ETV Bharat / state

13 ତାରିଖରେ ଶେଷ ରଥଯାତ୍ରା ସମନ୍ଵୟ କମିଟି ବୈଠକ, ଭିସିରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ

ଆସନ୍ତା 13 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଶେଷ ରଥଯାତ୍ରା ସମନ୍ଵୟ କମିଟି ବୈଠକ । ଅଧିକ ପଢ଼ନ୍ତୁ

author img

By

Published : Jun 11, 2023, 5:22 PM IST

coordination committee meeting for ratha yatra
ରଥଯାତ୍ରା ସମନ୍ଵୟ କମିଟି ବୈଠକ
ରଥଯାତ୍ରା ସମନ୍ଵୟ କମିଟି ବୈଠକ

ପୁରୀ: ଆସନ୍ତା 20 ତାରିଖରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଚଳିତ ଥର କିଭଳି ସୁରୁଖୁରରେ ଯାତ୍ରା ଆୟୋଜନ କରିହେବ ସେଥିପାଇଁ ଆସନ୍ତା 13 ତାରିଖରେ ତୃତୀୟ ରଥ ଯାତ୍ରା ସମନ୍ୱୟ କମିଟି ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସରେ ଏହି ବୈଠକରେ ଅଧ୍ୟକ୍ଷତା କରିବେ । ଅନୁଷ୍ଠିତ ହେବାକୁ ଥିବା ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବରିଷ୍ଠ ଅଫିସର, ସେବାୟତମାନେ ଉପସ୍ଥିତ ରହିବେ ।

ଏହା ମଧ୍ୟ ପଢ଼ନ୍ତୁ: ରଥଯାତ୍ରା ଦ୍ବିତୀୟ ସମନ୍ବୟ ବୈଠକ, ନିର୍ଦ୍ଧାରିତ ସମୟରେ ପ୍ରସ୍ତୁତି ସାରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ପୁର୍ବରୁ ପୁରୀ ଜିଲ୍ଲାପାଳ ନିଜେ ସେବାୟତଙ୍କ ସହିତ ବୈଠକ କରିଛନ୍ତି । ବିଭିନ୍ନ ସମସ୍ୟା ବୁଝିବା ସହ କିଭଳି ଅତି ଶୀଘ୍ର ସବୁକିଛି ସମାଧାନ ହୋଇ ପାରିବ ସେନେଇ ଆଲୋଚନା କରିଛନ୍ତି । ବିଶେଷ କରି ରଥ ଯାତ୍ରା ଦିନ କିଭଳି ସଠିକ୍ ନିର୍ଦ୍ଧାରିତ ସମୟରେ ମହାପ୍ରଭୁଙ୍କ ନୀତି କାନ୍ତି ଅନୁଷ୍ଠିତ ହୋଇ ପାରିବ ସେନେଇ ଆଲୋଚନା କରାଯାଇଛି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବାହ୍ୟ ରାସ୍ତା କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ। ଏଥି ସହିତ ନୂତନ ଭାବେ ହୋଇଥିବା ଶୌଚାଳୟ, ଜୋତା ଷ୍ଟାଣ୍ଡ, ପାନୀୟ ଜଳ ବ୍ୟବସ୍ଥା ମଧ୍ୟ ରଥ ଯାତ୍ରାରେ ଭକ୍ତମାନଙ୍କ କାମରେ ଲାଗିବ । ସେ ଦିଗରେ ପ୍ରଶାସନ ଅଧିକ ତତ୍ପର ଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଶେଷ ପର୍ଯ୍ୟାୟରେ ଶ୍ରୀଗୁଣ୍ଡିଚା ମନ୍ଦିର ମରମତି କାର୍ଯ୍ୟ, ସିସି କ୍ୟାମେରାରେ ନଜରରେ ସୁରକ୍ଷା ବ୍ୟବସ୍ଥା

ସେ କହିଛନ୍ତି, "ଗୁଣ୍ଡିଚା ମନ୍ଦିରର ମହାପ୍ରଭୁ ପହଣ୍ଡି ବିଜେ ରାସ୍ତାକୁ ନୂତନ ଭାବେ ନିର୍ମାଣ କରାଯାଇଛି । ସେହିପରି ଗୁଣ୍ଡିଚା ମନ୍ଦିରର ମରାମତି କାର୍ଯ୍ଯ ଆଉ 2 ଦିନ ଭିତରେ ଶେଷ କରାଯିବ । ପୁରୀ ସହରରେ ବାରମ୍ବାର ବିଦ୍ୟୁତ ବିଭ୍ରାଟକୁ ଲାଗି ରହିଥିବା ଅଭିଯୋଗ ଆସୁଛି । ଏହି ସମସ୍ୟା ସମାଧାନ ପାଇଁ ଟାଟା ପାୱାର ସହିତ କଥା ହେଇଛୁ । ବିଭିନ୍ନ ସମସ୍ୟାକୁ ଖୁବଶୀଘ୍ର ସମାଧାନ କରି ରଥଯାତ୍ରା ପୁର୍ବରୁ ବିଦ୍ୟୁତ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦିଆ ହୋଇଛି ।" ଆସନ୍ତାକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ରଥ ଯାତ୍ରା ବଜେଟ, ନୀତିକାନ୍ତିକୁ ଅନୁମୋଦନ କରାଯିବ । ଆସନ୍ତା 13 ତାରିଖରେ ଶେଷ ତଥା ତୃତୀୟ ରଥ ଯାତ୍ରା ସମନ୍ଵୟ କମିଟି ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.