ଆମେରିକାରେ ନିର୍ବାଚନ ଫଳାଫଳ ଯୋଗୁଁ ହୋଇଥିବା ହିଂସା ନେଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ଗଣତନ୍ତ୍ରର ଜୟ ହେଉ ବୋଲି ପୁରୀ ବେଳାଭୂମିରେ ବାଲୁକା କଳାରେ ବାର୍ତ୍ତା ଦେଇଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ।
ସୂଚନା ଥାଉକି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ଆମେରିକାରେ ଦେଖାଦେଇଛି ହିଂସା । ନିର୍ବାଚନ ଉପରେ ଆମେରିକା ସଂସଦର ବୈଠକ ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଟ୍ରମ୍ପଙ୍କ ଶତାଧିକ ସମର୍ଥକମାନେ କ୍ୟାପିଟାଲ ବିଲ୍ଡିଂରେ ପ୍ରବେଶ କରିବାକୁ ଉଦ୍ୟମ କରିବା ପରେ ସ୍ଥିତି ଅତି ଭୟଙ୍କର ହୋଇପଡିଥିଲା । ଟ୍ରମ୍ପ ସମର୍ଥକ ଓ କ୍ୟାପିଟାଲ ପୋଲିସ ମଧ୍ୟରେ ସଂଘର୍ଷ ଫଳରେ ଏବେ 4ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା ।
ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିବାବେଳେ ଏବେ ୱାଶିଂଟନ ଡିସି ମେୟର ଦେଶରେ 15 ପର୍ଯ୍ୟନ୍ତ ଜରୁରୀକାଳିନ ସ୍ଥିତି ଘୋଷଣା କରିଛନ୍ତି । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଆସନ୍ତା ଜାନୁଆରୀ 20ରେ ଶପଥ ନେବାକୁ ଥିବାବେଳେ 21 ପର୍ଯ୍ୟନ୍ତ ଏହି ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