ETV Bharat / state

ଗୁରୁକୂଳ ପାଇଁ ଖୁବଶୀଘ୍ର ପଡିବ ଭିତ୍ତିପ୍ରସ୍ତର, ୧୪ ଏକର ପରିମିତ ଜମିରେ ହେବ ଆଦର୍ଶ ଗୁରୁକୂଳ - ସେବାୟତ ପିଲାଙ୍କ ପ୍ରତିକ୍ଷିତ ଆଦର୍ଶ ଗୁରୁକୂଳ

ଶ୍ରୀମନ୍ଦିର ସେବାୟତ ପିଲା ମାନଙ୍କ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ଭିତ୍ତିପ୍ରସ୍ତର ପଡିବ । ମାଟି ତୋଟାରେ ୧୪ ଏକର ପରିମିତ ଜମିରେ ଆଦର୍ଶ ଗୁରୁକୂଳ ନିର୍ମାଣ ହେବ । ଅଧିକ ପଢନ୍ତୁ

ଗୁରୁକୂଳ ପାଇଁ  ଖୁବଶୀଘ୍ର ପଡିବ ଭିତ୍ତିପ୍ରସ୍ତର, ୧୪ ଏକର ପରିମିତ ଜମିରେ ହେବ ଆଦର୍ଶ ଗୁରୁକୂଳ

author img

By

Published : Nov 17, 2022, 8:58 AM IST

ପୁରୀ: ସେବାୟତ ପିଲାଙ୍କ ପ୍ରତିକ୍ଷୀତ ଆଦର୍ଶ ଗୁରୁକୂଳ ପାଇଁ ଖୁବଶୀଘ୍ର ପଡିବ ଭିତ୍ତିପ୍ରସ୍ତର । ମାଟି ତୋଟାରେ ୧୪ ଏକର ପରିମିତ ଜମିରେ ହେବ ଆଦର୍ଶ ଗୁରୁକୂଳ ନିର୍ମାଣ । ସେବାୟତ ପରିବାର ପିଲାଙ୍କ ପାଇଁ ୫୦ ପ୍ରତିଶତ ଓ ଅନ୍ୟ ବିଦ୍ୟାର୍ଥୀଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷିତ ରହିବ । ତେବେ ଏନେଇ ବୁଧବାର ନିଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପ୍ରସ୍ତାବିତ ଗୁରୁକୂଳର ଡିଜାଇନ୍, ଶିକ୍ଷାଦାନ ପ୍ରଣାଳୀ ଓ ଏମଓୟୁ ସମ୍ପର୍କରେ ଆଲୋଚନା ହୋଇଥିଲା । ଏନେଇ ୨୦୨୪ ସୁଦ୍ଧା ଗୁରୁକୂଳ ସମ୍ପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଗୁରୁକୂଳ ପାଇଁ ଖୁବଶୀଘ୍ର ପଡିବ ଭିତ୍ତିପ୍ରସ୍ତର, ୧୪ ଏକର ପରିମିତ ଜମିରେ ହେବ ଆଦର୍ଶ ଗୁରୁକୂଳ

