ETV Bharat / state

ପୁରୀରେ ସାମ୍ବାଦିକଙ୍କୁ ଦିଆଗଲା ଟିକା - puri district administration

ପୁରୀ ଜିଲ୍ଲାରେ ସାମ୍ବାଦିକ ନେଲେ କୋରୋନା ଟିକା । ଅଧିକ ପଢନ୍ତୁ...

ପୁରୀରେ ସାମ୍ବାଦିକଙ୍କୁ ଦିଆଗଲା ଟିକା+
ପୁରୀରେ ସାମ୍ବାଦିକଙ୍କୁ ଦିଆଗଲା ଟିକା
author img

By

Published : May 6, 2021, 10:34 PM IST

ପୁରୀ: ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଟୀକାକରଣକୁ ପ୍ରାଧାନ୍ୟ ଦିଆଯାଇଛି । ନିକଟରେ ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ କୋରୋନା ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିଥିବାବେଳେ ଵିଭିନ୍ନ ଜିଲ୍ଲାରେ ପ୍ରାଥମିକତା ଆଧାରରେ ସାମ୍ବାଦିକଙ୍କୁ ଟିକା ଦିଆଯାଉଛି । ପୁରୀ ଜିଲ୍ଲାରେ ମଧ୍ୟ ସାମ୍ବାଦିକଙ୍କୁ ଟିକା ପ୍ରଦାନ ଆରମ୍ଭ ହୋଇଛି ।

ପୁରୀରେ ସାମ୍ବାଦିକଙ୍କୁ ଦିଆଗଲା ଟିକା

ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ପୁରୀ ସହରରେ କାର୍ଯ୍ୟରତ ସମସ୍ତ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ କୋଭିଡ ଟିକା ନେଇଛନ୍ତି । ଏଥିସହ ସତ୍ୟବାଦୀ ଓ ବ୍ରହ୍ମଗିରି ବ୍ଲକର ମଧ୍ୟ କିଛି ସାମ୍ବାଦିକ ମଧ୍ୟ ଟିକା ନେଇଛନ୍ତି । ଯେଉଁ ସାମ୍ବାଦିକଙ୍କ ଦ୍ଵିତୀୟ ଡୋଜ ଟିକା ଅବଧି ହୋଇଯାଇଛି, ସେମାନଙ୍କୁ ମଧ୍ୟ ଟିକା ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସମର୍ଥ ବର୍ମା, ସିଡ଼ିଏମଓ ଡଃ ସୁଜାତା ମିଶ୍ର, ଶ୍ରୀକ୍ଷେତ୍ର ପ୍ରେସ କ୍ଲବ ଓ ପୁରୀ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.