ETV Bharat / state

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ଚଳଚଞ୍ଚଳ ଶ୍ରୀକ୍ଷେତ୍ର

author img

By ETV Bharat Odisha Team

Published : Oct 25, 2023, 12:10 PM IST

Updated : Oct 25, 2023, 4:56 PM IST

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଏ ନେଇ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ
Kartik rituals begin at puri jagannath temple
ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି

ପୁରୀ: ଆଜିଠୁ ଶ୍ରୀମନ୍ଦିର ପୁରୀରେ କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କର କାର୍ତ୍ତିକ ନୀତି ଆରମ୍ଭ ହୋଇଛି । ଆଶ୍ବୀନ ଶୁକ୍ଳ ଏକାଦଶୀଠାକୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କାର୍ତ୍ତିକ ମାସ ନୀତି ଚାଲିବ । ମହାପ୍ରଭୁଙ୍କ ନିକଟରେ ସ୍ବତନ୍ତ୍ର ବାଳଧୂପ ନୀତି ହୋଇଛି । କୁମାର ପୂର୍ଣ୍ଣିମା ପରଠୁ ହହିଷ୍ୟାଳି ମାନେ ସଂକଳ୍ପ କରି କାର୍ତ୍ତିକ ବ୍ରଜ ଆରମ୍ଭ କରିବେ । ମହାପ୍ରଭୁଙ୍କ କାର୍ତ୍ତିକ ନୀତି ନେଇ ଚଳଚଞ୍ଚଳ ହୋଇଛି ଶ୍ରୀକ୍ଷେତ୍ର । ଏନେଇ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

ଏହି ମାସରେ ଶ୍ରୀବିଗ୍ରହଙ୍କ ଦୈନନ୍ଦିନ ନୀତି ବ୍ୟତୀତ ସ୍ବତନ୍ତ୍ର ବେଶ ଯେପରି ପଞ୍ଚୁକ ବେଶ, ବାଳଧୂପ, ରାଧାଦାମୋଦର ବେଶ, ଦିବା ପହୁର ଆଦି ଅନୁଷ୍ଠିତ ହୋଇଥାଏ । ଆଶ୍ବୀନ ଶୁକ୍ଳ ଏକାଦଶୀଠାକୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ରନ୍ନ ସିଂହାସନରେ ଅତିଷ୍ଠିତ ଶ୍ରୀବିଗ୍ରହମାନଙ୍କର ଆକର୍ଷଣୀୟ ରାଧାଦାମୋଦର ବେଶ ଅନୁଷ୍ଠିତ ହୋଇଥାଏ । ଦୈନିକ ଅବକାଶ ନୀତି ପରେ ଏହି ବେଶ କରାଯାଇଥାଏ । ରାଧାଦାମୋଦର ବେଶରେ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ତ୍ରିକଚ୍ଛ ବସ୍ତ୍ର ପରିଧାନ କରି ଶ୍ରୀହସ୍ତରେ ସୁବର୍ଣ୍ଣ ନୀଳଭୂଜ ଲାଗି ହୋଇଥାଏ । ପୁଷ୍ପ ଅଳଙ୍ଗାର ଓ ଶିର କପଡାରେ ଶ୍ରୀବଗ୍ରହ ସଜ୍ଜିତ ହୋଇଥାଏ । ଶ୍ରୀବିଗ୍ରହଙ୍କର ଏହି ମନୋଲୋଭା ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ ଲାଗିଥାଏ । ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ଦ୍ୱାରଫିଟା ନୀତି ସାରିବା ପରେ ମହାପ୍ରଭୁଙ୍କ ନୀତି ଆରମ୍ଭ ହୋଇଛି ।

ସକାଳ ଧୂପ ପରେ ମହାପ୍ରଭୁଙ୍କ ବାଳଧୂପ ନୀତି ଅନୁଷ୍ଠିତ ହୋଇଥିଲା । କୋରା, ଦୋଭଜା, ଲିଆ, ଅଦା, ଖଇ, ନଡ଼ିଆ, ଖୁଦି, ଚାଉଳିଆ, ସେଓ, କମଳା, କଦଳୀ, କାକୁଡ଼ି, ପଇଡ଼ ଭୋଗ ହୋଇଥାଏ । ପରମ୍ପରା ଅନୁଯାୟୀ ଏହି ସମୟରେ ବଡ଼ ଛତା ମଠ ତରଫରୁ ସଙ୍ଗୀତ ଗାନ, ରାଧାକାନ୍ତ ମଠ ତରଫରୁ ସଙ୍କୀର୍ତ୍ତନ ହୋଇଥାଏ । ଅବକାଶ ନୀତି ବଢ଼ିବା ପରେ ସକାଳ ଧୂପ ପରେ ହୋଇଥାଏ । ପୁରୀରେ ଥିବା ବିଭିନ୍ନ ମଠରେ ମହାପ୍ରଭୁଙ୍କ ଏହି ବେଶ ମଧ୍ଯ ଅନୁଷ୍ଠିତ ହୋଇଥାଏ । ମହାପ୍ରଭୁ ରାଧାଦାମୋଦର ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୁରୀ ପୋଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭିଡ ନିୟନ୍ତ୍ରଣ ପାଇଁ ମନ୍ଦିର ବାହାରେ ଓ ଭିତରେ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଆସନ୍ତା କୁମାରପୂର୍ଣ୍ଣିମା ପରଠାରୁ ହବିଷ୍ୟାଳିମାନେ ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିବେ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ

ପ୍ରକାଶ ଥାଉ କି ଗତ 16 ତାରିଖରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ହୋଇଥିଲା । ହବିଷ୍ୟାଳିଙ୍କ ଦର୍ଶନ ଉପରେ ଅଧିକ ଗୁରୁତ୍ଵ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ବାଳଭୋଗ ଓ ଠିକ୍ ସମୟରେ କିଭଳି ଭକ୍ତମାନେ ମହାପ୍ରସାଦ ପାଇପାରିବେ, କାର୍ତ୍ତିକ ମାସର ଶେଷ ୫ ଦିନରେ ମହାପ୍ରଭୁଙ୍କ ୫ଟି ସ୍ବତନ୍ତ୍ର ବେଶ ଥିବାରୁ ଏହାକୁ ଶୃଙ୍ଖଳିତ କରିବା ଉପରେ ଅଧିକ ଗୁରୁତ୍ବ ଉପରେ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, ପୁରୀ

Last Updated : Oct 25, 2023, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.