ETV Bharat / state

ଜମିଲା ମହାନବମୀ ପୂଜା, ପୁରୀ ଦୁର୍ଗାବାଡ଼ିରେ କୁମାରୀ କନ୍ୟାଙ୍କୁ ପୂଜାର୍ଚ୍ଚନା

author img

By ETV Bharat Odisha Team

Published : Oct 23, 2023, 5:37 PM IST

Updated : Oct 23, 2023, 5:50 PM IST

ଆଜି ପୂଜା ମଣ୍ଡପରେ ମହାନବମୀ ପୂଜା । ପୁରୀ ଦୁର୍ଗାବାଡ଼ିରେ ଦେବୀ ଦୁର୍ଗାଙ୍କ ପ୍ରତୀକ ଭାବେ ହେଲା କୁମାରୀ କନ୍ୟାଙ୍କ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ

Kanya puja
Kanya puja
ପୁରୀ ଦୁର୍ଗାବାଡ଼ିରେ କୁମାରୀ କନ୍ୟାଙ୍କୁ ପୂଜାର୍ଚ୍ଚନା

ପୁରୀ: ଶାରଦୀୟ ଦୁର୍ଗାପୂଜା ବେଶ ଆନନ୍ଦ ଉଲ୍ଲାସରେ ପାଳିତ ହେଉଛି । ଆଜି ମହାନବମୀ ପୂଜା ଅବସରରେ ପୁରୀ ଦୁର୍ଗାବାଡ଼ିରେ ଦେବୀଙ୍କ ପ୍ରତୀକ ଭାବେ ପୂଜା ପାଇଲେ କୁମାରୀ କନ୍ୟା । ଦୁର୍ଗାବାଡ଼ିରେ ମଧ୍ୟ ଆଜି ମା' ଦୁର୍ଗାଙ୍କ ମହାନବମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ମହା ନବମୀ ପୂଜା ଦେଖିବାକୁ ଓ ମା'ଙ୍କ ଆଶୀର୍ବାଦ ନେବା ପାଇଁ ଦୁର୍ଗା ବାଡ଼ିରେ ଶହ ଶହ ଭକ୍ତଙ୍କ ଭିଡ଼ ଜମିଥିଲା । ସୁଦୂର କୋଲକାତାରୁ ଅନେକ ବଙ୍ଗୀୟ ପର୍ଯ୍ୟଟକ ଦୁର୍ଗାବାଡ଼ି ଆସି ମା'ଙ୍କୁ ଦର୍ଶନ କରିଥିଲେ ।

ଭକ୍ତ ଶୃଙ୍ଖଳିତ ଦର୍ଶନ ପାଇଁ ଦୁର୍ଗାବାଡ଼ିରେ ସୁବ୍ୟବସ୍ଥା ହୋଇଛି । ତେବେ ପୁରୀର ଦୁର୍ଗା ବାଡ଼ିରେ ବଙ୍ଗୀୟ ରୀତିନୀତିରେ ମା'ଙ୍କୁ ପୂଜା କରାଯାଏ । ଏଣୁ ଅନେକ ବଙ୍ଗୀୟ ଭକ୍ତ ଏଠାକୁ ଆସିଥାନ୍ତି । ତେବେ ମହାନବମୀ ଅବସରରେ କୁମାରୀ କନ୍ୟା ପୂଜା ଅନୁଷ୍ଠିତ ହୋଇଥଲା । ପୂଜା ମଣ୍ଡପରେ ଜଣେ ବ୍ରାହ୍ମଣ କୁମାରୀ କନ୍ୟାକୁ ଦେବୀଙ୍କ ଭଳି ସଜାଯାଇ ବସାଯାଇଥିଲା । ପୂଜକ ଉକ୍ତ କୁମାରୀ କନ୍ୟାକୁ ପୂଜା କରିଥଲେ । ଭକ୍ତ ଏହି ନୀତି ଦେଖିବାକୁ ବେଶ ଭିଡ଼ ଜମାଇଥିଲେ । ତେବେ ମହା ନବମୀରେ କୁମାରୀ ପୂଜା ପଛରେ ରହିଛି ଶାସ୍ତ୍ରୀୟ ମତ ।

