ETV Bharat / state

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

author img

By

Published : Jul 11, 2019, 8:23 AM IST

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ଶ୍ରୀଗୁଣ୍ଡିଚା ମନ୍ଦିରରେ ଜମୁଛି ହଜାର ହଜାର ଦର୍ଶକଙ୍କ ଭିଡ । ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାରିକେଡ ସହ 45 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି ।

ଫଟୋ ସୌଜନ୍ୟ : ସମ୍ବାଦଦାତା,ପୁରୀ

ପୁରୀ: ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ । ମହାପ୍ରଭୁଙ୍କ 10 ବର୍ଷର ଦର୍ଶନ ଆଡ଼ପ ମଣ୍ଡପରେ ଗୋଟିଏ ଥର ଦର୍ଶନ ସହିତ ସମାନ ବୋଲି ଲୋକଙ୍କ ବିଶ୍ବାସ ରହିଛି । ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ସନ୍ଧ୍ୟା ଦର୍ଶନ କଲେ କୋଟି ପୂଣ୍ୟ ସହ ବୈକୁଣ୍ଠ ପ୍ରାପ୍ତିର ମାର୍ଗ ମିଳିଥାଏ ।

ଭିଡିଓ ସୌଜନ୍ୟ : ସମ୍ବାଦଦାତା,ପୁରୀ

ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଜମିଥାଏ । ଅନ୍ୟପଟେ ସାନ୍ଧ୍ୟ ଦର୍ଶନ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବ୍ୟାରିକେଡ ସହ 45 ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ନେଇ ମଧ୍ୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ତେବେ ଆଜି ସନ୍ଧ୍ୟା 7 ଟା ପରଠାରୁ ସାଧାରଣ ଦର୍ଶନ ବନ୍ଦ କରାଯିବ । ଆସନ୍ତାକାଲି ବାହୁଡା ଯାତ୍ରା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହେବ । ସେପଟେ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାରରେ ତିନି ରଥ ଲାଗିଛି । ଭକ୍ତ ମାନେ ରଥକୁ ଛୁଇଁ ଆନନ୍ଦ ମନରେ ଫେରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.