ETV Bharat / state

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

author img

By ETV Bharat Odisha Team

Published : Oct 17, 2023, 8:36 AM IST

ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଚଳିତ ବର୍ଷର କାର୍ତ୍ତିକ ମାସ ନୀତ ନିର୍ଘଣ୍ଟ ହୋଇଛି । ବାଳଧୂପ ନୀତିକାନ୍ତିରେ ମୋହର ବାଜିଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ
kartika month schedule finalized
kartika month schedule finalized

ପୁରୀ: ଚଳିତବର୍ଷ ଶ୍ରୀମନ୍ଦିରରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । କାର୍ତ୍ତିକ ମାସରେ ବାଳଧୂପ ଓ ରାଇ ଦାମୋଦର ବେଶ ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ । ଏ ନେଇ ନୀତି ନିର୍ଘଣ୍ଟ ହୋଇଛି । ପ୍ରତିଦିନ ଭୋର 4ଟାରୁ ଦ୍ବାରଫିଟା ଓ ରାତି 12ଟାରେ ପହୁଡ ହେବ ବୋଲି ନିଷ୍ପତ୍ତି ହୋଇଛି । ପୁରୀ ବଡ଼ଦାଣ୍ଡ ସ୍ଥିତ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି ।

ନିର୍ଘଣ୍ଟ ନୀତି ଅନୁଯାୟୀ, କାର୍ତ୍ତିକ ମାସରେ ପ୍ରତିଦିନ ଭୋର 4ଟାରେ ଦ୍ବାର ଫିଟା, 5ଟାରେ ମଙ୍ଗଳ ଆଳତୀ, ସାଢେ 6ଟାରୁ ସାଢେ 7ଟା ଭିତରେ ରାଈଦାମୋଦର ବେଶ ଅନୁଷ୍ଠିତ ହେବ । ପୂର୍ବାହ୍ନ 10ଟାରୁ ସାଢେ 10ଟା ଭିତରେ ବାଳଧୂପ ନୀତି । 10ଟା 10ରେ ପ୍ରଥମ ଭୋଗମଣ୍ଡପ ଉଠିବ । ମଧ୍ୟାହ୍ନ 12ଟାରେ ଭୋଗମଣ୍ଡବ ଶେଷ ହେବ । ଅପରାହ୍ନ 1ଟାରୁ 2ଟା ଦ୍ବିତୀୟ ଭେଗମଣ୍ଡପ, 3ଟାରେ ଦିବା ପହୁଡ଼, 5ଟାରେ ଦ୍ବାରଫାଟା, 10ଟାରେ ଚନ୍ଦନଲାଗି, 11ଟାରେ ବଡସିଂହାର ବେଶ ଓ 12ଟାରେ ରାତ୍ର ପହୁଡ଼ ହେବ । ପୂର୍ବରୁ ନୀତି ସବ୍‌ କମିଟି ବୈଠକରେ ଚୂଡ଼ାନ୍ତ ହୋଇଥିବା କାର୍ତ୍ତିକ ମାସର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ଆଜି ମୋହର ମାରିଛି ।

ଏହା ବି ପଢନ୍ତୁ...ମହାଳୟାକୁ ନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ପୁରୀରେ ପୂର୍ବଜଙ୍କୁ ପିଣ୍ଡଦାନ

ହବିଷ୍ୟାଳିଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ବାଳଭୋଗ ଓ ଠିକ୍ ସମୟରେ କିଭଳି ଭକ୍ତମାନେ ମହାପ୍ରସାଦ ପାଇପାରିବେ, କାର୍ତ୍ତିକ ମାସର ଶେଷ ୫ ଦିନରେ ମହାପ୍ରଭୁଙ୍କ ୫ଟି ସ୍ବତନ୍ତ୍ର ବେଶ ଥିବାରୁ ଏହାକୁ ଶୃଙ୍ଖଳିତ କରିବା ଏବଂ ଭିଡ ନିୟନ୍ତ୍ରଣ ଉପରେ ବୈଠକରେ ଆଲୋଚନା ହୋଇଛି । ମହାପ୍ରଭୁଙ୍କ ଦର୍ଶନ ସମୟରେ କୌଣସି ସ୍ଥାନରେ ଯେଭଳି ଶ୍ରଦ୍ଧାଳୁ ଠିଆ ହୋଇ ରହିବେ ନାହିଁ ସେ ଉପରେ ଗୁରୁତ୍ଵ ଦିଆଯାଇଛି ।

ସେହିପରି ଆସନ୍ତା ୨୮ ତାରିଖରେ ହେବାକୁ ଥିବା ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ୨୮ ତାରିଖ ଦିନ ଭୋର ୪.୩୦ରୁ ୫.୩୦ ମଧ୍ୟରେ ରାଧା ଦାମୋଦର ବେଶ, ସକାଳ ୮ଟାରୁ ୮.୩୦ ମଧ୍ୟରେ ବାଳ ଭୋଗ ଓ ଅପରାହ୍ନ ୨ଟାରେ ଗ୍ରହଣ ମହାସ୍ନାନ ଶେଷ ହେବ । ସେହିଦିନ ୪ଟା ୪ ମିନିଟ ୫୫ ସେକେଣ୍ଡରୁ ପାକ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.