ଏହା ବି ପଢନ୍ତୁ- Watch: ଚାନ୍ଦିମେଢ଼ ସାଙ୍ଗକୁ ସୁନା ମୁକୁଟରେ ଝଲସୁଛି ମଙ୍ଗଳାବାଗ ପୂଜା ମଣ୍ଡପ

ପ୍ରଭୁ ରାମଚନ୍ଦ୍ର ଯେତେବେଳେ ରାବଣ ସହ ଲଢେଇ ପାଇଁ ପ୍ରସ୍ତୁତି ଆରମ୍ଭ କରିଥଲେ ସୃଷ୍ଟିକର୍ତ୍ତା ବ୍ରହ୍ମା ରାମଚନ୍ଦ୍ରଙ୍କୁ କହିଥିଲେ ଦେବୀ ଦୁର୍ଗାଙ୍କୁ ପୂଜା କରିବାକୁ । ହେଲେ ଶରତ ଋତୁରେ ଦେବତାମାନେ ଶୟନରେ ରହିଥାନ୍ତି । ଏଣୁ ସେ କିଭଳି ଦେବୀ ଦୁର୍ଗାଙ୍କୁ ଜାଗ୍ରତ କରିବେ ପ୍ରଭୁ ରାମଚନ୍ଦ୍ର ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ପଚାରିଥିଲେ । ପରେ ବ୍ରହ୍ମା ଶ୍ରୀରାମଚନ୍ଦ୍ରଙ୍କୁ କହିଥିଲେ ଏକ ବେଲ ଗଛ ମୂଳେ ଦେବୀ ଦୁର୍ଗା ଏକ କୁମାରୀ ରୂପରେ ଶୟନରେ ଅଛନ୍ତି । ତାଙ୍କୁ ବୋଧନ ପୂଜା କରି ଜାଗ୍ରତ କରିବାକୁ । ସେହି ନିୟମରେ ପ୍ରଭୁ ରାମଚନ୍ଦ୍ର ଦେଵୀ ଦୁର୍ଗାଙ୍କୁ ପୂଜା କରି ନିଦ୍ରାରୁ ଜାଗ୍ରତ କରିଥଲେ ।

ଏହା ବି ପଢନ୍ତୁ- ବଲାଙ୍ଗୀରରେ ମୁଖ୍ୟ ଆକର୍ଷଣ ଚାରିଧାମ ତୋରଣ, ମଣ୍ଡପରେ ଜମୁଛି ଭକ୍ତଙ୍କ ଗହଳି

ଏଣୁ ଦୁର୍ଗା ପୂଜାରେ କୁମାରୀ କନ୍ୟାଙ୍କୁ ଦେବୀଙ୍କ ପ୍ରତୀକ ରୂପେ ପୂଜା କରାଯାଏ । ୫ରୁ ୧୩ ବର୍ଷ ଭିତ ରଜସ୍ବଳା ହୋଇ ନଥିବା ବ୍ରାହ୍ମଣ ଘରର କୁମାରୀ କନ୍ୟାଙ୍କୁ ପୂଜା ମଣ୍ଡପରେ ପୂଜା କରାଯାଏ । ଏହି ନିଆରା ପରମ୍ପରା ବଙ୍ଗୀୟ ରୀତିନୀତିରେ ପୂଜା ହେଉଥିବା ଦୁର୍ଗା ପୂଜା ମଣ୍ଡପରେ ଅନୁଷ୍ଠିତ ହୋଇଥାଏ ବୋଲି ପୁରୀ ଦୁର୍ଗାବାଡ଼ିର ସାଧାରଣ ସମ୍ପାଦକ ସୁଦୀପ ଚାଟାର୍ଜୀ ।

ଇଟିଭି ଭାରତ, ପୁରୀ

Last Updated : Oct 23, 2023, 5:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.