ETV Bharat / state

ଛୁଟିଦିନରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ - ଛୁଟି ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ

ରବିବାର ଛୁଟିଦିନରେ ମହାପ୍ରଭୁଙ୍କ ଦର୍ଶନ ନେଇ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ଲାଇନରେ ଥିବା ଭକ୍ତଙ୍କ ପାଇଁ ପ୍ରଶାସନ ପକ୍ଷରୁ ହୋଇ ନାହିଁ ପାନୀୟ ଜଳ ବ୍ୟବସ୍ଥା । ଭକ୍ତଙ୍କ ପ୍ରତି ଶ୍ରୀ ମନ୍ଦିର ପ୍ରଶାସନର ଅବହେଳାକୁ ନେଇ ଭକ୍ତ ଓ ଜଗନ୍ନାଥ ପ୍ରେମୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ । ଅଧିକ ପଢନ୍ତୁ

jagannath temple
jagannath temple
author img

By

Published : Jan 29, 2023, 8:13 PM IST

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ଆଜି ରବିବାର ଛୁଟି ଦିବସରେ ଦେଖିବାକୁ ମିଳିଛି ଲକ୍ଷାଧିକ ଭକ୍ତଙ୍କ ଭିଡ। ସିଂହଦ୍ଵାର ଠାରୁ ମର୍ଚ୍ଚିକୋଟ ଛକ ଯାଏଁ ଲାଗିଛି ଭକ୍ତଙ୍କ ଲମ୍ବା ଲାଇନ୍। ଶ୍ରୀମନ୍ଦିରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଲାଗୁଛି ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ। ହେଲେ ଦୁଃଖର ବିଷୟ ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଉ ନାହିଁ।

jagannath temple

ବିଶେଷ କରି ଶନିବାର ଓ ରବିବାର ଛୁଟି ଦିନରେ ଲକ୍ଷ ଲକ୍ଷ ଭକ୍ତଙ୍କ ଆଗମନ ହେଉଥିବା ବେଳେ ଭକ୍ତମାନେ ଜଗନ୍ନାଥ ମନ୍ଦିର ସିଂହଦ୍ଵାର ରୁ ବଡଦାଣ୍ଡ ର ମର୍ଚ୍ଚିକୋଟ ଛକ ଯାଏଁ ଖୋଲା ଆକାଶ ତଳେ ଖରାରେ ଠିଆ ହେଉଛନ୍ତି। ପରିସ୍ଥିତି ଏଭଳି ଯେ ପିଇବା ପାଣି ଟିକେ ପିଇବା ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ତେବେ ଭକ୍ତଙ୍କ ଅସୁବିଧାକୁ ନେଇ ସମ୍ପୂର୍ଣ୍ଣ ବେଫିକର ରହିଛି ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ। କିଛି ବ୍ୟକ୍ତି ମଧ୍ୟ ଭକ୍ତଙ୍କ ଅସୁବିଧାର ଫାଇଦା ଉଠାଇ 20 ଟଙ୍କାର ପାଣି ବୋତଲକୁ ଡବଲ ଦାମ ରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଭାରତର ପ୍ରମୁଖ ତୀର୍ଥକ୍ଷେତ୍ର ଗୁଡ଼ିକରେ ଭକ୍ତଙ୍କ ସୁବିଧା ପାଇଁ ସ୍ଥାନୀୟ ପ୍ରଶାସନ ଅନେକ ସୁବିଧା ସୁଯୋଗ କରିଥିବା ବେଳେ ପୁରୀରେ କିନ୍ତୁ ଏନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା ନ ଥିବା ଦେଖି ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେହିପରି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲମ୍ବା ଲାଇନରେ ଥିବା ଭକ୍ତ ମାନଙ୍କ ଦୁର୍ଦ୍ଦଶା କେବଳ ଏତିକିରେ ସୀମିତ ନାହିଁ। କିଛି ସେବାୟତ ଏବଂ ପୋଲିସ ମିଳିମିଶି ଅର୍ଥ ଉପାର୍ଜନର‌ ବାଟ କାଢିଛନ୍ତି। ଭକ୍ତଙ୍କ ଅସହାୟତାର ସୁଯୋଗ ନେଇ କିଛି ସେବାୟତ, ପୋଲିସ ଏବଂ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ମନ ଇଚ୍ଛା ଅର୍ଥ ଆଦାୟ କରି ଭକ୍ତଙ୍କୁ ଗଲା ବାଟରେ ପ୍ରବେଶ କରାଉଥିବା ସାଂଘାତିକ ଅଭିଯୋଗ ହୋଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥିବା ଭକ୍ତଙ୍କ ସହିତ ଏଭଳି ଖେଳକୁ ଦୃଢ଼ ନିନ୍ଦା କରିଛନ୍ତି ଜଗନ୍ନାଥ ପ୍ରେମୀ ଓ ଭକ୍ତ। ଜନସାଧାରଣଙ୍କର ଟିକସରୁ ଦରମା ପାଉଥିବା ଜିଲ୍ଲା, ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ମାନେ ଭକ୍ତଙ୍କ ଅସୁବିଧା ପ୍ରତି ଦୃଷ୍ଟି ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ ବୋଲି ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି ।

ସେହିପରି ଅନ୍ୟପଟେ ଶନିବାର ଓ ରବିବାର ଆସିଲେ ଶ୍ରୀମନ୍ଦିର ଚତୁଃପାର୍ଶ୍ଵ ଓ ବଡ଼ଦାଣ୍ଡର ବିଭିନ୍ନ ଗଳିକନ୍ଦିର ବାସିନ୍ଦାମାନେ ଯାତାୟାତ ପାଇଁ ପ୍ରମାଦ ଗଣନ୍ତି। କୌଣସି ନିର୍ଦ୍ଦିଷ୍ଟ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ପୋଲିସ ପକ୍ଷରୁ ନଥିବାରୁ ସହରବାସୀ ଘରୁ ଗୋଡ କାଢି ଯାତାୟତ କରିବା ଏକ ପ୍ରକାର ଅସମ୍ଭବ ହୋଇ ପଡିଲାଣି। ଯଦି ପୋଲିସ ପ୍ରଶାସନ ଏ ଦିଗରେ ସଚେତନ ନ ହୁଏ ତେବେ ପୁରୀ ସହରବାସୀଙ୍କର ଅସନ୍ତୋଷ ଉଗ୍ରରୂପ ଧାରଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.