ETV Bharat / state

ରାଜନଅରକୁ ହେଲା ଖଡ଼ି ପ୍ରସାଦ ବିଜେ ନୀତି, ଅଦିନିଆ ରଥଯାତ୍ରାକୁ ଗଜପତିଙ୍କ ବିରୋଧ

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ଗଜପତି ନା ପସନ୍ଦ । ନକଲି ଅବଢା ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମତ ରଖିଲେ ଗଜପତି । ଅଧିକ ପଢନ୍ତୁ

author img

By

Published : Jun 18, 2023, 7:24 AM IST

Banaka Lagi Rituals At Sri Mandira
Banaka Lagi Rituals At Sri Mandira
Banaka Lagi Rituals At Sri Mandira

ପୁରୀ: ଦଶମୂଳ ମୋଦକ ସେବନ ଖାଇ ସୁସ୍ଥ ହୋଇଛନ୍ତି ମହାବାହୁ । ଅଣସରର ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଛି । ଏହି ଅବସରରେ ପରମ୍ପରା ଅନୁଯାୟୀ ରାଜନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ହୋଇଛି । ଦତ୍ତ ମହାପାତ୍ର ସେବକ ମାନେ ଗଜପତିଙ୍କୁ ଖଡ଼ି ପ୍ରସାଦ ଅର୍ପଣ କରିଛନ୍ତି । ଏଥି ସହିତ ମହାପ୍ରଭୁ ସମ୍ପୂର୍ଣ ସୁସ୍ଥ ହୋଇଥିବା ଖବର ସହ ଅନବସର ନୀତି ସବୁ ଠିକ୍ ଢଙ୍ଗରେ ଚାଲିଥିବା ଗଜପତିଙ୍କୁ ସେବାୟତ ଅବଗତ କରିଛନ୍ତି ।

ଗୁଣ୍ଡିଚା ମନ୍ଦିରରେ ଲାଗିବ ଏସି: ଆଉ ଦିନକ ପରେ ରଥଯାତ୍ରା ଥିବାରୁ ବିଭିନ୍ନ ପ୍ରସଙ୍ଗ ଉପରେ ମତ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ସେ କହିଛନ୍ତି ଯେ, ଗୁଣ୍ଡିଚା ମନ୍ଦିରରେ ଚାଲିଥିବା ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ନେତା ମଣ୍ଡପ ବୀମ ସମ୍ପୂର୍ଣ ଭଲ ସ୍ଥିତିରେ ରହିଛି । ନିଳାଦ୍ରୀ ବିଜେ ପରେ ଅଳ୍ପ କିଛି କାର୍ଯ୍ୟ ଶେଷ ହେବ । ଚଳିତ ବର୍ଷ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ସୁବିଧା ପାଇଁ ଏସି ଲଗାଯିବା ପାଇଁ ବ୍ୟବସ୍ଥା ଚାଲିଛି । ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଏସି ଲଗାଯିବା ନେଇ ଯୋଜନା ଚାଲିଥିବା ଗଜପତି ସୂଚନା ଦେଇଛନ୍ତି ।

ଅଦିନିଆ ରଥଯାତ୍ରା ଆୟୋଜନକୁ ବିରୋଧ: ସେହିପରି ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ଗଜପତି ନା ପସନ୍ଦ କରିଛନ୍ତି । ଭାରତରେ ରଥଯାତ୍ରା ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଲ ଦ୍ଵିତୀୟା ତିଥିରେ କରିବାକୁ ଗଜପତି ପରାମର୍ଶ ଦେଇଛନ୍ତି । ଏହା ଦ୍ବାରା ଜଗନ୍ନାଥ ସଂସ୍କୃତି ବିକୃତ ହେବନାହିଁ ।

ନକଲି ଅବଢା ବିକ୍ରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: କିଛି ଅସାଧୁ ବ୍ୟକ୍ତି ନକଲି ଅବଢ଼ା ବିକ୍ରି କରିବା ପାଇଁ ପ୍ରସ୍ତୁତିକୁ ଗଭୀର ଉଦବେଗ ପ୍ରକାଶ କରିଥିଲେ ଗଜପତି । ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କଠୋର ପଦକ୍ଷେପ ଗ୍ରହଣ କରାଯିବ । ଶ୍ରୀ ମନ୍ଦିରରେ ବିଧି ବିଧାନରେ ମହାପ୍ରସାଦ ରନ୍ଧନ ହୁଏ। କିନ୍ତୁ ଶ୍ରୀ ମନ୍ଦିର ବାହାରେ ଏହା ପ୍ରସ୍ତୁତି କରି ବିକ୍ରି କରିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଗଜପତି ମତ ରଖିଛନ୍ତି ।

ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର ପାଇଁ ପ୍ରବଚକ ପ୍ରଶିକ୍ଷଣ: ଅନ୍ୟପଟେ ଜଗନ୍ନାଥ ସଂସ୍କୃତିକୁ ପ୍ରଚାର ପ୍ରସାର ପାଇଁ ପୂର୍ବରୁ ପ୍ରବଚକ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ତେବେ ପୁଣି ଏହି କାର୍ଯ୍ୟକ୍ରମକୁ ଜୋରଦାର କରାଯିବା ନେଇ ଆଗାମୀ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ ବୋଲି କହିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଆଜି ମଧ୍ୟ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହାପରେ ଆସନ୍ତାକକାଲି(ସୋମବାର) ଶ୍ରୀଜିଉ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.