ETV Bharat / state

ଶହୀଦ ଯବାନଙ୍କ ପାଇଁ ଦୀପ ଦାନ କଲା ଶ୍ରୀଜଗନ୍ନାଥ ସେନା - ଶହୀଦ ଯବାନଙ୍କ ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପ ଦାନ

ଛତିଶଗଡ଼ରେ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମା ସଦଗତି ନିମନ୍ତେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରାଯାଇଛି । ଅଧିକ ପଢନ୍ତୁ...

ଶହୀଦ ଯବାନଙ୍କ ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପ ଦାନ

author img

By

Published : Apr 7, 2021, 10:15 PM IST

ପୁରୀ: ଛତିଶଗଡ଼ରେ ନକ୍ସଲଙ୍କ ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ଅମର ଆତ୍ମା ସଦଗତି ନିମନ୍ତେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ନିକଟରେ ଦୀପ ଦାନ କରାଯାଇଛି । ସେହିପରି ନାଗା ସାଧୁ ବୈଷ୍ଣବପୁରକୁ ଯେଭଳି ଅନ୍ୟାୟ ଭାବରେ ପୋଲିସ ଗିରଫ କରିିଛି ତାହାର ମଧ୍ୟ ପ୍ରତିବାଦ କରିଛି ଶ୍ରୀଜଗନ୍ନାଥ ସେନା ।

ଶହୀଦ ଯବାନଙ୍କ ପାଇଁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦୀପ ଦାନ

ଜଣେ ନାଗା ସାଧୁ ଶ୍ରୀମନ୍ଦିର ଭିତରେ ରୋହିଣୀ କୁଣ୍ଡ ଖୋଲିବା ନେଇ କହିବା ଘଟଣାରେ ତାଙ୍କୁ ଗିରଫ କରାଯିବା ଠିକ୍ ନୁହେଁ ବୋଲି ସଂଗଠନ କହିଛି । ବ୍ରିଟିଶ, ମୋଗଲ ଶାସନରେ ମଧ୍ୟ ସାଧୁଙ୍କ ଉପରେ ଏମିତି ଅତ୍ୟାଚାର ହୋଇନି ଯେଭଳି ଏବେ ପ୍ରଶାସନ କରିଛି । କୋଭିଡ ଗାଇଡ଼ ଲାଇନ ସବୁ କିଛି ଚାଲିଥିବା ବେଳେ ରୋହିଣୀ କୁଣ୍ଡ କଣ ପାଇଁ ଭକ୍ତଙ୍କ ପାଇଁ ଖୋଲା ଯାଉ ନାହିଁ ଶ୍ରୀଜଗନ୍ନାଥ ପ୍ରଶ୍ନ କରିଛି । ତୁରନ୍ତ ନାଗା ସାଧୁଙ୍କୁ ପ୍ରଶାସନ ଦୋଷ ମୁକ୍ତ କରି ଜେଲରୁ ନମୁକୁଳାଇଲେ ଶ୍ରୀଜଗନ୍ନାଥ ସେନା ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.