ETV Bharat / state

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର ସ୍କାନିଂ - ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ (ASI) ପକ୍ଷରୁ ବିଭିନ୍ନ ମରାମତି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଏହି କ୍ରମରେ ଆଜି ଠାରୁ ଶ୍ରୀମନ୍ଦିରର ଲେଜର ସ୍କାନିଂ ଆରମ୍ଭ ହୋଇଛି।। ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ  ଆରମ୍ଭ ହେଲା ଲେଜର ସ୍କାନିଂ
ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର ସ୍କାନିଂ
author img

By

Published : Jul 13, 2021, 1:35 PM IST

ପୁରୀ: ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା ଗମନ ପରେ ଏସଆଇ (ASI) ପକ୍ଷରୁ ଶ୍ରୀମନ୍ଦିରରେ ଥିବା ବିଭିନ୍ନ ମରାମତି କାର୍ଯ୍ୟ କୁ ତ୍ବରାନ୍ବିତ କରାଯାଇଛି। ଏହି କ୍ରମରେ ଆଜି ଠାରୁ ଶ୍ରୀମନ୍ଦିରର ଲେଜର ସ୍କାନିଂ ଆରମ୍ଭ ହୋଇଛି । ଏନେଇ ପୂର୍ବରୁ ଅନୁମତି ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିର ଗର୍ଭଗୃହର ଲେଜର ସ୍କାନିଂ ନ କରିବାକୁ ନିଷ୍ପତ୍ତି ହୋଇଛି । କେବଳ ନାଟ ମଣ୍ଡପ, ଜଗମୋହନ ଓ ଭୋଗ ମଣ୍ଡପର ହେବ ଲେଜର ସ୍କାନିଂ । ଲେଜର ସ୍କାନିଂର ତଦାରଖ ଲାଗି ଶ୍ରୀମନ୍ଦିର ପ୍ରଶାସନର ଏକ ଇଞ୍ଜିନୀୟରିଂ ଟିମ ସମେତ ଏକ ସେବାୟତ କମିଟି ଗଠନ ମଧ୍ୟ ହୋଇଛି । ଏହି ଟିମ ଏସଆଇ (ASI) କାର୍ଯ୍ୟର ତଦାରଖ କରିବେ । ଏହା ଦ୍ବାରା କଣ ସ୍ଥିତି ରହିଛି ଜଣାପଡିବ ।

ଶ୍ରୀମନ୍ଦିରରେ ଆରମ୍ଭ ହେଲା ଲେଜର ସ୍କାନିଂ

ଲେଜର ସ୍କାନିଂରୁ ସୁଫଳ ମିଳିଲେ ତାହା ଅନୁଧ୍ୟାନ କରାଯାଇ ଗର୍ଭ ଗୃହର ଲେଜର ସ୍କ୍ରିନିଂ ଆସନ୍ତା ବର୍ଷ ହେବ । ଅନ୍ୟପଟେ ରୂପାରେ ଆଛାଦିତ ହେବ ଶ୍ରୀମନ୍ଦିରର 8 ଟି ଦ୍ବାର। ଏଥିଲାଗି ବିନିଯୋଗ ହେବ ଅଢ଼େଇ ଟନ୍ ରୁପା । ତେବେ ପ୍ରଥମ ପର୍ଯ୍ୟାୟରେ 4 ଟି ଦ୍ବାର ଜୟବିଜୟ ଦ୍ବାର, କଳାହାଟ ଦ୍ବାର ଏବଂ ବେହରଣ ଦ୍ବାର ସହ ପଶ୍ଚିମ ଭୋଗ ମଣ୍ଡପ ଦ୍ବାର ରୁପା ଛାଉଣୀ କାର୍ଯ୍ୟ ହେବ । ଏହାକୁ ପ୍ରଥମେ ଲଗାଯିବା ପରେ ସ୍ଥିତି ଦେଖି ଅନ୍ୟ ଦ୍ବାର ଗୁଡ଼ିକରେ ରୂପା କବାଟ କାମ ହେବ ବୋଲି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି। ରୂପା କବାଟ କାର୍ଯ୍ୟ ଲଗାଯିବା କାର୍ଯ୍ୟ ଆରମ୍ଭ ହୋଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.