ETV Bharat / state

କୋଭିଡ କଟକଣା ସହ 5 ମାସ ପରେ ଖୋଲିଲା ସୂର୍ଯ୍ୟ ମନ୍ଦିର

author img

By

Published : Sep 1, 2020, 10:03 AM IST

Updated : Sep 1, 2020, 10:32 AM IST

କେନ୍ଦ୍ର ସରକାରଙ୍କ ଅନଲକ-4 ଗାଇଡଲାଇନ ଆସିବା ପରେ ମଙ୍ଗଳବାର ଠାରୁ ଖୋଲିଛି ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ରହିଛି ସ୍ବତନ୍ତ୍ର ଗାଇଡଲାଇନ । ଅଧିକ ପଢ଼ନ୍ତୁ...

Konark Sun Temple reopens, sun temple reopens,  central govt's unloack 4 guidelines, ଖୋଲିଲା କୋଣାର୍କ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଅନଲକ-4 ଗାଇଡଲାଇନ, ପର୍ଯ୍ୟଟକଙ୍କ ପାଇଁ ଖୋଲିଲା କୋଣାର୍କ
କୋଭିଡ କଟକଣା ସହ ଖୋଲିଲା କୋଣାର୍କ ମନ୍ଦିର

ପୁରୀ: ଆଜିଠୁ ଖୋଲିଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ମନ୍ଦିର । କୋରୋନା ମହାମାରୀ ଯୋଗୁଁ 5 ମାସ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା ମନ୍ଦିର । କେନ୍ଦ୍ର ସରକାରଙ୍କ ଅନଲକ-4 ଗାଇଡଲାଇନ ଅନୁସାରେ ମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ କର୍ତ୍ତୃପକ୍ଷଙ୍କ ସହ ରାଜ୍ୟ ସରକାର ଆଲୋଚନା କରିବା ପରେ ମଙ୍ଗଳବାର ମନ୍ଦିର ଖୋଲିବା ନେଇ ସ୍ବୀକୃତି ଦେଇଛନ୍ତି ।

କୋଭିଡ କଟକଣା ସହ 5 ମାସ ପରେ ଖୋଲିଲା ସୂର୍ଯ୍ୟ ମନ୍ଦିର

ତେବେ ବର୍ତ୍ତମାନ ପର୍ଯ୍ୟଟକଙ୍କ ପାଇଁ ଏଠାରେ ରହିବ ବିଭିନ୍ନ କଟକଣା । ପ୍ରବେଶ ପଥରେ ପର୍ଯ୍ୟଟକଙ୍କର କରାଯିବ ଥର୍ମାଲ ସ୍କ୍ରିନିଂ । ବର୍ତ୍ତମାନ ଅଫଲାଇନ ଟିକେଟ ବଦଳରେ ମନ୍ଦିର ବାହାରେ ଥିବା ସାଇନ ବୋର୍ଡରେ ଲାଗିଥିବା କ୍ୟୁଆର କୋଡକୁ ସ୍କାନ କରି ଟିକେଟ ନେବେ ପର୍ଯ୍ୟଟକ । ଅନଲାଇନ ପେମେଣ୍ଟ ମଧ୍ୟ କରି ପାରିବେ ଟିକେଟ ।

ଭିଡ଼ ନିୟନ୍ତ୍ରଣ ପାଇଁ କଡାକଡି ବ୍ୟବସ୍ଥା ହୋଇଛି । ଦିନକୁ କେବଳ 4500 ପର୍ଯ୍ୟଟକଙ୍କୁ ମିଳିବ ଅନୁମତି । ଟ୍ରାଫିକ ନିୟନ୍ତ୍ରଣ ପାଇଁ ଦିନର ପ୍ରଥମାର୍ଦ୍ଧରେ 2500 ଓ ଦ୍ବିତୀୟାର୍ଦ୍ଧରେ 2000 ପର୍ଯ୍ୟଟକଙ୍କୁ ଛଡାଯିବ । ସେପଟେ ମନ୍ଦିର ଖୋଲିବା ପରେ କୋଣାର୍କ ମନ୍ଦିର ପରିସରରେ ଥିବା ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଦୀର୍ଘ 5 ମାସ ଜୀବିକା ହରାଇଥିବା ବ୍ୟବସାୟୀ ଭଲ ବ୍ୟବସାୟ ସହ ସ୍ବାଭାବିକ ଅବସ୍ଥାକୁ ଫେରିବା ନେଇ ଆଶା ରଖିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Sep 1, 2020, 10:32 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.