ପୁରୀ: ଜିଲ୍ଲାରେ ଜଣେ ଆଇନଜୀବୀ କୋରୋନା ପଜିଟିଭ ବାହାରିଛନ୍ତି । ଏଥିପାଇଁ ପ୍ରଶାସନ ପକ୍ଷରୁ ସମୁଦ୍ର କୁଳ ହରିହର ଛକରୁ ଟାଉନ ହଲ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଏହି ଅଞ୍ଚଳ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆସୁଥିବାରୁ କାର୍ଯ୍ୟାଳୟକୁ ଆସନ୍ତା 19 ଦିନ 10ଟା ପର୍ଯ୍ୟନ୍ତ ସଟଡାଉନ କରାଯାଇଛି । ଆଗାମୀ ନିର୍ଦ୍ଦେଶ ଆସିବା ଯାଏ ବଳବତ୍ତର ରହିବ କଣ୍ଟେନମେଣ୍ଟ ଜୋନ୍ । ଏନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଏହାସହିତ ଉକ୍ତ ଅଞ୍ଚଳରେ ଥିବା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ଓ DSR ଅଫିସ ବନ୍ଦ ରହିବ । ଅନ୍ୟପଟେ ମଙ୍ଗଳବାର ଜିଲ୍ଲାରୁ ୧୮ ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୨ ଅଭିଯୁକ୍ତ ଅଛନ୍ତି । ତେବେ ଅଭିଯୁକ୍ତ ପଜିଟିଭ୍ ଆସିବା ପରେ ୨ଟି ଥାନାର ୧୮ ଜଣ ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧ ଜଣ, ଗଡ଼ିଶାଗୋଦା ଥାନାର ୭ଜଣ କର୍ମଚାରୀ ଅଛନ୍ତି । ଗତ ୪ ଦିନ ତଳେ କଣାସ ପୋଲିସ ଜଣେ ଗାଡ଼ି ଚୋରକୁ ଧରିଥିଲା । ଗଡ଼ିଶାଗଦା ପୋଲିସ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିଥିଲା । ଉଭୟ ଅଭିଯୁକ୍ତଙ୍କ ନମୁନା ପଜିଟିଭ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ କହିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