ETV Bharat / state

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର୍ ସ୍କାନିଂ ଆରମ୍ଭ: ମନ୍ଦିରରେ ଏଏସଆଇ ଟିମ୍ - ଲେଜର ସ୍କାନିଂ

Puri Laser scanning: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ଲେଜର ସ୍କାନିଂ ପାଇଁ ମନ୍ଦିରରେ ପ୍ରବେଶ କରିଛି ଏଏସଆଇ ଟିମ୍। ଅଧିକ ପଢ଼ନ୍ତୁ,

ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ

author img

By ETV Bharat Odisha Team

Published : Nov 28, 2023, 1:42 PM IST

ପୁରୀ : ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପ୍ରକ୍ରିୟା ଆରମ୍ଭ । ଲେଜର ସ୍କାନିଂ ପାଇଁ ଆଜି (ମଙ୍ଗଳବାର) ଶ୍ରୀମନ୍ଦିରରେ ପ୍ରବେଶ କରିଛି ଏଏସଆଇ ଟିମ୍ । ଏଏସଆଇର ଓଡ଼ିଶାର ଅଧୀକ୍ଷକ ଜିବି ଗଡ଼ନାୟକଙ୍କ ନେତୃତ୍ବରେ ଏହି ଟିମ୍ ମନ୍ଦିରରେ ପ୍ରବେଶ କରିଛନ୍ତି । ଏହି ଟିମରେ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ଶ୍ରୀ ମନ୍ଦିର ବୈଷୟିକ କମିଟି ସଦସ୍ୟ ଏନ ସି ପାଲ ମଧ୍ୟ ସାମିଲ ଅଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ: Shree Jagannath Temple: ରତ୍ନଭଣ୍ଡାର ସ୍ଥିତି ଅନୁଧ୍ୟାନ ପାଇଁ 28ରେ ହେବ ଲେଜର ସ୍କାନିଂ

ଏଏସଆଇ ଅଧୀକ୍ଷକ ଜିବି ଗଡ଼ନାୟକଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ରତ୍ନଭଣ୍ଡାର ଲେଜର ସ୍କାନିଂ ପାଇଁ 4 ଘଣ୍ଟା ଲାଗିବ । ଏଥିପାଇଁ ସ୍ଵତନ୍ତ୍ର କ୍ୟାମେରାରେ ଚିତ୍ର ଉତ୍ତୋଳନ କରାଯିବ । ଏହା ଦ୍ବାରା ରତ୍ନଭଣ୍ଡାରର ବାହାର ଅଂଶରେ କେଉଁଠି ଫାଟ ରହିଛି କି ନା, ତାହା ସ୍ପଷ୍ଟ ହେବ। ପରେ ଏହି ଚିତ୍ରକୁ ଅନୁଧ୍ୟାନ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏଏସଆଇ ଅଧୀକ୍ଷକ ଜିବି ଗଡ଼ନାୟକ ଆହୁରି ମଧ୍ୟ କହିଛନ୍ତି ଯେ, ଏଥି ସହ ଅନ୍ୟାନ୍ୟ ମନ୍ଦିର ଗୁଡ଼ିକର ଲେଜର ସ୍କାନିଂ କରାଯିବ।ର କାର୍ଯ୍ୟକ୍ରମ ରହିଛି । କାର୍ତ୍ତିକ ମାସ ଶେଷ ହୋଇଥିବା ବେଳେ, ମନ୍ଦିରରେ ଭକ୍ତଙ୍କ ଭିଡ଼ କମିବାର ସମ୍ଭାବନା ରହିଛି । ତେଣୁ ଏହି ସମୟରେ ଲେଜର ସ୍କାନିଂ କାମ ଭଲ ଭାବେ ହୋଇ ପାରିବ ।

ଏହା ମଧ୍ଯ ପଢ଼ନ୍ତୁ: Ratna Bhandar Issue: ଲେଜର ସ୍କାନିଂକୁ ରାଜ୍ୟ ସରକାରଙ୍କ ଷଡ଼ଯନ୍ତ୍ର କହିଲା ବିଜେପି, ଜବାବ ଦେଲା ବିଜେଡି

ଏହା ମଧ୍ଯ ପଢ଼ନ୍ତୁ: ରତ୍ନଭଣ୍ଡାର ଖୋଲିବା ଦାବି, ଭକ୍ତଙ୍କୁ ଜାଗ୍ରତ କରିବାକୁ ଜଗନ୍ନାଥ ସେନାର ଜାଗରଣ ଯାତ୍ରା

ଏହା ମଧ୍ଯ ପଢ଼ନ୍ତୁ: Ratna Bhandar Issue: ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ଜଗନ୍ନାଥପ୍ରେମୀ

ଗତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ନିଷ୍ପତ୍ତି ଅନୁଯାୟୀ, ରତ୍ନଭଣ୍ଡାରର ବାହାର ପାର୍ଶ୍ବକୁ ଯାଞ୍ଚ କରାଯିବ। ରିପୋର୍ଟ ଆସିବା ପରେ ତର୍ଜମା କରାଯିବ । ତା ପରେ ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଏନେଇ ପୂର୍ବରୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ତେବେ ରତ୍ନଭଣ୍ଡାର ଲେଜର ସ୍କାନିଂରେ କଣ ତଥ୍ୟ ଆସିବ ତାକୁ ନେଇ ଭକ୍ତମାନେ ଉତ୍କଣ୍ଠାର ସହ ଅପେକ୍ଷାରେ ଅଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.