ETV Bharat / state

ଶ୍ରୀକ୍ଷେତ୍ର ସାଆନ୍ତେ: ଶ୍ରୀମନ୍ଦିରରେ କେଉଁ 'ପାନ' ଖାଆନ୍ତି ଶ୍ରୀଜଗନ୍ନାଥେ

ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭ୍ରଦ ଓ ମାତା ସୁଭଦ୍ରାଙ୍କୁ ପାନ ଲାଗିହୁଏ । ମହାପ୍ରଭୁଙ୍କୁ ଲବଙ୍ଗ, ଅଳେଇଚ, ଗୁଆ, କର୍ପୂର, ଜାଇଫଳ ଦେଇ ପ୍ରସ୍ତୁତ ହୋଇଥିବା ନଳି ଖିଲିପାନ କିମ୍ବା ଛାଚି ପାନ ଦିଆଯାଏ ।

author img

By

Published : Jun 19, 2019, 12:26 PM IST

Updated : Jun 19, 2019, 12:32 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପାନ ପତ୍ର ସଂସ୍କୃତି, ପରମ୍ପରା ଓ ପୂଜା, ଧର୍ମ, ସଂସ୍କାର ଆଦିରେ ଅପରିହାର୍ଯ୍ୟ । ସେହିଭଳି ପାନ ବହୁ ରୋଗରୁ ମୁକ୍ତ କରିବା ସହ ବହୁ ବେମାରର ଉପଚାର କରିଥାଏ I କେହି କେହି ହଜମ ପାଇଁ ମଧ୍ୟ ଖାଇବା ପରେ ପାନ ପତ୍ରକୁ ବିଭିନ୍ନ ମସଲା ଦେଇ ଖାଇଥାନ୍ତି । ସେହିଭଳି ମହାବିଗ୍ରହଙ୍କ ମାନବୀୟ ଲୀଳାଖେଳାରେ ମଧ୍ୟ ପାନ ଅପରିହାର୍ଯ୍ୟ ଅଟେ । ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ, ଶ୍ରୀବଳଭ୍ରଦ ଓ ମାତା ସୁଭାଦ୍ରାଙ୍କୁ ପାନ ଲାଗିହୁଏ । କିଏ ଏହି ପାନ ଦିଅନ୍ତି, କେତେବେଳେ ଦିଆଯାଏ ଓ କେତେ ଖଣ୍ଡ ପାନ ଦିନକୁ ଖାଆନ୍ତି ମହାପ୍ରଭୁ, ପାନରେ କେଉଁ ମସଲା ପଡେ ସେ ନେଇ ଆସନ୍ତୁ ଜାଣିବା ।

ବଡଦେଉଳରେ ତ୍ରିମୂର୍ତ୍ତିଙ୍କୁ ବିଡିଆ ପାନ ଦିଆଯାଏ । ବିଡିଆ କାରଣ ଚୂନ ଅଶୁଦ୍ଧ ଯୋଗୁଁ ବ୍ୟବହାର କରାଯାଏ ନାହିଁ । ଲବଙ୍ଗ, ଅଳେଇଚ, ଗୁଆ, କର୍ପୂର, ଜାଇଫଳ ଦେଇ ପ୍ରସ୍ତୁତ ହୋଇଥିବା ନଳି ଖିଲିପାନ କିମ୍ବା ଛାଚି ପାନ ଦିଆଯାଏ । ପ୍ରତ୍ୟେହ ଧୂପ ପରେ ଠାକୁରଙ୍କ ପାଖରେ ବିଡିଆ ଓ ପାନବଟା ଲାଗି ହୋଇଥାଏ, ଏହାକୁ ବିଡିଆ ମଣୋହି କୁହାଯାଏ । ଶ୍ରୀଜିଉ ସମସ୍ତଙ୍କୁ ଦୁଇଟି ଲେଖାଏଁ ଛଅଟି ବିଡିଆ ପାନ ଦିଆଯାଏ । ଏହି କ୍ରମରେ ସକାଳ ଧୂପରେ ଛ' ଟି, ଦ୍ବିପ୍ରହର ଧୂପରେ ଛ' ଟି, ସନ୍ଧ୍ୟା ଧୂପରେ ଛ' ଟି, ବଡସିଂହାର ବେଶରେ ଛ' ଟି, ଓ ପହୁଡ ପରେ ପଲଙ୍କ ତଳେ ଛ'ଟି ଏହି ଭଳି ଭାବରେ ମୋଟ ଛଅ ଥରରେ ଛତିଶିଟି ପାନ ଅର୍ପଣ କରା।ଯାଏ ତ୍ରିଦେବଙ୍କୁ ।

ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ପାଇଁ ସ୍ବତନ୍ତ୍ର ସେବକଙ୍କୁ ନିୟୋଜନ ମିଳିଥାଏ । ସେହିଭଳି ବିଡିଆଯୋଗାଣିଆ ସେବା ମହାପ୍ରଭୁଙ୍କ ପାନ ସେବା ପାଇଁ ରହିଥାନ୍ତି । ହଡପ ନାଏକ ସେବକ ଦୈନିକ ପର୍ବପର୍ବାଣୀ ସବୁ ପ୍ରକାର ବିଡିଆ ଓ ମକରସଂକ୍ରାନ୍ତି ଦିନ ଛ' ଟି ପାନଚୂଳ ମହାଭାଗଙ୍କୁ ଯୋଗାଇଥାନ୍ତି । ଶ୍ରୀ ମନ୍ଦିରରେ ଶୀଜୀଉଙ୍କ ଲାଗି ପାନ ରଖିବା ରୂପ ବଟାକୁ ହଡପ କୁହାଯାଏ । ଶ୍ରୀ ମନ୍ଦିରରେ ଶୀଜୀଉଙ୍କ ଲାଗି ପାନ ରଖିବା ରୂପ ବଟାକୁ ହଡପ ଘର କୁହାଯାଏ ।
ଶ୍ରୀମନ୍ଦିରରେ ହଡପ ନାୟକ ବିଡିଆ ଖିଲିପାନ ଯୋଗାଇବା ପାଇଁ ଏହି ଘରକୁ ବ୍ୟବହାର କରନ୍ତି । ଏହି ଘରେ ପାନର ସମସ୍ତ ଉପକରଣ ମହଜୁଦ ଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Jun 19, 2019, 12:32 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.