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ସେବାୟତ ପରିବାରର ବିଦ୍ୟାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଆଦର୍ଶ ଗୁରୁକୂଳ ନିମନ୍ତେ ଦୀର୍ଘ ବର୍ଷ ତଳେ ଯୋଜନା କରାଯାଇଥିଲା । ଗୁରୁକୂଳ ପାଇଁ ସୁପ୍ରିମକୋର୍ଟ ୬ କୋଟି ୧୯ ଲକ୍ଷ ୮୯ ହଜାର ଟଙ୍କା ଶ୍ରୀମନ୍ଦିର ପ୍ରଶାସନକୁ ଦେଇଛନ୍ତି । ଏଥିସହ ରାଜ୍ୟ ସରକାର ଅଭଡା ଯୋଜନାରେ ଗୁରୁକୂଳ ପାଇଁ ୨୦ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି । ଆଦର୍ଶ ଗୁରୁକୂଳ ପାଇଁ ପ୍ରଥମେ ସୋସାଇଟି ଗଠନ, ମାଟି ତୋଟାରେ ୧୪ ଏକର ଜମି ଲିଜରେ ଯୋଗାଇ ଦିଆଯିବା ପରେ ବିର୍ଲା କମ୍ପାନୀ ସହ ବୁଝାମଣା ପତ୍ର ବା ଏମଓୟୁ ସ୍ବାକ୍ଷର ହୋଇସାରିଛି । ବୁଧବାର ଓବିସିସି ଓ ବିର୍ଲା କମ୍ପାନୀର ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିବା ପରେ ୧୯ ଏକର ଜମିର ଆବଶ୍ୟକତା ରହିଦଳଥିବା କହିଛନ୍ତି । ନର୍ସରୀରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇ ଢାଞ୍ଚାରେ ଶିକ୍ଷାଦାନ ସହ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ଅଧିକ ଦୁଇ ଘଣ୍ଟା ଆଧ୍ୟାତ୍ମିକ, ନୈତିକ, ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କରାଯିବାକୁ ବ୍ୟବସ୍ଥା ହୋଇଛି।

ତେବେ ଆଦର୍ଶ ଗୁରୁକୂଳ ନେଇ ଦୀର୍ଘ ଦିନରୁ ଦାବି ହେବା ସହ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବାରମ୍ବାର ଆଲୋଚନା କରାଯାଇଛି । ଏନେଇ ୧୪ ଏକର ପରିମିତ ଜମିରେ ରହିଥିବା ଜବରଦଖଲକୁ ଉଚ୍ଛେଦ କରିବା ପାଇଁ ଜିଲ୍ଲାପାଳ ଓ ଏସପି ପ୍ରତିଶୃତି ଦେଇଛନ୍ତି । ଆଦର୍ଶ ଗୁରୁକୂଳରେ ସେବାୟତ ପରିବାରର ବିଦ୍ୟାର୍ଥୀ ମାନେ ଅଧ୍ୟୟନ କରିବା ଦ୍ବାରା ଉପଯୁକ୍ତ ଶିକ୍ଷା ପାଇବା ସହ ଉଚ୍ଚତର ଶିକ୍ଷା ପାଇଁ ମନୋନିବେଶ କରିପାରିବେ । ୫୦ ପ୍ରତିଶତ ସିଟ୍ ସେବାୟତ ପରିବାର ବିଦ୍ୟାର୍ଥୀଙ୍କ ପାଇଁ ସଂରକ୍ଷିତ ରହିବ ।

ପ୍ରାଚୀନ, ବୈଦିକ, ଧାର୍ମିକ ଓ ମହାନ୍ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ସେବାୟତ ପରିବାରର ବିଦ୍ୟାର୍ଥୀଙ୍କୁ ସିବିଏସସି ଶିକ୍ଷା ବ୍ୟତୀତ ଅଧିକ ଦୁଇଘଣ୍ଟା ଶିକ୍ଷାଦାନ ଦିଆଯିବ । ଏଥିପାଇଁ ବିର୍ଲା ଏଜୁକେସନ ସୋସାଇଟି ସହଯୋଗ କରିବ । ଅବଶିଷ୍ଟ ୫୦ ପ୍ରତିଶତ ଅନ୍ୟ ସାଧାରଣ ମେଧାବୀ ବିଦ୍ୟାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଗୁରୁକୂଳ ପାଇଁ ହୋଇଥିବା ଡିଜାଇନରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଆସନ୍ତା ଅକ୍ଷୟ ତୃତୀୟା କିମ୍ବା ଗଣେଶ ଚତୁର୍ଥୀରେ ଆଦର୍ଶ ଗୁରୁକୂଳ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.