ETV Bharat / state

ତାମିଲନାଡୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ, ଉଦୟାନିଧିଙ୍କ କୁଶପୁତ୍ତଳିକା ଦାହ କଲା ଜଗନ୍ନାଥ ସେନା - ଉଦୟାନିଧି ଷ୍ଟାଲିନଙ୍କ କୁଶ ପୁତ୍ତଳିକା ଦାହ

ତାମିଲନାଡୁ ମନ୍ତ୍ରୀ ତଥା ଉଦୟାନିଧି ଷ୍ଟାଲିନଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀରେ ବିକ୍ଷୋଭ ପ୍ରଦର୍ଶନ । ତାଙ୍କ କୁଶପୁତ୍ତଳିକା ଦାହ କରିବା ସହ ଗିରଫ ଦାବି କରିଛି ଜଗନ୍ନାଥ ସେନା । ଅଧିକ ପଢ଼ନ୍ତୁ

udhayanidhi controversial statement
ତାମିଲନାଡୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ
author img

By ETV Bharat Odisha Team

Published : Sep 5, 2023, 9:52 PM IST

ତାମିଲନାଡୁ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ପୁରୀ: ସନାତନ ଧର୍ମକୁ ନେଇ ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହାକୁ କଡ଼ା ବିରୋଧ କରାଯାଇଛି । ଏହି କ୍ରମରେ ପୁରୀ ଶ୍ରୀଜଗନ୍ନାଥ ସେନା ଏହାକୁ ଦୃଢ ବିରୋଧ କରି ସିଂହଦ୍ଵାର ସମ୍ମୁଖରେ ଏହାର କଡା ପ୍ରତିବାଦ ସ୍ୱରୂପ ବିକ୍ଷୋଭ କରିବା ସହ ଷ୍ଟାଲିନଙ୍କ ଫଟୋରେ କାଳି ବୋଳା ଯାଇଥିଲା । ଏଥିସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲା ଜଗନ୍ନାଥ ସେନା ।

ଏହା ମଧ୍ୟ ପଢ଼ନ୍ତୁ: Sanatan Dharma Remark Row Deepens: ଉଦୟାନିଧିଙ୍କ ସମର୍ଥନରେ ବାହାରିଲେ ପ୍ରିୟଙ୍କ ଖଡଗେ

ଏହା ମଧ୍ୟ ପଢ଼ନ୍ତୁ: Udhayanidhi Controversial Statement: 'ବିଜେପି ମୋ ମନ୍ତବ୍ୟକୁ ବିକୃତ କରି ମିଥ୍ୟା ଖବର ପ୍ରଚାର କରୁଛି'

ଉଦୟନିଧି ଷ୍ଟାଲିନ ତାଙ୍କ ଭାଷଣରେ କହିଥିଲେ, "ସନାତନ ଧର୍ମ କରୋନା ଭାଇରସ, ଡେଙ୍ଗୁ, ମ୍ୟାଲେରିଆ ପରି । ଏଣୁ ଏହା ସହିତ ଲଢିବା ବଦଳରେ ଏହାର ସମୂଳ ବିନାଶ କରିବା ଉଚିତ ।" ଜାତି, ଧର୍ମକୁ ଆଘାତ ଦେବାଭଳି ଷ୍ଟାଲିନଙ୍କ ଏଭଳି ମନ୍ତବ୍ୟକୁ ଚାରିଆଡ଼େ ବିରୋଧ କରାଯାଇଛି । ଏହି ମନ୍ତବ୍ୟକୁ ପୁରୀ ଶ୍ରୀଜଗନ୍ନାଥ ସେନା ମଧ୍ୟ କଡା ବିରୋଧ କରିଛି । ସେନାର ଆବାହକ ପ୍ରୀୟଦର୍ଶନ ପଟ୍ଟନାୟକଙ୍କ ନେତୃତ୍ୱରେ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଏହାର କଡା ପ୍ରତିବାଦ ସ୍ୱରୂପ ବିକ୍ଷୋଭ କରିବା ସହ ଷ୍ଟାଲିନଙ୍କ ଫଟୋରେ କାଳି ବୋଳା ଯାଇଥିଲା । ଏଥି ସହିତ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲା ଜଗନ୍ନାଥ ସେନା । ସେପଟେ ଏଭଳି ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ସିଂହଦ୍ଵାର ଥାନାରେ ଏତଲା ଦେଇ ତାଙ୍କ ଗିରଫ ଦାବି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: Udhayanidhi Stalin Remark: 'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

ଏହା ମଧ୍ୟ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ପୁଅ କହିଲେ ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଭଳି

ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି, "ଭାରତ ଏକ ସାର୍ବଭୌମ୍ୟ ରାଷ୍ଟ୍ର । ଏଠି କୌଣସି ଜାତି, ଧର୍ମ ବିରୋଧରେ ମତ ଦେବା ସମ୍ବିଧାନରେ ନିୟମ ନାହିଁ । ଭାରତରେ ଏକ ନିଆରା ଭାଇଚାରା ରହିଛି । ଜାଣେ ମୁଖ୍ୟମନ୍ତ୍ରୀଙ୍କ ପୁଅ ଏହି ଭାଇଚାରା ନଷ୍ଟ କରିବା ଅତି ଦୁଃଖର ବିଷୟ । ତୁରନ୍ତ ଦେଶଦ୍ରୋହୀ ଉଦୟନିଧିଙ୍କୁ ଗିରଫ କରାଯାଉ । ନ ହେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ।" ଏହି ପ୍ରସଙ୍ଗକୁ ନେଇ ଅଦାଲତରେ ଲଢାଯିବ ବୋଲି ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଚେତାବନୀ ଦେଇଛନ୍ତି ।

ପୁରୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.