ETV Bharat / state

ପୁରୀ ରେଳ ଷ୍ଟେସନରେ ଆଇସୋଲେସନ କୋଚ - isolation coach made in train

ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପୁରୀ ଷ୍ଟେସନରେ ମଧ୍ୟ ଆଇସୋଲେସନ କୋଚ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। 39 ଟି ଆଇସୋଲେସନ କୋଚ ଏବେ ପୁରୀ ଷ୍ଟେସନରେ କାର୍ଯ୍ୟ ସରିଥିବାବେଳେ ଅନ୍ୟ ଗୁଡିକର ପ୍ରସ୍ତୁତି ଜୋରସୋର କରାଯାଉଛି।

Puri railway station
ପୁରୀରେ ଆଇସୋଲେସନ କୋଚ
author img

By

Published : Apr 13, 2020, 4:34 PM IST

ପୁରୀ: କୋରୋନା ମୁକାବିଲା ନେଇ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଟ୍ରେନରେ ହୋଇଛି ଆଇସୋଲେସନ ବ୍ୟବସ୍ଥା । ଯାହାକୁ ନେଇ ରେଳ ବିଭାଗ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚଳାଇଛି। ପ୍ରତ୍ୟେକ ପ୍ରମୁଖ ରେଳ ଷ୍ଟେସନରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଇସୋଲେସନ କୋଚ କରିବା ପାଇଁ ବ୍ୟବସ୍ଥା ହେଉଛି। ଅନୁରୂପ ଭାବେ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପୁରୀ ଷ୍ଟେସନରେ ମଧ୍ୟ ଆଇସୋଲେସନ କୋଚ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ପୁରୀରେ ଆଇସୋଲେସନ କୋଚ

ରେଳ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଷ୍ଟେସନରେ 60 ଟି ଆଇସୋଲେସନ କୋଚ ହେବ। ରେଳ ବଗି ଗୁଡିକୁ ଏଥିପାଇଁ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି। 39ଟି ଆଇସୋଲେସନ କୋଚ ଏବେ ପୁରୀ ଷ୍ଟେସନରେ କାର୍ଯ୍ୟ ସରିଥିବାବେଳେ ଅନ୍ୟ ଗୁଡିକର ପ୍ରସ୍ତୁତି ଜୋରସୋର କରାଯାଉଛି।

ପ୍ରତି ବଗିରେ 8ଜଣ ଲେଖାଏଁ କୋରୋନା ଆକ୍ରାନ୍ତ ରହିବେ। ସେମାନଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଡାକ୍ତରୀ ଟିମ ମଧ୍ୟ ସେହି କୋଚରେ ରହିବେ। ଏହି ଆଇସୋଲେସନ କୋଚ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମଧ୍ୟ ଯାତ୍ରା କରିପାରିବ।

ହସ୍ପିଟାଲରେ ଯେଭଳି ଚିକିତ୍ସା ସୁବିଧା ରହିଛି ଏହି ଆଇସୋଲେସନ ବଗିରେ ମଧ୍ୟ ସମାନ ବ୍ୟବସ୍ଥା ରହିବ। ଫଳରେ ରୋଗୀ ଚିକିତ୍ସାରେ କୌଣସି ସମସ୍ୟା ହେବ ନାହିଁ। ତେବେ ପୁରୀ ରେଲୱେ ଷ୍ଟେସନରେ କିଭଳି ଆଇସୋଲେସନ କୋଚ ପ୍ରସ୍ତୁତି ଚାଲିଛି ସେନେଇ ଅଧିକ ସୂଚନା ଦେଇଛନ୍ତି ଆମ ରିପୋର୍ଟର ଶକ୍ତି ପ୍ରସାଦ ମିଶ୍ର।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.