ETV Bharat / state

ବିଶ୍ବ ଐତିହ୍ୟ ଚିନ୍ତା, କୋଣାର୍କର ହେଲା ଲେଜର ସ୍କାନିଂ

author img

By

Published : Mar 4, 2020, 7:21 PM IST

କୋଣାର୍କର ସୁରକ୍ଷା ନେଇ ପ୍ରକ୍ରିୟା ଆରମ୍ଭ । ଏଏସଆଇ ପକ୍ଷରୁ ଡ୍ରୋନ ଜରିଆରେ କୋଣାର୍କର ଲେଜର ସ୍କାନିଂ କରାଯାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

konark laser scanning by ASI
ବିଶ୍ବ ଐତିହ୍ୟ ଚିନ୍ତା, କୋଣାର୍କର ହେଲା ଲେଜର ସ୍କାନିଂ

ପୁରୀ: ବିଶ୍ବ ଐତିହ୍ୟ କୋଣାର୍କକୁ ସୁରକ୍ଷା ଦେବାକୁ ତତ୍ପରତା ପ୍ରକାଶ କରିଛି ଏଏସଆଇ । ବୁଧବାର କୋଣାର୍କ ମନ୍ଦିରର ସ୍ଥିତାବସ୍ଥା ଯାଞ୍ଚ ପକ୍ରିୟା ପୁନର୍ବାର ଆରମ୍ଭ ହୋଇଛି । ଡ୍ରୋନ କ୍ୟାମେରା ଜରିଆରେ କୋଣାର୍କ ମନ୍ଦିରର ଆମୂଳଚୂଳ ଲେଜର ସ୍କାନିଂ କରାଯାଇଛି । ପ୍ରତି ପୀଢି, ପୋଟଳ ଓ ଚୂଡାର ବିଭିନ୍ନ ଅଂଶର ଫଟୋ ଉଠାଯାଇଛି । ଡ୍ରୋନ କ୍ୟାମେରାରେ ଉତୋଳନ ହୋଇଥିବା ଓ ସ୍କାନିଂ ହୋଇଥିବା ଫଟୋଚିତ୍ର ଆଧାରରେ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ତ୍ବରାନ୍ବିତ ହେବ ।

ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ଅସୁରକ୍ଷିତ ଅବସ୍ଥାରେ ଅଛି । ମନ୍ଦିରର ବିଭିନ୍ନ ସ୍ଥାନରେ ଏଏସଆଇ ସାଧା ପଥର ଲଗାଇଛି । ଏ ନେଇ ଅଭିଯୋଗ ପରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ମନ୍ଦିରର ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.