ETV Bharat / state

ଦୁଇ ସପ୍ତାହ ମଧ୍ୟରେ ଶେଷ ହେବ ଶ୍ରୀମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟ

ରଥ ଯାତ୍ରା ପୂର୍ବରୁ ଶେଷ ହେବ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଶ୍ରୀମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ । ବର୍ତ୍ତମାନ ଶ୍ରୀମନ୍ଦିରରେ ପୁନଃରୁଦ୍ଧାର କାର୍ଯ୍ୟ ଚାଲିଛି ବୋଲି ଏଏସଆଇ ଅଧିକାରୀ କହିଛନ୍ତି । ଅନ୍ୟପଟେ କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ ମଧ୍ୟ ସେ ସ୍ପଷ୍ଟୀକରଣ ଦେଇଛନ୍ତି ।

author img

By

Published : May 19, 2019, 5:20 PM IST

ଡିଜାଇନ ଫଟୋ

ପୁରୀ: ପ୍ରଳୟଙ୍କାରୀ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛି ଶ୍ରୀମନ୍ଦିର । ଏନେଇ ଏଏସଆଇ ରିପୋର୍ଟ ପାଇବା ପରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଆସନ୍ତା 2 ସପ୍ତାହ ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ ହେବ ବୋଲି ଶ୍ରୀମନ୍ଦିର ସ୍ଥିତି ସମୀକ୍ଷା କରିବା ଅବସରରେ କହିଛନ୍ତି ଏଏସଆଇ ଅଧିକାରୀ ଅରୁଣ ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ବାତ୍ୟା ଯୋଗୁଁ ସିଂହଦ୍ବାରରେ ଥିବା ଜୟ ମୂର୍ତ୍ତି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ଜୟଙ୍କର ନୂତନ ମୂର୍ତ୍ତି ନିର୍ମାଣ ହେବ । ସେହିପରି ଭୋଗ ମଣ୍ଡପରେ କଳସର ମରାମତି କାର୍ଯ୍ୟ ଶେଷ ହୋଇଥିବା ବେଳେ ମନ୍ଦିରରେ ଥିବା ପାର୍ଶ୍ବ ଦେବାଦେବୀ ମନ୍ଦିର ଗୁଡିକର କିଛି ଅଂଶ ସ୍ଥିତି ଅନୁସାରେ ମରାମତି ହେଉଛି ବୋଲି ସେ କହିଛନ୍ତି ।

ତେବେ ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସମାପ୍ତ ହେବ । ଅନ୍ୟପଟେ ଶ୍ରୀମନ୍ଦିର ନୀଳ ଚକ୍ର ବାତ୍ୟା ଦ୍ୱାରା ବଙ୍କା ହୋଇ ଯାଇ ଥିବା ଚର୍ଚ୍ଚାକୁ ଏଏସଆଇ ଅଧିକାରୀ ଖଣ୍ଡନ କରିଛନ୍ତି । ନୀଳଚକ୍ର ସମ୍ପୂର୍ଣ୍ଣ ଭଲ ରହିଥିବା ନେଇ ସେ କହିଛନ୍ତି ।

ଅନ୍ୟପକ୍ଷରେ କୋଣାର୍କ ମନ୍ଦିର ସୁରକ୍ଷା ନେଇ ଉଠିଥିବା ପ୍ରଶ୍ନର ମଧ୍ୟ ସେ ଉତ୍ତର ରଖିଛନ୍ତି । ବାତ୍ୟା ଫନି ଯୋଗୁଁ କୋଣାର୍କ ମନ୍ଦିରରେ କୌଣସି ପ୍ରଭାବ ପଡି ନଥିବା ବେଳେକେବଳ ସୂର୍ଯ୍ୟ ମନ୍ଦିର ବାହାରେ ଥିବା ମୂଲ୍ୟବାନ ଗଛ ଗୁଡିକ ଭାଙ୍ଗି ନଷ୍ଟ ହୋଇଥିବା ସେ କହିଛନ୍ତି । ବାତ୍ୟା ଫନିରେ 2ଶହ ଗଛ ଉପୁଡି ପଡିଥିବା ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:

dfg

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.